ବିଭିନ୍ନ ସ୍ଥାନରେ ଓଡିଶା ବନ୍ଦର ପ୍ରଭାବ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କଂଗ୍ରେସ ସମେତ ମିଳିତ ବିରୋଧୀ ଦଳ ପକ୍ଷରୁ ଫକିରମୋହନ କଲେଜ ମୃତ ଛାତ୍ରୀ ସୌମଶ୍ରୀକୁ ନ୍ୟାୟ ପ୍ରଦାନ ଦାବିରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ନେତୃତ୍ୱରେ ଓଡ଼ିଶା ବନ୍ଦ ସମ୍ପୁର୍ଣ୍ଣ ସଫଳ ହୋଇଛି । ବନ୍ଦ କାର୍ଯ୍ୟକ୍ରମରେ ସିପିଏମ ରାଜ୍ୟ କମିଟି ସଦସ୍ୟ ଲୋଭାକାନ୍ତ ସ୍ୱାଇଁ, ଏସ୍ୟୁସିଆଇ ନେତା ପ୍ରଦିପ୍ତ ରାମ୍, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ନଗର କଂଗ୍ରେସ ସଭାପତି ଅଭୟ ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ମାନସ ରଥ, ସରପଞ୍ଚ ପ୍ରମୋଦ ସାହୁ, ସରପଞ୍ଚ ଦିଲ୍ଲିପ ମହାନ୍ତି,ପୂର୍ବତନ ସରପଞ୍ଚ ବିଶ୍ୱଜିତ ପୋଥାଳ, ପୂର୍ବତନ ସରପଞ୍ଚ କାହ୍ନୁଚରଣ ରାଉତ, ଜିଲ୍ଲା ନିଖିଳ ଉକ୍ରଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ସଭାପତି ଇଂ. ବେଦଦୁ୍ୟତି ପୃଷ୍ଟି, ଜିଲ୍ଲା କଂଗ୍ରେସ ସେବା ଦଳ ଅଧ୍ୟକ୍ଷ ଡ. ଜଗଦାନନ୍ଦ ବେହେରା, ଜିଲ୍ଲା ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ଇମତିୟାଜ ଅହମ୍ମଦ ଖାଁ, ସେଖ୍ ଅମିନୁସ ସାଜେଦିନ, କଂଗ୍ରେସ ନେତା ନେତା ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ଦେବେନ୍ଦ୍ର ଦାଶ,ଇଂ ଜ୍ଞାନ ରଞ୍ଜନ ଜେନା, ସମିର ଖୁଣ୍ଟିଆ, କାଳନ୍ଦୀ ଜେନା,ସେଖ୍ ସଫାତ,କିଶୋର ପଟ୍ଟନାୟକ, ପ୍ରବିର ପରିଜା, ସୌମ୍ୟରଞ୍ଜନ ମହାନ୍ତି, ଦିପକ ପାଲ, ଦାଶରଥି ସ୍ୱାଇଁ, ଦିଲ୍ଲିପ ସିଂହ, ସ୍ୱରୁପ କାନୁନଗୋ, ଉମେଶ ସ୍ୱାଇଁ, ଆର୍ଶୀବାଦ ତ୍ରିପାଠୀ, ହିଫଜୁଲ୍ ରହେମାନ,ସଂଦିପ ସ୍ୱାଇଁ, ସୂର୍ଯ୍ୟକାନ୍ତ ସାହୁ, ଦେବୀ ପ୍ରସାଦ ପରିଡା, ଦିପକ ସ୍ୱାଇଁ,ଅତୁଲ୍ୟ ବିଶ୍ୱାଳ, ସେଖ ଅମିନୁସ ସାଜେଦିନ, ବୃନ୍ଦାବନ ପ୍ରଧାନ, ମିର୍ଜା ସାମସୁଦ୍ଦିନ ବେଗ୍, ଅବନୀକାନ୍ତ ମହାରଣା, ତ୍ରିପୁରେଶ୍ୱର ମଲ୍ଲିକ, ପ୍ରଣବ ମହାପାତ୍ର,ବିଜୟ ପଲାଉରୀ, ଧର୍ମାନନ୍ଦ ବିଶ୍ୱାଳ,ଚିତ୍ରସେନ ସାହୁ, ପବିତ୍ର ପ୍ରଧାନ, ଅମୁଲ୍ୟ ମହାନ୍ତି, ଏସ୍କେ ଅହମ୍ମଦ ପ୍ରମୁଖ ଯୋଗଦେଇ ଓଡିଶା ବନ୍ଦରେ ସାମିଲ ହୋଇଥିଲେ । ଜଗତସିଂହପୁର ସହରର ବିଭିନ୍ନ  ବଜାର ବନ୍ଦ ରହିଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ସମସ୍ତ ଅଫିସ, ବ୍ୟାଙ୍କ, କଲେଜ, ସ୍କୁଲ, ବ୍ୟବସାୟ ପ୍ରତିଷ୍ଠାନ ଆଦି ବନ୍ଦ ରହିଥିଲା ।
ଗୋଲାମୁଣ୍ଡା : ଫକୀର ମୋହନ ସ୍ୱୟଂ ଚାଳିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତିର ନ୍ୟାୟ ଦାବିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିବାବେଳେ ଗୋଲାମୁଣ୍ଡା ବ୍ଲକରେ ତାହା ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ସ୍କୁଲ୍ କଲେଜ୍ ସରକାରୀ ଅଫିସ, ଚାରି ଚକିଆ ଯାନବାହାନ  ଚଳାଚଳ ବନ୍ଦ ଥିବାବେଳେ ଦୋକାନ ବଜାର ସ୍ୱାଭାବିକ ଭାବରେ ଖୋଲା ରହିଥିଲା । ଏହି ଅବସରରେ ରାଜ୍ୟ କଂଗ୍ରେସ ଅନୂସୁଚିତ ସେଲ ସାଧାରଣ ସମ୍ପାଦକ ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ଗୋଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି ସଭ୍ୟମାନେ ଗୋଲମୁଣ୍ଡା ଫୋରୱେ ବାଏ ପାସ୍ ନିକଟରେ ଧର୍ମଗଡ ଓ ନୂଆପଡା ଜିଲ୍ଲା ସଂଯୋଗ୍ କରୁଥିବା ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ । ହେଲେ ଗୋଲାମୁଣ୍ଡା ଗ୍ରାମରେ ବନ୍ଦ ଡାକରା ପଡ଼ିଥିବାବେଳେ ବ୍ଲକରେ ଥିବା ୨୭ ଗୋଟି ପଞ୍ଚାୟତରେ କୌଣସି ପ୍ରଭାବ ପଡି ନ ଥିବା ଜଣାପଡିଛି ।
