କଂକ୍ରିଟ ନିର୍ମାଣ ଦାବି

 ବନ୍ତ: ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଥିବା ପ୍ରାଣୀଧନ ନୀରିକ୍ଷକ କେନ୍ଦ୍ରର ଚର୍ତୁପାଶ୍ୱରେ ଖାଲ ହୋଇଥିବା ଯୋଗୁଁ କାଦୁଆ ପାଣି ସହିତ ଅଳିଆ ଆବର୍ଜ୍ଜନାରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଏହା ସହିତ କେନ୍ଦ୍ରକୁ ଯିବା ପାଇଁ ରାସ୍ତା ନାହିଁ ।ଏଥି ପାଇଁ କର୍ମଚାରୀ ସମେତ ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ପ୍ରାଣୀଧନ କେନ୍ଦ୍ରଟି ପ୍ରାୟ ଦଶ ବର୍ଷ ପୂର୍ବେ ନିର୍ମିତ ହୋଇଥିଲେ ମଧ୍ୟ ଚତ୍ତୁର୍ପାର୍ଶ୍ୱର ସୁଧାର ଆସିପାରୁନାହିଁ । ଏହି କେନ୍ଦ୍ର ଉପରେ ଗଣିଜାଙ୍ଗପଞ୍ଚାୟତ ଲୋକମାନେ ପ୍ରାଣୀଙ୍କ ଚିକିସôା ପାଇଁ ନିର୍ଭର କରିଥାନ୍ତି ।ବର୍ଷା ଦିନରେ ଏହି କେନ୍ଦ୍ରର ଦୁଃଖ ଦିଗୁଣିତ ହୋଇଯାଇଥାଏ । କେନ୍ଦ୍ରର ଚର୍ତୁପାଶ୍ୱର ପାଣି ଜମା ହୋଇଯାଇଥାଏ । ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏଥି ପାଇଁ ଉକ୍ତ କେନ୍ଦ୍ରର ଚତୁପାର୍ଶ୍ୱକୁ ପକ୍କା ରାସ୍ତା ସହିତ ଡ୍ରେନେଜ ବେବସ୍ତା ପାଇଁ ସାଧାରଣରେ ଦାବି ହୋଇଛି ।