" ଅପରେସନ ସଂସ୍କାର’ ଆରମ୍ଭ

  ନୂଆପଡ଼ା : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅବକାରୀ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି  । ବୈଠକରେ ଅବକାରୀ ବିଭାଗର ରାଜସ୍ୱ ଆଦାୟ,ପ୍ରବର୍ତ୍ତନ କାର୍ଯ୍ୟକଳାପ ଏବଂ ଅବକାରୀ ବିଭାଗର କର୍ମଚାରୀ  ମାନଙ୍କ କାର୍ଯ୍ୟଦକ୍ଷତା ଉପରେ ଆଲୋଚନା କରାଯାଇଥିଲାକ୍ଷ ବିଦ୍ୟାଳୟ , ଜନବସତି , ରାସ୍ତା କଡ ଇତ୍ୟାଦି ଅଞ୍ଚଳରେ ଦୃଢ଼ ହସ୍ତରେ ଚୋରା ମଦ ବିକ୍ରୟ କେନ୍ଦ୍ର ସବୁ ତୁରନ୍ତ ବନ୍ଦ କରିବାପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ  । ଆଗାମୀ ଦିନରେ ଅବକାରୀ କାର୍ଯ୍ୟକଳାପ କେମିତି ଆହୁରି ସୁଦୃଢ ହୋଇ ଜିଲ୍ଲାରେ  ଅବୈଧ ଚୋରା ମଦ,ଗଞ୍ଜେଇ, ନିଶା କାରବାର ଉପରେ ରୋକ୍ ଲାଗିପାରିବ ତଥା ଜନ ସଚେତନତା ସୃଷ୍ଟି ହୋଇପାରିବ  ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଉପ ଜିଲ୍ଲାପାଳ ସୂର୍ମି ସୋରେନ୍, ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଅବକାରୀ ନିରୀକ୍ଷକ ସୋମନାଥ ବାଗ, ଅବକାରୀ ଉପ ନୀରିକ୍ଷକ ସଚଳା ପାଢ଼ୀ, ଅଲେଖ ପୁଟେଲ,ସିଦ୍ଧାନ୍ତ ପାତ୍ର,ମଙ୍ଗଳ ଛତ୍ରିଆ ଏବଂ ଅନ୍ୟ ଅବକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ  । ଏହି ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ୫୯୩ ଗୋଟି ମାମଲା ଅନୁସନ୍ଧାନ କରାଯାଇ  ୪୦୧ ଜଣଙ୍କ ବିରୁଦ୍ଧରେ ଅବକାରୀ କେଶ୍ ରୁଜ୍ଜୁ କରା ଯାଇଛି  । ଜିଲ୍ଲାରେ "ଅପରେସନ ସଂସ୍କାର" ଆରମ୍ଭ କରାଗଲା  । ସମ୍ପୂର୍ଣ୍ଣ ଭୟମୁକ୍ତ ହୋଇ ସମର୍ପିତ ଭାବରେ ଜିଲ୍ଲାରୁ ଅବୈଧ ନିଶା କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ  ।