କାକଟପୁର: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମହୁତି ଦେବା ଘଟଣାକୁ ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଓ ବାମପନ୍ଥୀ ଦଳ ପକ୍ଷରୁ ବିଚାର ବିଭାଗୀୟ ତଦନ୍ତ ଦାବି କରି ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରାରେ ବ୍ଲକ କଂଗ୍ରେସ ପକ୍ଷରୁ ପିକେଟିଂ କରାଯାଇ ଓଡିଶା ବନ୍ଦ ସଫଳ କରାଯାଇଥିଲା । ଆଜି ଦିନ ତମାମ କାକଟପୁର ବଜାରର ସମସ୍ତ ଦୋକାନ ବଜାର ବନ୍ଦ  ରହିବା ସହ ଗାଡିମଟର ଚଳା ଚଳ ବନ୍ଦ ରହିଥିଲା । ଏହି ବନ୍ଦକୁ ସମସ୍ତ ସାଧାରଣ ଜନତା, ବ୍ୟବସାୟୀ ବନ୍ଧୁ ଓ ବୁଦ୍ଧିଜୀବୀ ସମର୍ଥନ ଦେଇଥିବାରୁ ବନ୍ଦ ସଫଳ ହୋଇଥିବା ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଲୁଲୁ ଖୁଣ୍ଟିଆ ପ୍ରକାଶ କରିଥିଲେ । କଂଗ୍ରେସର ଛାମୁଆ ନେତାଙ୍କ ମଧ୍ୟରେ କାକଟପୁର କଂଗ୍ରେସ ବିଶ୍ୱ ଦାସ, ବ୍ଲକ ସଂଯୋଜକ ବଂଶୀଧର ମହାନ୍ତି, କାକଟପୁର ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ବିପିନ ମହାନ୍ତି, ସଂଖ୍ୟାଲଘୁ ସମ୍ପାଦକ ଶେଖ ଲିଆକତ, ଆଡଭୋକେଟ ପ୍ରଫୁଲ୍ଲ ନାୟକ, ପ୍ରଫୁଲ୍ଲ ବିଶ୍ୱାଳ, ପୂର୍ବତନ ବ୍ଲକ ସଭାପତି ଅବଧୂତ ସ୍ୱାଇଁ, ପୂର୍ବତନ ସରପଞ୍ଚ, ବିଚିତ୍ରାନନ୍ଦ ଦାଶ, ଲକ୍ଷ୍ମୀନାରାୟଣ ଜେନା, ତପନ କାଣ୍ଡି, ନଳିନୀକାନ୍ତ ଦୀକ୍ଷିତଙ୍କ ସମେତ ଶହ ଶହ କଂଗ୍ରେସ କର୍ମୀ ବିଜେପି ବିରୋଧୀ ନାରା ଦେଇ ବଜାର ପରିକ୍ରମା କରିଥିବାବେଳେ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ସାଂସଦ ପ୍ରତାପ ଷଡଙ୍ଗୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।
ବଡ଼ସାହି : ବାଲେଶ୍ୱର ଏଫଏମ୍ କଲେଜ୍ ଛାତ୍ରୀ ସୌମ୍ୟାଶ୍ରୀ ନ୍ୟାୟ ନ ପାଇଁ ଆତ୍ମହତ୍ୟା କରିଥିବାବେଳେ ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବି ନେଇ ଜାତୀୟ କଂଗ୍ରେସ ଦଳ ସହିତ ଅନ୍ୟ କେତେକ ରାଜନୈତିକ ଦଳ ମିଳିତ ଭାବେ ରାଜ୍ୟ ସରକାରଙ୍କୁ ଘେରିଛି । ଏଥିପାଇଁ ଆଜି ଦିଆଯାଇଥିବା ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ବଡ଼ସାହିରେ ମଧ୍ୟ ଦେଖିବାକୁ ମିଳିଛି । ବ୍ଲକ୍ କଂଗ୍ରେସ, ଯୁବ କଂଗ୍ରେସ ପକ୍ଷରୁ କର୍ମୀ ଓ କର୍ମକର୍ତ୍ତା ମାନେ ଶାନ୍ତିପୂର୍ଣ୍ଣ ଭାବେ ରାସ୍ତାରେ ଯାନବାହାନ ଚଳାଚଳ, ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ, ବ୍ୟାଙ୍କ୍, ପେଟ୍ରୋଲ ପମ୍ପ ବନ୍ଦ କରିବା ସହ ପିକେଟିଂ କରିଥିଲେ । ସମାନ ଭାବେ ଭଞ୍ଜସେନାର ବଡ଼ସାହି ବ୍ଲକ୍ ଶାଖା ପକ୍ଷରୁ ନାରାବାଜି କରି ବାଇକ୍ ରାଲି କରିଥିଲେ । ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ଗୁଣନିଧି ମହାନ୍ତି, ବରିଷ୍ଠ ନେତା ମନୋରଞ୍ଜନ ବଳା, ଶଶାଙ୍କ ଶେଖର କର, ବିନୋଦ ବିହାରୀ ବେହେରା, ଚିନ୍ତାମଣି ଟୁଡୁ, ପଣ୍ଡା ବାବୁ, ମହାନ୍ତ ବାବୁଙ୍କ ସମେତ ଅନ୍ୟମାନେ ଓଡ଼ିଶା ବନ୍ଦକୁ ସଫଳ କରାଇବାରେ ଏଥିରେ ସାମିଲ ହୋଇଥିଲେ ।
ବିଶୋଇ: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ମୃତୁ୍ୟ ଘଟଣାକୁ ନେଇ ସାରା ରାଜ୍ୟରେ କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ସ୍କୁଲ କଲେଜ, ପେଟ୍ରୋଲ ପମ୍ପ ବନ୍ଦ ରହିଥିବା ବେଳେ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି  । ବିଶୋଇ ବ୍ଲକ କଂଗ୍ରେସ ଦଳର ସୁବାଷ ପାତ୍ର, ନାରାୟଣ ମହାପାତ୍ର, ଅନିଲ କୁମାର ମହାନ୍ତି, ନିଲାରନô ସାହୁ ପ୍ରମୁଖ ବଜାର ଛକରେ ରାସ୍ତା ଅବରୋଧ କରିଥିବାବେଳେ ଏସୟୁସିଆଇ ବ୍ଲକ ଛକ ମଧ୍ୟ ଅବରୋଧ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ  ପୁଲିସ ବାହିନୀ ମୁତାୟନ ହୋଇଥିଲେ ।
