ଓସିଏସ୍‌ ପ୍ରିଲିମ୍‌ ପରୀକ୍ଷା ଡିସେମ୍ବର ୧୫ରେ

ଭୁବନେଶ୍ୱର : ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ (ଓସିଏସ୍‌) ପରୀକ୍ଷା-୨୦୨୩ର ପ୍ରିଲିମ ପାଇଁ ତାରିଖ ଘୋଷଣା ହୋଇଛି। ଡିସେମ୍ବର ୧୫ରେ ଓସିଏସ୍‌ ପ୍ରିଲିମ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା କରୁଥିବା ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ବୁଧବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ସମ୍ପର୍କିତ ସବିଶେଷ ତଥ୍ୟ ପାଇଁ ପରୀକ୍ଷାର୍ଥୀ http://opsc.gov.inରେ ଲଗ୍‌ ଅନ୍‌ କରିବାକୁ ଓପିଏସ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି।