ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ପାଳିତ

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ପାଳିତ


ମାଲକାନଗିରି, ୨୮ା୪: ଉକ୍ରଳ ସମ୍ମିଳନୀ ମାଲକାନଗିରି ଶାଖା ପକ୍ଷରୁ ସର୍କିଟ ହାଉସ ଠାରେ ସଭାପତି ଡକ୍ଟର ରଞ୍ଜନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମାଲକାନଗିରି ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ଅଶୋକ କୁମାର ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ମଧୁବାବୁଙ୍କ ଜୀବନୀ ଓ ଓଡ଼ିଆ ଭାଷା ଓ ଜାତି ପାଇଁ ତାଙ୍କ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମନୋଜ ବେହେରା ବନେ୍ଦ ଉକ୍ରଳଜନନୀ ସଙ୍ଗୀତ ଗାନ କରିଥିଲା ବେଳେ ହରେକୃଷ୍ଣ କୀର୍ତ୍ତିନିଆ ଧନ୍ୟବାଦ ଅର୍ପଣ କରିଥିଲେ । 
ବୁଗୁଡ଼ା: ସ୍ଥାନୀୟ ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ଆଇନଜୀବୀ ଦିବସ ରୂପେ ପାଳିତ ହୋଇଛି । ସ୍ୱାଭିମାନୀ ଆଇନଜୀବୀ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀରେ ସଂଘ ସଭାପତି ବନବାସୀ ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ଓକିଲ ସଂଘର ପ୍ରାକ୍ତନ ସଭାପତି ଶିଶିର କୁମାର ପାଢୀ, ମୁଖ୍ୟ ବକ୍ତା ଭାବେ ପିପୁଲ୍ସ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଜୟକୃଷ୍ଣ ସାହୁ ଓ ସମ୍ମାନିତ ଅତିଥି ଭାବେ ଗାମ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ନିରନ ପ୍ରସାଦ ନାୟକ ଯୋଗ ଦେଇ ଉକ୍ରଳ ଗୌରବ ମଧୁବାବୁଙ୍କ ଅସାଧାରଣ ବ୍ୟକ୍ତିôବ ସମ୍ପର୍କେ ଆଲୋକପାତ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ପରାମର୍ଶ ଦେଇଥିଲେ  । ଏ ଅବସରରେ କୋର୍ଟ ପରିସରସ୍ଥ ମଧୁବାବୁଙ୍କ ଓ ସ୍ଥାନୀୟ ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ଉମା ଚରଣ ଦାଶଙ୍କ ପ୍ରତିମୂର୍ତ୍ତି ଦ୍ୱୟରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଥି ସହ ବରେଣ୍ୟ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଉଭୟଙ୍କୁ ଉପଢୌକନ, ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଠ ଆଇନଜୀବୀ ହର ପ୍ରସାଦ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ କାଳରେ ସମ୍ପାଦକ ଦୁର୍ଗା ମାଧବ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ, ସହ-ସମ୍ପାଦକ ସିମାଞ୍ଚଳ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ସଂଘର ଉପସଭାପତି ସରୋଜ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ  । ଉକ୍ତ କାର୍ଯ୍ୟକ୍ରମ ପରି·ଳନାରେ ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଗଣ ସକ୍ରିୟ ସହଯୋଗ କରିଥିଲେ ।