ତେନ୍ତୁଳିଖୁଣ୍ଟି : ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ମୃତୁ୍ୟ ଘଟଣାକୁ କଂଗ୍ରେସ ଦଳ ସମେତ ବିଭିନ୍ନ ସଂଗଠନ ସାରା ଓଡ଼ିଶାରେ ବନ୍ଦ୍ ଡାକରା ଦେଇଥିବାବେଳେ ତେନ୍ତୁଳିଖୁଣ୍ଟି ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେନ୍ତୁଳିଖୁଣ୍ଟି ମୁଖ୍ୟ ଛକ ଠାରେ ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରହଲ୍ଲାଦ ହିଆଲଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସକାଳ ୬ ଟା ଠାରୁ ସୌମ୍ୟାଶ୍ରୀ ବିଶିଙ୍କୁ ଉଚିତ୍ ନ୍ୟାୟ ଏବଂ ଦୋଷୀ ବିରୋଧରେ କଠୋର ଦଣ୍ଡବିଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଭିନ୍ନ ନାରା ଦେଇ ରାସ୍ତା ଅବରୋଧ କରିଥିଲେ । ବ୍ଲକର ପ୍ରମୁଖ ସହର ଇନ୍ଦ୍ରାବତୀକୁ ମଧ୍ୟ କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦକୁ ସଫଳ କରିଛନ୍ତି । ଏହି ବନ୍ଦ ସମୟରେ ତେନ୍ତୁଳିଖୁଣ୍ଟି ବ୍ଲକର ଭୀମସେନ ପାଣିଗ୍ରାହୀ, କିଶୋର ଚନ୍ଦ୍ର ସିଂ, ସୁନିଲ ସିଂ, ବିଜୟ କର୍କରା, ସୁବାଷ କରକରା, ମନ ସାନ୍ତା, ନକୁଳ କର୍କାରା, ବିଶ୍ୱନାଥ ସିଂ, ଧନୁ ହରିଜନ ଦୁର୍ଲ୍ଲଭ ଗୌଡ଼, ଭଗବାନ ବିଶୋଇ, ନରସିଂହ, ହରିଜନ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ ।
ବୁଗୁଡା: ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ଉଚିତ ନ୍ୟାୟ ପ୍ରଦାନ ଦାବିରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଥିଲା । ଏହି ପରିପ୍ରେକ୍ଷୀରେ ବୁଗୁଡାରେ ବସ୍ ଚଳା ଚଳ ସମ୍ପୂର୍ଣ୍ଣ ବନ୍ଦ ସାଙ୍ଗକୁ ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଦୋକାନ ବଜାର ବନ୍ଦ ରହିଥିଲା । ବୁଗୁଡା ସହର ମଧ୍ୟରେ କାଁ ଭାଁ ଦୋକାନ ଖୋଲା ରହିଥିବା ବେଳେ କଂଗ୍ରେସ ଦଳର ଜାନକୀ ବଲ୍ଲଭ ରାଉତ, ସିମାଞ୍ଚଳ ଖଟେଇ, ସୁଜିତ କୁମାର ସ୍ୱାଇଁ , ମାନସ ରଞ୍ଜନ ଦାଶ , ଶଙ୍କର ବେହେରା, ସୁବ୍ରତ କୁମାର ପଟ୍ଟନାୟକ, ଦିଲ୍ଲୀପ କୁମାର ଦାଶ ପ୍ରମୁଖ ପିକେଟିଂ କରୁଥିବା ଦେଖିବାକୁ ମିଳିଥିଲା ବେଳେ କେତେକ ସ୍ଥାନରେ ପୁଲିସ ମୂତୟନ ରହିଥିଲେ ଏବଂ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ରହିଥିଲା ।
ଜୟପୁର: ଫକୀର ମୋହନ ସ୍ୱୟଂ ଚାଳିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟ ମିଳିତ ବିରୋଧି ଦଳମାନଙ୍କ ପକ୍ଷରୁ ରାଜ୍ୟ ବନ୍ଦ ଡାକରା ଦିଆଯାଇଥିଲା । ଯାହାଫଳରେ ସହରର ମୁଖ୍ୟ ଟ୍ରାଫିକ ଛକ ସମେତ ବିଭିନ୍ନ ଛକ ଗୁଡିକରେ ରାସ୍ତା ବନ୍ଦ କରି ଧାରଣା ଦେଇଥିଲେ ।  ସୌମ୍ୟାଶ୍ରୀ ବିଶିଙ୍କୁ ଉଚିତ୍ ନ୍ୟାୟ ଏବଂ ଦୋଷୀ ବିରୋଧରେ କଠୋର ଦଣ୍ଡବିଧାନ ଓ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ, ବାଲେଶ୍ୱର ସାଂସଦ ଓ ବିଧାୟକଙ୍କ ଇସ୍ତଫା ଦାବି ଦାବିରେ ବିଭିନ୍ନ ନାରା ଦେଇ ରାସ୍ତା ଅବରୋଧ କରିଥିଲେ । ଏହି ବନ୍ଦରେ କଂଗ୍ରେସ ଦଳରୁ ନରେନ୍ଦ୍ର ମହାନ୍ତି ସୁକାନ୍ତ ପଟ୍ଟନାୟକ, ବସନ୍ତ ନାୟକ ଏବଂ ଅନ୍ୟାନ୍ୟ କର୍ମୀ  ଏବଂ କମୁ୍ୟନିଷ୍ଟ ଦଳର ଯୁଧିଷ୍ଟିର ରାଉଳ, ରାମକୃଷ୍ଣ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସୋନପୁର: ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତୁ୍ୟ ଘଟଣାକୁ ନେଇ ସାରା ରାଜ୍ୟରେ କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।  ଜିଲ୍ଲାର ଛଅଟି ବ୍ଲକର ସମସ୍ତ ସ୍କୁଲ, କଲେଜ୍, ଘରୋଇ ବସ୍, ମୁଖ୍ୟମନ୍ତ୍ରୀ ବସ୍ ସେବା, ସରକାରୀ କାର୍ଯ୍ୟାଳୟ ଦପ୍ତର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ସୋନପୁର- ସମ୍ବଲପୁର ଓ ଖୋର୍ଦ୍ଧା-ବଲାଙ୍ଗିର ଏନଏଚ ପରି ରାସ୍ତାରେ ସମସ୍ତ ଚାରି ଚକିଆ ଯାନ ବାହାନ ଗାଡି ଅଟକି ରହିଥିଲା । ଯାନ ବାହାନ ବନ୍ଦ ହେବା ଯୋଗୁଁ ସାଧାରଣ ଜୀବନ ଯାତ୍ରା ଠପ୍ ହୋଇଯାଇଥିଲା ।  