ବିବାହ ବନ୍ଧନରେ ଦୁଇ ଭିନ୍ନକ୍ଷମ ଯୁବକ ଯୁବତୀ


 ଚାନ୍ଦବାଲି, : ବିବାହ ବନ୍ଧନରେ ବାନ୍ଧି ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଦୁଇ ଭିନ୍ନକ୍ଷମ  । ପୁଅ ମୁକ ଓ ବଧିର ହୋଇଥିବା ବେଳେ ଝିଅ ମଧ୍ୟ ନିଜର ଦୃଷ୍ଟି ଶକ୍ତି ହରାଇଛି । ଏଭଳି ସ୍ଥିତିରେ ପରିବାର ଲୋକେ ଏହି ଦୁଇ ଭିନ୍ନକ୍ଷମଙ୍କ ବାହାଘର କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଭଦ୍ରକ ଜଲ୍ଲା ଚାନ୍ଦବାଲି ବ୍ଲକ ଗୋପୀନାଥପୁର ପଞ୍ଚାୟତ ବାଲିପଦା ଗ୍ରାମର ଯଦୁମଣି ସେନାପତିଙ୍କ ପୁଅ ବାବୁଲା ସହିତ ତିହିଡ଼ି ବ୍ଲକ ଜାମଯୋଡ଼ି ପଞ୍ଚାୟତ ଚାରିତରଫପୁର ଗ୍ରାମର ସୁବାସ ଦାସଙ୍କ ଝିଅ ଶକୁନ୍ତଳାଙ୍କର ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଛି । ତେବେ ଉଭୟଙ୍କ ପରିବାରଙ୍କର ସହମତିରେ ଏହି ବାହାଘର ହୋଇଥିବା ବେଳେ ଏହି ବାହାଘରକୁ ନେଇ ଦୁହେଁ ବେଶ୍ ଖୁସିଥିବା କହିଛନ୍ତି ଉଭୟ ପକ୍ଷର ମୁରବୀ  । ଅନ୍ୟପଟେ ବାବୁଲା କହିବା ଓ ଶୁଣିବାର ଶକ୍ତି ହରାଇ ଥିବା ବେଳେ ଠାର ମାଧ୍ୟମରେ ସେ ସବୁ କଥା ବୁଝିପାରୁଥିବା କହିଛନ୍ତି ପରିବାର ଲୋକେ । ଜଣେ ଜଣଙ୍କର ହାତଧରି ସାତଜନ୍ମ ପାଇଁ ସାଥୀ ହୋଇ ରହିବାକୁ କଲେ ସଂକଳ୍ପ  । ପରସ୍ପର ସାହାରା ହେବେ ବୋଲି ଦେଲେ ପ୍ରତିଶ୍ରୁତି  । ଏହି ବିବାହ ସାଧାରଣ ବିବାହ ପରି ମନେ ହେଉଥିଲେ ହେଁ କିନ୍ତୁ ସାଧାରଣ ନୁହେଁ  । ବର ଓ କନ୍ୟା ବେଶରେ ବସିଥିବା ଏ ଦୁହେଁ ହେଉଛନ୍ତି ଦିବ୍ୟାଙ୍ଗ  । ପ୍ରକୃତରେ ଦୁଃଖୀ ଲୋକ ହିଁ ବୁଝିପାରେ ଆଉ ଜଣକର ଦୁଃଖକଷ୍ଟ  । ସେମିିତି ଏହି ଦୁଇଜଣ ବୁଝିପାରିଲେ ନିଜନିଜ ଭିତରେ ଥିବା ଆଶା ଓ ଆକାଂକ୍ଷା  । ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଜୀବନରେ ସ୍ୱପ୍ନ ଓ ବାସ୍ତବତାକୁ ସାଙ୍ଗରେ ଧରି ଆଗକୁ ଯିବାକୁ ସଂକଳ୍ପ କରିଛନ୍ତି ଏମାନେ କ୍ଷ  ସେମାନଙ୍କ ମନରେ ଭରିଛି ଅସୀମ ଧୈର୍ଯ୍ୟ ଓ ମନୋବଳ  । ବୈଦିକ ରୀତିନୀତି ଅନୁଯାୟୀ ଗତକାଲି ଦିନରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି  । ଜଣେ ଚକ୍ଷୁ ହୀନ ଥିବାବେଳେ ଅନ୍ୟ ଜଣେ  ମୁକ ଓ ବଧିର  । ହେଲେ ଠରାଠରିରେ ଭାବର ଆଦାନ ପ୍ରଦାନ କରି ପାରୁଛନ୍ତି  । ଏପରିକି ଉଭୟଙ୍କ ପରିବାର ଲୋକେ ମଧ୍ୟ ଅଭ୍ୟସ୍ଥ ହୋଇ ଯାଇଛନ୍ତି  । ଏହି ଉସôବରେ ୨୦ରୁ ଅଧିକ ଭିନ୍ନକ୍ଷମ ସାଙ୍ଗମାନେ ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା । ଏନେଇ ଗ୍ରାମବାସୀ ମଧ୍ୟ ବେଶ ଖୁସିବ୍ୟକ୍ତ କରିଛନ୍ତି  ।