ବିପ୍ଲବୀ ଆନନ୍ଦ ଚନ୍ଦ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସେମିରେ ପାରିନୂଆପଡା
ରାଜକନିକା: ରାଜକନିକା ବ୍ଲକ ଡାଳିକାଏନ୍ଦା ଗ୍ରାମରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘ ପକ୍ଷରୁ ଗୁରୁ ବ୍ରଦର୍ସ ପ୍ରାୟୋଜିତ ୪୯ତମ ବିପ୍ଲବୀ ଆନନ୍ଦ ଚନ୍ଦ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩ୟ କ୍ୱାଟର ଫାଇନାଲ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳରେ ବହୁରୂପା କ୍ଲବ୍ ପାରିନୁଆପଡା ଟାଉନ କ୍ଲବ୍ ଆଳିକୁ ୫ ୱିକେଟରେ ପରାସ୍ତ କରି ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଟାଉନ କ୍ଲବ ଆଳି ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭର ରେ ସମସ୍ତ ଉଇକେଟ ହରାଇ ୧୩୪ ରନ କରିଥିବାବେଳେ ବହୁରୂପା କ୍ଲବ ପାରିନୁଆପଡା ୧୫.୪ ଓଭର ରେ ୫ ଉଇକେଟ ବିନିମୟରେ ୧୩୬ ରନ କରି ବିଜୟ ଲାଭ କରିଥିଲା । ଅନୁଷ୍ଠାନ କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠିଙ୍କ ସଂଯୋଜନାରେ ଅନୁଷ୍ଠିତ ଖେଳରେ ମୁଖ୍ୟଅତିଥି କ୍ରୀଡ଼ାବିତ୍ ପବିତ୍ର ରାଉତ ଓ ସମ୍ମାନିତଅତିଥି ଉପଦେଷ୍ଟା ଅଦେତ ବିଶ୍ୱାଳ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାହୁ, ଗ୍ରାମ ସଭାପତି ରବୀନ୍ଦ୍ର ସ୍ୱାଇଁ ଓ ଶିକ୍ଷାବିତ୍ ସୁବାସ ନାୟକ ପ୍ରମୁଖ ଯୋଗଦେଇ ଖେଳକୁ ଉତ୍ସାହିତ କରିବା ସହିତ ବିଜେତା ଦଳର ସୁନୀଲ ବରଜଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ କ୍ଲବ ସଭାପତି ପ୍ରମୋଦ ରାଉତ, ସମ୍ପାଦକ ସରୋଜ ବେହେରା ଓ ବିଶ୍ୱାମିତ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଅମିତ ବିଶ୍ୱାଳ ଓ ବିଜୟ ବେହେରା ଖେଳ ପରିଚାଳନା କରିଥିବାବେଳେ, ଅଜିତ ଗୁରୁ, ପ୍ରକାଶ ବେହେରା, ପ୍ରେମଚାନ୍ଦ ରାଉତ, ପ୍ରଶାନ୍ତ ମହଲା, ପ୍ରୀତିରାଜ ବେହେରା, ପ୍ରୀତମ ସ୍ୱାଇଁ, ସୁବାସ ବେହେରା, ଉକେଶ ବେହେରା, ସୁବ୍ରତ ପାଣି, ସବୁଜ ଜେନା, ରଜତ ସ୍ୱାଇଁ ଓ କଳ୍ପତରୁ ଜେନା ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।