ଏହି ବନ୍ଦ ପାଳନ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ବିନୋଦପାତ୍ରଙ୍କ ନେତୃତ୍ୱରେ ପର୍ଯ୍ୟବେକ୍ଷକ ରାଜେଶ ମିଶ୍ର, ଜିଲ୍ଲା ସଧାରଣ ସମ୍ପାଦକ ସୁଧିର ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, ପ୍ରିୟବ୍ରତ ସାହୁ, ରଞ୍ଜିତ ରାୟ, ସୁମିତ ପୂଜାରୀ, ବ୍ଲକ ସଭାପତି ଲକ୍ଷ୍ମଣ ସୁନା, ମହମ୍ମଦ ଇମ୍ରାମ, ରାଜେନ୍ଦ୍ର ମେହେର, ଚିତ୍ତ ରଞ୍ଜନ କୁମ୍ଭାର, ଜ୍ଞାନ ରଞ୍ଜନ ମିଶ୍ର, ଲକ୍ଷ୍ମଣ ଦାସ, ମାଧବ କୁମ୍ଭାର, ତରଣୀ ବାରିକ, ବରୁଣ ସୁନା, ଆନନ୍ଦ ରଣା, ହରି ଶଙ୍କର ପାଣ୍ଡେ, ବଳଦେବ ଦାସ, କଳା ଚାନ୍ଦ ବଗର୍ତ୍ତୀ, ସଚିତା ନନ୍ଦ ସାହୁ, ଭରତ ଜେନା, ସେଖ ତାରା ହୁସେନ, ପ୍ରମୋଦ ଗୁରୁ, ମୁନୁ ଦାଶ, ନିମେଇଁ ପାଣିଗ୍ରାହୀ ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇଥିଲେ ।
ନାଉଗାଁ: ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ବିଶି ମୃତୁ୍ୟ ଘଟଣାରେ ୧୨ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ସମେତ ୮ ଟି ରାଜନୈତିକ ଦଳ । ତେବେ ଏହାର ପ୍ରଭାବ ଦେଖିବାକୁ ମିଳିଛି ଜଗତସିଂହପୁର ସଦର ମହକୁମା ସହିତ ଜିଲ୍ଲାର ବିଭିନ୍ନ ବ୍ଲକ୍ ଅଞ୍ଚଳରେ । ଏହି ପରିପେକ୍ଷୀରେ ନାଉଗାଁ ବଜାର ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିବା ସହିତ, ପେଟ୍ରୋଲ ପମ୍ପ,ସ୍କୁଲ କଲେଜ ଓ ସରକାରୀ କାର୍ଯାଳୟ ସହିତ ବସ ଚଳାଚଳ ମଧ୍ୟ ଏକ ପ୍ରକାର ବନ୍ଦ ହୋଇଛି । ଅନ୍ୟପଟେ ଏଫ୍ଏମ୍ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହିତ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ । ସେହିପରି ଯଦି ଆଗାମୀ ଦିନରେ ଛାତ୍ରୀ ସୌମ୍ୟାଶ୍ରୀଙ୍କ ହତ୍ୟା ଘଟଣାକୁ ରାଜ୍ୟ ସରକାରୀ ଚପାଇ ଦେବାକୁ ଉଦ୍ୟମ କରନ୍ତି ତେବେ ଏହି ଆନେ୍ଦାଳନ ଆହୁରି ତିବ୍ର ରୂପ ନେବ ବୋଲି ଚେତାବନୀ ଦେଇଛି କଂଗ୍ରେସ । ବ୍ଲକ ସଭାପତି ବିଚିତ୍ରାନନ୍ଦ ଲେଙ୍କା, ପଞ୍ଚାୟତ ସମିତି ସଭ୍ୟା ସୁଶ୍ରୀ ଶ୍ରାବଣୀ ରାୟ, ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ସୌମ୍ୟ ସଂଜୀବ ଦାସ, ପୂର୍ବତନ ସମ୍ପାଦକ ପ୍ରିତମ ପରିଜା, ତରୁଣ ନାୟକ, ଡାଙ୍ଗ ମୁଦୁଲି,ଗାନ୍ଧୀ ଭାଇ, ଗୌରା ନନା ପ୍ରମୁଖ ଉପସ୍ଥିତ ଥିଲେ ।
ଆସିକା : ଆସିକା ସଂସଦୀୟ ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳା ଭାବେ ବାର ଘଣ୍ଟିଆ ବନ୍ଦ ସଫଳ ହୋଇଛି । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ବିରୋଧରେ ଓ ସର୍ବୋପରି ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ବିରୋଧରେ କଂଗ୍ରେସ ଓ ବାମପନ୍ଥୀ ଦଳ ସମେତ ସମସ୍ତ ସମଭାବାପନ୍ନ ଧର୍ମ ନିରପେକ୍ଷ ଦଳଗୁଡ଼ିକୁ ନେଇ ଗଠିତ ମିଳିତ ବିରୋଧୀ ଦଳ ଦ୍ୱାରା  ଆସିକାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଛି । ସମସ୍ତ ସ୍କୁଲ, କଲେଜ, ବ୍ଲକ, ତହସିଲ, ସିଡିପିଓ କାର୍ଯ୍ୟାଳୟ ସମେତ ଯାନବାହନ, କାର୍ଯ୍ୟାଳୟ ଦପ୍ତର ଓ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି  । ବାଲେଶ୍ୱର ସାଂସଦ, ବିଧାୟକ ଓ ମୁଖ୍ୟମନ୍ତ୍ରୀର ଇସ୍ତଫା ଦାବି କରିଛନ୍ତି । ଏହି ବନ୍ଦ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଭାପତି ଦେବକାନ୍ତ ଶର୍ମା, ଯୁବ କଂଗ୍ରେସ ନେତା ମାନସ ଆଚାର୍ଯ୍ୟ, ପ୍ରିୟାଂଶୁ ପରିଡା, ସୂଦୀପ୍ତା ଦାଶ, ରକି ସାସମାଲ, କମୁ୍ୟନିଷ୍ଟ ଦଳର ବିଦେଶୀ ନାୟକ ସମେତ ଅନେକ ଯୁବ ଛାତ୍ର କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । 