ଆସିକା: ଆସିକା ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ତଥା ଆଇନ ଦିବସ ପାଳନ କରାଯାଇଛି । ଆସିକା ବାରର ସଭା ଗୃହରେ ଓକିଲ ସଂଘର ସଭାପତି ସୁଧାଂଶୁ ପଣ୍ଡାଙ୍କ ସଭାପତିତ୍ୱରେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଚୌଧୁରୀ ପ୍ରବୀର କୁମାର, ଏସଏସଜେ ସୌଦାମିନୀ ବିଶ୍ୱାଳ, ଏମଏମଏ ସି ଝିଲି ଲୀନା ନାୟକ, ଜେଏମଏଫସି ମୋନାଲି ବେହେରା, ଜେଏମଏଫସି ଶ୍ୱତୋ ଦାସ, ଉପସଭାପତି ପ୍ରଭାତ କୁମାର ପାଢ଼ୀ ସମ୍ପାଦକ ବିଦେଶୀ ନାହାକ, ସହ ସମ୍ପାଦକ ରାଘବ ନାହକ, କୋଷାଧକ୍ଷ ସନ୍ତୋଷ କୁମାର ମିଶ୍ର, ପୂର୍ବତନ ସଭାପତି ରବିନ୍ଦ୍ର ନାଥ ଶର୍ମା, ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ନାଥ ପଣ୍ଡା, ଅଜିତ ଚୌଧୁରୀ, ନାରାୟଣ ମୁନି ଶିଶିର କୁମାର ନାହକ,ସରୋଜ କୁମାର ନାୟକ, କୋଖନ ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ  । ମଧୁବାବୁଙ୍କ ଆତ୍ମ ଜୀବନୀ, ମଧୁ ବାରିଷ୍ଟର ଉପାଧି, ଓକିଲାତି ପ୍ରତି ତାଙ୍କର ଅବଦାନ, ନୀତିଶିକ୍ଷା ସାରା ଦେଶରେ ସୁଦୂର ପ୍ରସାରି ହୋଇଥିଲା  । କୋର୍ଟ ପରିସରରେ ଥିବା ମଧୁ ବାବୁଙ୍କ ଫୋଟୋ ଉପରେ ବହୁ ଅତିଥିମାନେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ।
ବେତନଟୀ: ସ୍ଥାନୀୟ କାଳୀ ମଣ୍ଡପ ନିକଟସ୍ଥ ଓଡ଼ିଆ ସ୍ୱାଭିମାନର ପ୍ରତୀକ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିିରେ ବରିଷ୍ଟ ସାମ୍ବାଦିକ ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ୱାମୀ ମଲ୍ୟାପଣ କରି ଥିଲେ । ମଧୁବାବୁଙ୍କ ଜୀବନବ୍ୟାପି ସାଧନା ଓ ଜାତୀୟ ସ୍ୱାଭିମାନ ସହିତ ଲୋକ ମାନଙ୍କୁ ଯୋଡିବା ପାଇଁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରୟାସ ଜାରି ରଖି ଥିଲେ । ମଧୁବାବୁଙ୍କ ଏହି ପୂର୍ଣ୍ଣତିଥିରେ ସଂସଦର ସମ୍ପାଦକ ଯତୀନ୍ଦ୍ର ନାଥ ସାହୁ ବନ ମୟୂରୀ ସମ୍ପାଦକ ନିରୋଦ ସୁନ୍ଦର ଜେନା, କଇଁ ଫୁଲ ସମ୍ପାଦକ ପର୍ଶୁରାମ ସାହ. ଓଷ୍ଟା ସମ୍ପାଦକ କିଶୋର ଚନ୍ଦ୍ର ଆ·ର୍ଯ୍ୟ, କେସିପୁର କଲେଜର ଅଧ୍ୟକ୍ଷ ଡ ମନ୍ଦାକିନୀ ସାହୁ, ରବୀନ୍ଦ୍ର ନାଥ ଖଟୁଆ, ଗୌତମ ଚନ୍ଦ୍ର ବେହେରା, ମୃତ୍ୟୁଞ୍ଜୟ ଦାସ ଓ କାହ୍ନୁ ବାବୁ, କମଳ ଲୋଚନ କର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମୟୁର ସାହିତ୍ୟ ସଂସଦ ତରଫରୁ ପିଲାମାନଙ୍କୁ ଚକ୍ଲେଟ ପ୍ରଦାନ କରାଯାଇଥିଲା ।
