ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍‌ ଗାନ 

ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍‌ ଗାନ 

ଭୁବନେଶ୍ୱର : ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଗାଇଲା ‘ବନ୍ଦେ ମାତରମ’। ଆଜି ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ସାମୂହିକ ବନ୍ଦେ ମାତରମ୍‌ ଗାନ କରାଯାଇଛି । ଆଜି ଦିନ୧୧ଟା ସମୟରେ ସମସ୍ତେ ଏକାଠି ହୋଇ ବନ୍ଦେ ମାତରମ୍‌ ଗାଇଛନ୍ତି । ବନ୍ଦେ ମାତରମ ସଙ୍ଗୀତର ୧୫୦ ତମ ଶତବର୍ଷିକୀ ପାଳନ କରାଯାଉଛି । ଏହି ଅବସରରେ ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ସାମୂହିକ ‘ବନ୍ଦେ ମାତରମ୍‌’ ଗାନ କରାଯାଇଛି । ଛାତ୍ରଛାତ୍ରୀ ଏକାଠି ହୋଇ ବନ୍ଦେ ମାତରମ୍‌ ଗାନ କରିବା ସହ ଆତ୍ମନିର୍ଭର ଭାରତ ସ୍ୱଦେଶୀ ସଂକଳ୍ପ ପାଠ କରିଛନ୍ତି । ଏହି ଦିବସ ପାଳନ ଲାଗି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ, ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି କରିଥିଲା ।