ବିଦ୍ୟୁତ୍ ଫାଶରେ ପଡ଼ି ଯୁବକ ମୃତ
ପାଲଲହଡା : ବିଦ୍ୟୁତ ଫାଶରେ ପଡ଼ି ଜଣେ ଯୁବକଙ୍କ ମୃତ ହୋଇଛି । ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି । ବିଦ୍ୟୁତ୍ ତାର ଫାଶରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ଫାଶ ବିଛା ଯାଇଥିଲା । ଯୁବକ ଜଣକ କୌଣସି କାମରେ ବାହାରକୁ ଯାଇଥିବାବେଳେ ଅସାବଧାନତା ବଶତଃ ବିଦ୍ୟୁତ୍ ଫାଶରେ ପଡି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।