ନବରଙ୍ଗପୁର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଓଡିଶା ବନ୍ଦ ପାଳନ କରାଯାଉଥିବା ବେଳେ ଏହାର ପ୍ରଭାବ ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ।  ନବରଙ୍ଗପୁର ଓ ଉମରକୋଟ ସହର ସମେତ ଜିଲ୍ଲାର ୧୦ ଟି ବ୍ଲକରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ନବରଙ୍ଗପୁର ସହରର ମଧ୍ୟ ଦେଇଯାଇଥିବା ୨୬ ନମ୍ବର ଜାତୀୟ ରାଜପଥକୁ କଂଗ୍ରେସ କର୍ମୀଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିବାବେଳେ ସହରର କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖ, ଚାଉଁରିଆଗୁଡା ଛକ, ମାଝୀଗୁଡା ଛକ ଠାରେ କଂଗ୍ରେସ କର୍ମୀମାନେ ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ସହର ମଧ୍ୟ ଦେଇ ଗାଡି ମୋଟର ଚଳାଚଳ ବନ୍ଦ ରହିଥିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡିମଟର ଅଟକି ରହିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସଦନ ନାୟକ, ମହିଳା କଂଗ୍ରେସ ନେତ୍ରୀ ପି, ନାଗରତ୍ମା, ପୂର୍ବତନ କାଉନସିଲର ମେରି ରାୟ, ରାଜେଶ ଜାନୀ, ବାମଦେବ ନାୟକ, ଯୁବ ନେତା ତୋଫାନ ଷଡଙ୍ଗୀ, ପ୍ରଦୀପ ସାହୁ, ନନ୍ଦାହାଣ୍ଡି ବ୍ଲକ ସଭାପତି ବୃନ୍ଦାବନ ତ୍ରିପାଠୀ, ପୂର୍ବତନ ଜିଲ୍ଲା ସଭାପତି ମୁନା ତ୍ରିପାଠୀ, ବସୁ ଦେବ ସାହୁଙ୍କ ସମେତ ବହୁ ନେତା, ନେତ୍ରୀଙ୍କ ସହକର୍ମୀମାନେ ଉପସ୍ଥିତ ଥିଲେ ।
ଦେବଗଡ଼: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ମୃତୁ୍ୟ ଘଟଣାକୁ ନେଇ ସାରା ରାଜ୍ୟରେ କଂଗ୍ରେସ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଥିବାବେଳେ ଦେବଗଡ ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।  ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଦୋକାନ ବଜାର ସ୍ୱତଃପ୍ରବୃତ୍ତ ଭାବେ ବନ୍ଦ ରହିଥିବାବେଳେ କଂଗ୍ରେସ ନେତା ଓ କର୍ମୀ ପିକେଟିଂ କରୁଥିଲେ । ରାସ୍ତା ଉପରେ ହଜାର ହଜାର ଗାଡି ଅଟକି ରହିଛି  । ସମସ୍ତ ସ୍କୁଲ, କଲେଜ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି । ନୀରିହ କଲେଜ ଛାତ୍ରୀଙ୍କ ବ୍ୟବସ୍ଥାଗତ ହତ୍ୟାର ନ୍ୟାୟିକ ତଦନ୍ତ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ଆନେ୍ଦାଳନ କରୁଛି । ଦେବଗଡ ଜିଲ୍ଲା କଂଗ୍ରେସ ସଂଯୋଜକ ସେମ ହେମ୍ରମ ଏବଂ ବରିଷ୍ଠ ନେତା ସିଦେ୍ଧଶ୍ୱର ଗୁରୁଙ୍କ ଅଧ୍ୟକ୍ଷତାରେ ଆନେ୍ଦାଳନ ଜାରି ରହିଛି । ଶାନ୍ତି ଶୃଙ୍ଖଳା ପାଇଁ ଦେବଗଡ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଭବାନୀପାଟଣା: ବାଲେଶ୍ୱର ଏଫ୍ଏମ କଲେଜ୍ ଛାତ୍ରୀଙ୍କ ମୃତୁ୍ୟ ଘଟଣାକୁ ନେଇ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଥିବାବେଳେ କଳାହାଣ୍ଡି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ଭବାନୀପାଟଣା,ଏମ୍ରାମପୁର, ନର୍ଲା, କର୍ଲାମୁଣ୍ଡା ବ୍ଲକରେ ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଥିଲା । ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ଅଫିସ ଓ ଯାନବାହାନ ଚଳାଚଳ ବନ୍ଦ ରହିଥିଲା ।  ରାଜ୍ୟ ସରକାର ଛାତ୍ରୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଇସ୍ତଫା ଦାବି କରିଥିଲେ । ଏଥିରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଜଳନ୍ଧର ନାଏକ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ଥିଲେ ।
କୋକସରା: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ମୃତୁ୍ୟ ଘଟଣାକୁ ନେଇ ସାରା ରାଜ୍ୟରେ କଂଗ୍ରେସ ସମେତ ବିଭିନ୍ନ ବାମପନ୍ଥୀ ଦଳ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଥିବା ବେଳେ କୋକସରାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କୋକସରା ଥାନା ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବନ୍ଦ ପାଳନ କରିଥିବାବେଳେ ଚକ ଅଖ ସବୁ ଜାମ ହୋଇଛି । କର୍ମୀମାନେ ପିକେଟିଂ କରି ସରକାରୀ କାର୍ଯ୍ୟାଳୟ, ଦେକାନ ବଜାର ବନ୍ଦ କରିଥିଲେ । ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ପ୍ରଭାବିତ ହୋଇଥିଲା । ଅନୁରୁପ ଭାବରେ ଆମପାଣି ବିଜୁ ଏକ୍ସପ୍ରେସୱେ ଏବଂ ୨୬ ଜାତୀୟ ରାଜପଥ ଜିରୋ ପଏଣ୍ଟ ନିକଟରେ କଂଗ୍ରେସ କର୍ମୀମାନେ ରାସ୍ତା ଅବରୋଧ କରି ବନ୍ଦ ପାଳନ କରିଥିଲେ । କୋକସରାଠାରେ ବନ୍ଦ ପାଳନରେ ବରିଷ୍ଠ କଂଗ୍ରେସ ନେତା ପୁରୁଷୋତ୍ତମ ଗୁପ୍ତା, ତ୍ରିଭୁବନ ନାଏକ, ଲିଙ୍ଗରାଜ ବେହେରା, ନିମାଇଁ ଚରଣ ଧଙ୍ଗଡାମାଝୀ, ମହେନ୍ଦ୍ର ଧରୁଆ, ଅରୁଣ ମାଝୀ, ରଶ୍ମୀରେଖା ରାଉତ, ଫୁଲତୋଳା ଖମାରୀ, କେଶବ ଚନ୍ଦ୍ର ନାଏକ, କମଳ ନାଏକ, ହେମନ୍ତ ବାଗ, ଭୁଷଣ ମହାନନ୍ଦ, ରାମେଶ୍ୱର ପୁଞ୍ଜି, ପିତାମ୍ବର ଦାସ, ବାବୁଲାଲ ଦୁରିଆ ପ୍ରମୁଖ ସାମିଲ ହୋଇଥିବା ବେଳେ ଆମପାଣି ଠାରେ କୁମୁଦ ପୁଝାରୀ, ହରିଶ୍ଚନ୍ଦ୍ର ନାଏକ, ଲକ୍ଷ୍ମଣ ବାଗ, ଗୋକୁଳ ବାରୀକ, ଧର୍ମୁ ଦୁର୍ଗା, କେଶବ ବେଣୁପାଣୀ, ନକୁଳ ବାଣୁଆ, ବଳରାମ ପାଣିଗ୍ରାହୀ ସମେତ ଶତାଧିକ କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ ।
ସାରସକଣା: ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ  ୪୯ ଓ ୧୮ ନଂ ଜାତୀୟ ରାଜପଥ ମିଳନ ସ୍ଥଳୀ ତିନି ରାଜ୍ୟର ସୀମାନ୍ତରେ ରହିଥିବା ବମ୍ବେଛକ ବଜାରରେ ଓଡିଶା ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଥିଲା । ରାଜ୍ୟର କଂଗ୍ରେସ, ସିପିଆଇ ସହିତ ମୟୁରଭଞ୍ଜ ଜିଲ୍ଲାର ସକ୍ରିୟ ପ୍ରହରୀ କୁହାଯାଉଥିବା ଭଂଜସେନା ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସଫଳ ହେଇଛି । ଚକ ଅଖ ବନ୍ଦ ସହିତ ୯୮ ପ୍ରତିଶତ ବଜାରର ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଲୋକେ ସ୍ୱତଃପ୍ରବୃତ୍ତ ଭାବରେ ବନ୍ଦକୁ ସମର୍ଥନ କରିଥିବାବେଳେ ସାରସକଣା ବଜାର ଆଂଶିକ ପ୍ରଭାବ ଏବଂ ବମ୍ବେଛକ ବଜାରରେ ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଥିଲା । ଜାତୀୟ କଂଗ୍ରେସ ସାରସକଣା ବ୍ଲକର ସଭାପତି ଚିତ୍ତାବିକାଶ ମହାପାତ୍ର, ପୂର୍ବତନ ସଭାପତି ବିକାଶ ରଞ୍ଜନ ସାହୁ,ସଦସ୍ୟ ଦୀପକ ଦାସ, ପପୁ ମହାନ୍ତ କମୁ୍ୟନିଷ୍ଟ ପାର୍ଟିର ପୁରୁଖା ନେତା ବଳରାମ ମୁର୍ମୁ ପ୍ରମୁଖ ଏହି ବନ୍ଦ ଡାକରାର ନେତୃତ୍ୱ ନେଇଥିଲେ ।
ଆନନ୍ଦପୁର: ସୌମ୍ୟଶ୍ରୀ ବିଶିଙ୍କ ଦେହାନ୍ତ ନ୍ୟାୟ ଲଢେଇରେ ସେ ଏକାକୀ ଲଢି ଚାଲିଗଲେ । କଲେଜ ଅଧ୍ୟକ୍ଷାଙ୍କ ଠାରୁ ଆରମ୍ଭ କରି ଏସ୍ପି, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସେ ନ୍ୟାୟ ପାଇଁ ଗୁହାରୀ କରିଥିଲେବି, କେହି ତାଙ୍କର ଗୁହାରୀ ଶୁଣିନଥିଲେ । ଏହାକୁ ଗୁରୁତର ସହିତ ନେଇଛି ଭାରତୀୟ ଜାତୀୟ କଂଗ୍ରେସ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି । ଆନନ୍ଦପୁର ବ୍ରିଜ ଛକ, ଶାଳବଣୀ, ଶାଳପଡା, ଘସିପୁରା, ସୈଲଙ୍ଗ ରାମଚନ୍ଦ୍ରପୁର, ଛେନାପଦି, ହାଟଡିହି, କୋଡ଼ପୋଡ଼ା ସମେତ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ୨୦ ନଂ ଜାତୀୟ ରାଜପଥ, ୫୩ ନଂ ରାଜ୍ୟ ରାଜପଥ ଦେଇ ଚଳା ଚଳ କରୁଥିବା ମାଲବାହୀ ଟ୍ରକ, ବସଙ୍କୁ କଂଗ୍ରେସ କର୍ମୀ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକାଇ ଥିଲେ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଳା ଦୌରାଜଜ, ପୋଷ୍ଟ ଅଫିସ, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ବନ୍ଦ କରିଥିଲା । କଂଗ୍ରେସ ନେତା ହାଡିବନ୍ଧୁ ଖୁଣ୍ଟିଆ, ନିକୁଞ୍ଜ ବିହାରୀ ମିଶ୍ର, ଶ୍ରୀଧର ଦଳେଇ, ଅକ୍ଷୟ ମହାନ୍ତି, ନିତ୍ୟାନନ୍ଦ ସାମଲ, ମୁନା ପାଢ଼ୀ, ନିରଞ୍ଜନ ମିଶ୍ର, ଟିକିନା ପଟ୍ଟନାୟକ, ନୁରି ସାହୁ, ସୁରେଶ ଜେନା, ଟିକିନା ପଟ୍ଟନାୟକ, ଚିରଞ୍ଜିବି ଦାସ, ସନାତନ ପତି, ଶିବୁସୋରେନ ଦାସ, କାହ୍ନ ଜେନା, ଶୁଶାନ୍ତ ଜେନା ପ୍ରମୁଖ ରହିଥିଲେ ।
