ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ବୁଲା କୁକୁର ଏବଂ ଗାଈ ଭୟ

ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ବୁଲା କୁକୁର ଏବଂ ଗାଈ ଭୟ

ଭୁବନେଶ୍ୱର : ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ବୁଲା କୁକୁର ଏବଂ ଗାଈ ଭୟ । ବୁଲା କୁକୁର ଏବଂ ଗାଇକୁ କଲେଜ ପରିସରରେ ପ୍ରବେଶ ରୋକିବାକୁ ସମସ୍ତ ସରକାରୀ ଏବଂ ଅଣସରକାରୀ ସହାୟତାପ୍ରାପ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ । ସମସ୍ତ କଲେଜ ଗୁଡିକୁ ପାଚେରୀ ଏବଂ ଫାଟକ ସହିତ ସୁରକ୍ଷିତ କରାଯିବ । ଯାହାଦ୍ୱାରା ବୁଲା କୁକୁରଙ୍କ ପ୍ରବେଶକୁ ରୋକାଯାଇପାରିବ । ପଶୁମାନଙ୍କ ପ୍ରତି ପ୍ରତିରୋଧକ ଆଚରଣ ଏବଂ କାମୁଡାର ପ୍ରାଥମିକ ଚିକିତ୍ସା ବିଷୟରେ ଛାତ୍ରଛାତ୍ରୀ ଏବଂ କମିଚାରୀମାନଙ୍କ ପାଇଁ ସଚେତନତା କ୍ଲାସ୍‌ କରାଯିବ । ପଶୁମାନଙ୍କୁ ଆକର୍ଷିତ କରୁଥିବା ଖାଦ୍ୟ ଉତ୍ସ ଗୁଡିକୁ ଦୂର କରିବା ପାଇଁ ଉପଯୁକ୍ତ ଅପଚୟ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ସୂଚନା ଜାରି କରିଛି ।