ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବାଣ୍ଟିଲେ ବିଧାୟକ

 ଭଦ୍ରକ : ସହିଦ୍ ସ୍ମୃତି ଭବନରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଭଦ୍ରକ ପକ୍ଷରୁ ଆୟୋଜିତ "ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହରେ ଭଦ୍ରକ ଜିଲ୍ଲାପାଙ୍କ ସହିତ ଭଦ୍ରକ ବିଧାୟକ ୰ସିତାଂଶୁପଶେଖର ପମହାପାତ୍ର  ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକରଣ ପତ୍ର ଓ ସହାୟତା ରାଶି ବଣ୍ଟନ କଲେ । ଏହି ଯୋଜନା ନିର୍ମାଣ ଶ୍ରମିକଙ୍କ ରୋଜଗାର, ସୁରକ୍ଷା, ଉନ୍ନତି ଓ ସମ୍ମାନକୁ ସୁନିଶ୍ଚିତ କରୁଛି । ରାଜ୍ୟରେ ଡବଲ ଇଂଜିନ ସରକାର ନିର୍ମାଣ ଶ୍ରମିକଙ୍କ ପାଇଁ ଦୁର୍ଘଟଣାଜନିତ ମୃତୁ୍ୟକାଳୀନ ସହାୟତା ରାଶିକୁ ୪ ଲକ୍ଷ ଟଙ୍କାରୁ ବଢ଼ାଇ ୬ ଲକ୍ଷ ଟଙ୍କା କରିବା ସହିତ ସ୍ୱାଭାବିକ ମୃତୁ୍ୟ କ୍ଷେତ୍ରରେ ମିଳୁଥିବା ସହାୟତା ରାଶିକୁ ୨ ଲକ୍ଷ ଟଙ୍କାରୁ ବର୍ଦ୍ଧିତ କରି ୩ ଲକ୍ଷ ଟଙ୍କା କରିଛନ୍ତି ।ଏହି ଅବସରରେ ଭଦ୍ରକ ଜିଲ୍ଲାର ୧୯୪୯ ହିତାଧିକାରୀଙ୍କୁ ୩ କୋଟି ୪୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।