ବାରଙ୍ଗ: ବାଲେଶ୍ୱର ଫକିର ମୋହନ ଛାତ୍ରୀ ମୃତୁଘଟଣା ନେଇ ନୟିକ  ଦାବିକୁ  ଦୃଷ୍ଟିରେ ରଖି ରାଜ୍ୟବ୍ୟାପି କଂଗ୍ରେସ ଓବାମପନ୍ଥୀ ଦଳ ଡାକରା ଦେଇଥିଲେ । ବ୍ଲକ୍ରେ ଶତାଧିକ କର୍ମି ଏକାଠି ହୋଇ ତ୍ରିଶୁଳିଆ ଛକ, ବାରଙ୍ଗ ମେଡିକାଲ ଚୁକ, ପେଟ୍ରୋଲ ପମ୍ପ, ଦୋକାନ ବଜାର ବନ୍ଦ କରିବା ସହ ରାଜ୍ୟ ସରକାର ଉପରେ ବର୍ଷୀଥିଲେ । ଶୃଙ୍ଖଳାର ସହ ଝିଅଟିକୁ ନ୍ୟାୟ ପାଇବା ଉଦେ୍ଦଶ୍ୟରେ ଲୋକମାନେ ଗାଡି ଘୋଡା, ବନ୍ଦସାଙ୍ଗକୁ ଦୋକାନ ବଜାର ବନ୍ଦ ରଖିଥିବା ଦେଖିବାକୁ ମିଳିଥିଲା । ବାରଙ୍ଗ ଆଇଆଇସି ଦେବେନ୍ଦ୍ର ବିଶ୍ୱାଳ ଓ ୪ ନମ୍ବର ଜୋନ୍ ଏସିପି ଶଶିକାନ୍ତ ରାଉତଙ୍କ ନେତୃତ୍ୱରେ ପୁଲିସ ଛକମାନଙ୍କରେ ଉପସ୍ଥିତ ରହି ଆନେ୍ଦାଳନକାରୀଙ୍କ ଉପରେ ନଜର ରଖିଥିଲେ । ବାଙ୍କୀର ପୂର୍ବତନ ବିଧାୟକ ଡ. ଦେବାଶିଶି ପଟ୍ଟନାୟକଙ୍କ ନେତୃତ୍ୱକୁ ସମ୍ମାନ ଜଣାଇ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ ସାହୁ, ଯୁବନେତା ମଣ୍ଟୁ ମାଝୀ, ମୁରଲୀ ସ୍ୱାଇଁ, ଅଂଜନରଉତ, ତୋପାନ ପ୍ରଧାନ ଉପସ୍ଥିତଥିଲେ ।
ଝରିଗାଁ: ବାଲେଶ୍ୱର ଫକୀର ମୋହନ ସୟଂଶାସିତ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତୁ୍ୟ ଘଟଣାକୁ କେନ୍ଦ୍ର କରି ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ପାଳନକୁ ବିଭିନ୍ନ ବାମପନ୍ଥୀ ଦଳମାନେ ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣେଇଛନ୍ତି । ଏହାର ପ୍ରଭାବ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ସଦର ମହକୁମାରେ ମଧ୍ୟ ଦେଖିବାକୁ ମିଳିଛି । ବ୍ଲକ ସଦର ମହକୁମାର ସମସ୍ତ ଦୋକାନ, ବଜାର, ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଯାନବାହାନ ଚଳା ଚାଳ ଠପ ପଡିଛି । ଫଳରେ ରାସ୍ତାଘାଟ ମଧ୍ୟ ଜନ ଶୂନ୍ୟ ହୋଇପଡିଛି । କଂଗ୍ରେସ କର୍ମୀମାନେ ଝରିଗାଁ ବ୍ଲକ୍ ସଦର ମହକୁମାର ଛକରେ ଜଗି ବସିଥିବା ବସିଥିବା ବେଳେ, ଯାନବାହାନ ଚଳା ଚଳ ଠପ୍ ରହିଥିଲା । କଂଗ୍ରେସ ବ୍ଲକ୍ ସଭାପତି ତମ୍ବୁ ଦାସ ପନକା, ସରପଞ୍ଚ ଯୋଗେଶ୍ୱର ପୂଜାରୀ, ମହେଶ୍ୱର ଭତରା, ପବିତ୍ର ମାଟିଆ, ଉର୍ମିଳା ସାହୁ, ମହାଦେବ ମାଝୀ ଗୋବିନ୍ଦା ପଟନାୟକ, ଜୟରାମ ସାନ୍ତା, ଦୁର୍ଯ୍ୟ କଲାର, ବିକାରୀ ନାୟକ, ସନ୍ତସ ଦଳାଇ ଉପସ୍ଥିତ ଥିଲେ ।
ନୀଳଗିରି : ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ମୃତୁ୍ୟ ଘଟଣାକୁ ନେଇ  ଇଣ୍ଡିଆ ବ୍ଲକ ନାମରେ ଏକ ମିଳିତ ମଞ୍ଚରେ ଜାତୀୟ କଂଗ୍ରେସ ସହିତ ସିପିଆଇ, ସିପିଆଇ (ଏମ), ଫରୱାର୍ଡ ବ୍ଲକ ସମେତ ୭ଟି ଦଳ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଥିବାବେଳେ ଏହାର ପ୍ରଭାବ ନୀଳଗିରି ଉପଖଣ୍ଡର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ପ୍ରଥମେ ସକାଳ ୬ଘଟିକାରୁ ସେରଗଡ଼, ଝରଣାଘାଟି ୧୯ ନଂ ରାଜ୍ୟ ରାଜପଥର ନୀଳଗିରି ବାଇପାସ୍ ଛକ ଠାରେ ରାସ୍ତା ବନ୍ଦ କରି ବସିବା ସହିତ ବିକ୍ଷୋଭକାରୀମାନେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ଦଳୀୟ ନେତା ଓ କର୍ମୀମାନେ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ଆଗରେ ପିକେଟିଂ କରି ବନ୍ଦ କରୁଥିବା ଦେଖାଯାଇଛି । ଅନ୍ୟପକ୍ଷରେ ନୀଳଗିରିର ସ୍କୁଲ, କଲେଜ ଓ ସରକାରୀ ଅଫିସ ପ୍ରାୟତଃ ବନ୍ଦ ଥିବା ଦେଖାଯାଇଛି । ଉକ୍ତ ଧର୍ମଘଟରେ ସିପିଆଇ ବାଲେଶ୍ୱର ଜିଲ୍ଲା ସଂପାଦକ ନିରଞ୍ଜନ ବାରିକ, ବରିଷ୍ଠ ନେତା କୈଳାସ ପଣ୍ଡା ଜୋନ ସଂପାଦକ ବିଜୟ ସ, କଂଗ୍ରେସ ଯୋସଦା ନନ୍ଦନ ସିଂ, ସଦାଶିବ ରଥ, ଉପେନ୍ଦ୍ର ବେହେରା, ବିଶ୍ୱନାଥ ଦାସ, ରାମକୃଷ୍ନ ଜେନା, ଅଶ୍ୱିନୀ ପାତ୍ର, ତପନ କୁମାର ରାଉତ, ଦଇତାରୀ ମହାଳିକ, ଯୁବନେତା ଦିବ୍ୟଜ୍ୟୋତି ଆଚାର୍ଯ୍ୟ, ସିପିଆଇ(ଏମ୍)ରୁ ବିଜୟ କୁମାର ପାତ୍ର, ଅମରେନ୍ଦ୍ର ନାୟକ, ନାରାୟଣ ଧାମୁଡ଼ିଆ, ଦିବାକର ବାରିକ, କାଳିଆ ପାତ୍ର ଓ କର୍ମୀ ଉପସ୍ଥିତ ରହି ବନ୍ଦକୁ ସଫଳ କରାଇବାରେ ସହଯୋଗ କରିଥିଲେ ।
