ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ

 ରାଜକନିକା:: ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ ନୋଡାଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଦ୍ୱିତୀୟ ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ପୁରସ୍କାର ପ୍ରାପ୍ତ ବୈଷ୍ଣବ ଚରଣ ସାମଲ, ମୁଖ୍ୟବକ୍ତା ଭାବେ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟ ପୂର୍ବତନ ଉପକୁଳପତି ପ୍ରଫେସର ଡ. ହରେକୃଷ୍ଣ ଶତପଥୀ ଓ ସମ୍ମାନିତଅତିଥି ଭାବେ ଆଳି ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ଓ ଦେବେନ୍ଦ୍ର ଶର୍ମା, ପ୍ରାକ୍ତନ ପ୍ରଶାସକ ବଂଶୀଧର ରାଉତ, ଏସ.ଏନ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବୈକୁଣ୍ଠ ନାଥ ପରିଡା, ଡ. ଦେବସ୍ମିତା ଶର୍ମା, ରାଜକନିକା ବିଇଓ ନଳିନୀ ରଞ୍ଜନ ରାଉତରାୟ, ପ୍ରଧାନଶିକ୍ଷକ ଅଶୋକ କୁମାର ରାଉତ ରାୟ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ହରଗୋବିନ୍ଦ ମଢୁଆଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂତୃପ୍ତ ଦାସ, ଖଗେଶ୍ୱର ପଢିହାରୀ ଓ ରତିକାନ୍ତ ରାଉତ ସଂଯୋଜନା କରିଥିବାବେଳେ, ସମ୍ପାଦକ ଡ. ଫକୀର ଚନ୍ଦ୍ର ପ୍ରଧାନ ବିବରଣୀ ପାଠ ଓ ଗୋକୁଳି ଚନ୍ଦ୍ର ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ବସନ୍ତ ମଲ୍ଲିକ, ସୁରେଶ ଚନ୍ଦ୍ର ରାଉତ, ଗଙ୍ଗାଧର ବେହେରା, ନିର୍ମଳ ପଲାଇ, ସଞ୍ଜୟ ବିଶ୍ୱାଳ, ହେମନ୍ତ ନାୟକ, ରଞ୍ଜନ ରାଉତ, ଶରତ ପଢିହାରୀ, ନିରୋଦ ରାଉତ ଓ ବସନ୍ତ ଦାସ ସହଯୋଗ କରିଥିଲେ ।