ମଦ ଦୋକାନ ବନ୍ଦ ଦାବି

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦି ବାଉଁଶମୂଳ ପଞ୍ଚାୟତ ବଜାରର ଏକ ବିଦେଶୀ ମଦ ଦୋକାନ ହଟାଇବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ମହିଳାମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି  । ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ମଦ ଦୋକାନ ନିକଟରେ ମନ୍ଦିର, ସ୍ୁଲ ରହିଥିବାବେଳେ ମହିଳା ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଯିବା ଆସିବାରେ ବ୍ୟାପକ ଅସୁବିଧା ହେଉଛି  । ଏହା ସହିତ ଅସାମାଜିକ ଯୁବକମାନେ ମଦ ପିଇ ସେଠାରେ ଆଡ୍ଡା ଜମାଇ ଯାତାୟତ କରୁଥିବା ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରୁଛନ୍ତି  । ତେଣୁ ଏହି ମଦ ଦୋକାନ ତୁରନ୍ତ ବନ୍ଦ କରିବା ପାଇଁ ପ୍ରଦିପ ମିଶ୍ର, ଅନିରୁଦ୍ଧ ରାଉତ, ରଞ୍ଜିତା ରାଉଳ, ରେଣୁକା ଦାସ, ଲୋଚନ ପଲାଇ ପ୍ରମୁଖ ଦାବି କରିଛନ୍ତି  ।