ମିଳିଲା ମହିଳାଙ୍କ କଟାମୁଣ୍ଡ  

ମାଲାକାନଗିରି : ମିଳିଲା ମହିଳାଙ୍କ କଟା ମୁଣ୍ଡ । ମାଲାକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ନାମକୋଣ୍ଡା ନଦୀଘାଟରୁ କଟା ମୁଣ୍ଡ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ନଦୀରେ ଗାଧୋଉଥିବା ସମୟରେ କଟାମଉଣ୍ଡଟି ଭାସୁଥିବାର ଦେଖିଥିଲେ । ପରେ  କାଲିମେଳା ପୁଲିସକୁ ଖବର ଦିଆଯାଇଥିଲା । ଖବର ପାଇ ମାଲକାନଗିରି ଏସଡିପିଓ ଦିବ୍ୟ ରଞ୍ଜନ ଦଲେଇ, କାଲିମେଳା ଥାନା ଅଧିକାରୀ ମୁକୁନ୍ଦ ମେଲକା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ ଟିମ ଦ୍ୱାରା ପରୀକ୍ଷା କରାଯିବା ପରେ ପ୍ରକୃତରେ ଉଦ୍ଧାର ମୁଣ୍ଡଟି କାହାର ଜଣାପଡିବ ।

   ଗତ ଡିସେମ୍ବର ୪ ତାରିଖରେ ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀ କୂଳରେ ଥିବା ଡୁଡାମେଟଲା ନିକଟରୁ ପଡିଆମି ନାମକ ଜଣେ ବିଧବା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ପୁଲିସ୍‌ ମୃତଦେହ ଉଦ୍ଧାର କରିଥିଲେ ମଧ୍ୟ ମହିଳାଙ୍କ ମୁଣ୍ଡ ମିଳିନଥିଲା । ଏହାକୁ ନେଇ ପରିବାର ଲୋକେ ମୁଣ୍ଡ ନ ମିଳିବା ପର୍ଯ୍ୟନ୍ତ ଶବ ସତ୍କାର କରିବେ ନାହିଁ ବୋଲି ଅଡି ବସିଥିଲେ । ମୁଣ୍ଡବିହୀନ ମୃତଦେହ ମିଳିବାକୁ ନେଇ ଦୁଇ ଗାଁ ମଧ୍ୟରେ ତୁମୁଳକାଣ୍ଡ ହୋଇଥିଲା । କଟାମୁଣ୍ଡ ମିଳୁନଥିବାରୁ ଏମ୍‌ଭି-୨୬ ଓ ରାଖେଲଗୁଡା ମଧ୍ୟ ବିବାଦ ଦେଖାଦେଇଥିଲା । ଯାହାକୁ ନେଇ ପ୍ରଶାସନ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ କଟକଣା ଜାରି କରିଛି । ସାଇଣ୍ଟିଫିକ ଟିମ ଦ୍ୱାରା ପରୀକ୍ଷା କରାଯିବା ପରେ ପ୍ରକୃତରେ ଉଦ୍ଧାର ମୁଣ୍ଡଟି କାହାର ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି  ।