ଭିଜିଲାନ୍ସ ଜାଲରେ ତହସିଲଦାର : ବିପୁଳ ପରିମାଣର ଟଙ୍କା ଓ ସୁନା ଜବତ  

ଭିଜିଲାନ୍ସ ଜାଲରେ ତହସିଲଦାର : ବିପୁଳ ପରିମାଣର ଟଙ୍କା ଓ ସୁନା ଜବତ  

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର । ଆଜି ସକାଳୁ ଏକକାଳୀନ ୪ଟି ସ୍ଥାନରେ ରେଡ୍‌ ମାରିଛି ଭିଜିଲାନ୍ସ ଟିମ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ରେଡ୍‌ କରାଯାଇଛି । ଏହି ରେଡ୍‌ରେ ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ଜଣେ ଏସଆଇ, ୮ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। 

  ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ କଲୋନିରେ ଥିବା ୨ଟି ତିନି ମହଲା କୋଠା, ଏବଂ ଖୋର୍ଦ୍ଧା ଜିଲ୍ଲାରେ ଥିବା ୨ଟି ଦୁଇ ମହଲା କୋଠାରେ ଚଢ଼ାଉ ହୋଇଥିଲା । ଏହା ସହ ବାରଙ୍ଗରେ ଥିବା ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଭୁବନେଶ୍ୱର ଘରୁ ନଗଦ ୬ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଥିବାର ପ୍ରାଥମିକ ସୂଚନା ରହିଛି । ଅନ୍ୟପଟେ ଚଢ଼ାଉ ସମୟରେ ଭିଜିଲାନ୍ସ ଟିମ୍‌ ବିଡାବିଡା ନଗଦ ଟଙ୍କା, ଗାଡ଼ି, ସୁନା ଓ ରୁପା ଅଳଙ୍କାର, ଦାମୀ ଘଣ୍ଟା, ବିଦେଶ ଯାତ୍ରା ସମ୍ପର୍କିତ ପାସପୋର୍ଟ, ଜମିଜମା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଏଟିଏମ୍‌ କାର୍ଡ ଆଦି ଜବତ କରିଛି ଭିଜିଲାନ୍ସ ଟିମ୍‌ ।