ବଡ଼ସାହି: ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟ ଜୟନ୍ତୀକୁ ଅବସରରେ ସମ୍ବାଦ ସାହିତ୍ୟ ଘର, ବଡ଼ସାହି ଶାଖା ପକ୍ଷରୁ ସ୍ୱାଭିମାନ ଦିବସ ଭାବେ ପାଳନ କରାଯାଇଛି । ସାହିତ୍ୟ ଘର ସଭାପତି ବଙ୍କିମ ବିହାରୀ ପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ଉପସ୍ଥିତ ସମସ୍ତେ ପ୍ରଥମେ ମଧୁବାବୁଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଓଡ଼ିଶାର ପ୍ରଥମ ବାରିଷ୍ଟର ସ୍ୱାଭିମାନୀ ପୁରୁଷ ମଧୁବାବୁଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସାହିତ୍ୟ ଘର ସଂପାଦକ ରାଜେନ୍ଦ୍ର କୁମାର ଜେନାଙ୍କ ଆୟୋଜନ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଦସ୍ୟ ବିରଞ୍ଚି ନାରାୟଣ ପତି,ସଂଯୁକ୍ତା ରାଉତ, ରତିକାନ୍ତ ବେହେରା, ଭଗବାନ ବିଶ୍ୱାଳ, ମନୋରଞ୍ଜନ ବଳା, ଦେବରାଜ ନାୟକ, ସନ୍ତୋଷ ବିଶ୍ୱାଳ, ଲଳିତ ମହାନ୍ତି, ସତ୍ୟନାରାୟଣ ମୁଦି, ଅଭୟ ରାଉତ ପ୍ରମୁଖ ଉପସ୍ଥିତ ରହି ଏଥିରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟନିର୍ବାହୀ ସଂପାଦକ ଶଚିନ୍ଦ୍ର ବିଶ୍ୱାଳ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିବା ବେଳେ ସଂଯୋଜକ ଅମିୟ କୁମାର ବଳ ଧନ୍ୟବାଦ ଅର୍ପଣ କରିଥିଲେ ।
ବୁଗୁଡା: ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ପିପୁଲ୍ସ କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ୟରେ ମଧୁବାବୁଙ୍କ ଜୟନ୍ତୀ ପାଳନ ଉତ୍ସବରେ ଅତିଥି ଭାବେ ଅଧ୍ୟାପକ କିଶୋର ଶବର , ଅକ୍ଷୟ କୁମାର ସାହୁ , ପ୍ରଦୀପ କୁମାର ଦାଶ ଓ ସୟ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା , ଓଡିଆ ଅସ୍ମିତାର ପ୍ରତୀକ ମଧୁବାବୁ ଆଦି ପ୍ରସଙ୍ଗ ଗୁଡିକ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ହିମାଂଶୁ ଶେଖର ରଥଙ୍କ ଆବାହକରେ ଆୟୋଜିତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଦୁଷ୍ମନ୍ତ ପ୍ରଧାନ ପରି·ଳନା କରିଥିଲେ । ସେହିପରି ବୁଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ୱପରିସରରେ ପରି·ଳନା ସଭାପତି ବ୍ରଜ କିଶୋର ପାଢ଼ୀଙ୍କ ପୌରହିତ୍ୟରେ ମଧୁବାବୁଙ୍କ ଜୟନ୍ତୀ ପାଳିତ ହୋଇଥିଲା । ବାଲିପଦର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଭାପତି ବିପ୍ର ଚରଣ ପାତ୍ରଙ୍କ ପୌରାହିତ୍ୟରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା  ।
ନବରଙ୍ଗପୁର: ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି । ଏହି ଅବସରେ ମଧୁବାବୁ ପାର୍କ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ୍ୱ) ନବୀନ ଚନ୍ଦ୍ର ନାୟକ ଯୋଗଦେଇ ଭକ୍ତିପୂତ ଶ୍ରଦ୍ଧାଳି ଅର୍ପଣ ପୂର୍ବକ ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ନବରଙ୍ଗପୁର ଉକ୍ରଳ ପରିଷଦର ଜଗଦୀଶ ତ୍ରିପାଠୀ, ବିଜୟ କୁମାର ଚୌଧୁରୀ, ଦେବେନ୍ଦ୍ର ପ୍ରଧାନ, ପ୍ରଭାସିନି ମହାନ୍ତି ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।