ରାଜନଗର: ଫକିରମୋହନ କଲେଜ ଛାତ୍ରୀଙ୍କ ମୃତୁ୍ୟ ପ୍ରତିବାଦରେ ରାଜ୍ୟ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଥିଲା । ଏହି ପରିପ୍ରେକ୍ଷୀରେ ରାଜନଗର ବ୍ଲକ କଂଗ୍ରେସ ପକ୍ଷରୁ ନିର୍ବାଚନ ମଣ୍ଡଳୀ ନେତା ଅଶୋକ ପ୍ରତିହାରୀଙ୍କ ନେତୃତ୍ୱରେ ସାନବଡଗୋପାଳପୁର ବଜାର ନିଳାଦ୍ରୀ ମଣ୍ଡପ ସମ୍ମୁଖରେ ଦଳୀୟ ନେତା ଓ କର୍ମୀମାନେ ସାମିଲ ହୋଇ ରାସ୍ତାରୋକ କରିଥିଲେ । ସୌମ୍ୟାଶ୍ରୀଙ୍କ ପ୍ରତି ବ୍ୟବସ୍ଥାକୃତ ଯୌନଉତ୍ପୀଡନ ଓ ହତ୍ୟା ମାମଲାରେ ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ବିଜେପି ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । ଏହି ସମୟରେ ଦଳୀୟ ନେତାମାନେ ପେଟ୍ରୋଲ ପମ୍ପ୍, ଦୋକାନ, ବଜାର, ବିଦ୍ୟାଳୟ ଓ ସରକାରୀ ଦପ୍ତରକୁ ବନ୍ଦ କରିବା ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ଦୋକାନଗୁଡିକ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଂଗ୍ରେସ ନେତା ପ୍ରମୋଦ ସ୍ୱାଇଁ, ହେମନ୍ତ ମିଶ୍ର, ପ୍ରଦୀପ ରାଉତ, ମନୋଜକୁମାର ରାଉତରାୟ, ଶରତ ବିଶ୍ୱାଳ, ପ୍ରଦୀପ ସେଠୀ, ବିଜୟ ନାୟକ, ଗୌରାଙ୍ଗ ମହାରଣା, ରାମଚନ୍ଦ୍ର ଦାସ, ଲକ୍ଷ୍ମଣ ସାହୁ, ରଞ୍ଜନ ପାଳ, ପ୍ରମୋଦ ରାଉତ, ଦେବପ୍ରସାଦ ପାଣି, ବିବେକାନନ୍ଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ହିଞ୍ଜିଳିକାଟୁ: ବାଲେଶ୍ୱର ଜିଲ୍ଲା ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହୁତି ଘଟଣାକୁ କେନ୍ଦ୍ର କରି ରାଜ୍ୟରେ ଅପ୍ରିତୀକର ପରିସ୍ଥିତି ଦେଖାଦେଇଛି । ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ସହ ଦୋଷୀଙ୍କୁ ଦଣ୍ଡ ବିଧାନ ଓ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ବାଲେଶ୍ୱର ସାଂସଦଙ୍କ ଇସ୍ତଫା ଦାବିରେ ସମଗ୍ର ରାଜ୍ୟରେ ତାତି ଦେଖାଯିବା ସହ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି । ଏହାର ପ୍ରଭାବ ହିଞ୍ଜିଳିକାଟୁ  ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି ।  ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଜୋରଦାର କରାଯାଇଥିଲା  । ଗୁରୁବାର ସକାଳୁ ପ୍ରାକ୍ତନ ବ୍ଳକ ସଭାପତି ଶିବରାମ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ ପୈାରାଞ୍ଚଳ ଆରଏମସି ଛକ ଓ ଘୋଡାହାଡ ନଦୀ ଛକ ନିକଟରେ ରାସ୍ତା ଅବରୋଧ ସହ ପ୍ରତିବାଦ କରିଥିଲେ  । ଫଳରେ ୫୯ ନଂ ଜାତୀୟ ରାଜପଥର ଉଭୟ ପ୍ୱାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଥିଲା । ହିଞ୍ଜିଳି କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢିଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଏକ ରାଲିରେ ବାହାରି ନଗର ପରିକ୍ରମା କରିଥିଲେ । ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ,  ଶିକ୍ଷାନୁଷ୍ଠାନ ବନ୍ଦ କରିଥିଲେ । କଂଗ୍ରେସର ଓଡିଶା ବନ୍ଦ ଡାକରା ପ୍ରଭାବରେ ସମସ୍ତ ଯାତ୍ରୀ ଓ ମାଲ ପରିବହନ ଯାନବାହାନ ଚଳା ଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ ସଭାପତି ସଞ୍ଜୟ ସ୍ୱାଇଁ, ଜଗନ୍ନାଥ ଗୌଡ, ରାମନାରାୟଣ ବିଶ୍ୱାସରାୟ, ପ୍ରଦୀପ ମହାରଣା, ଆକାଶ ସେଠୀ, ବିରେନ୍ଦ୍ର ରାଉତ,ରାମ ପାଣିଗ୍ରାହୀ, ରାଜା ସ୍ୱାଇଁ, ରାଜା ବେହେରା ଉପସ୍ଥିତଥିଲେ ।
ବୈଶିଙ୍ଗା : ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ମୃତୁ୍ୟ ଘଟଣାକୁ ନେଇ ସାରା ରାଜ୍ୟରେ କଂଗ୍ରେସ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଏହାର ପ୍ରଭାବରେ ବେତନଟୀ ବ୍ଲକ କଂଗ୍ରେସ ସଭାପତି କୁଶଧର ବେହେରାଙ୍କ ତତ୍ତ୍ୱାବଧାନ ତଥା କଂଗ୍ରେସ ନେତା କ୍ଷୀରୋଦ ପାତ୍ରଙ୍କ ପରିଚାଳନାରେରେ ଶହ ଶହ ଯୁବ ଛାତ୍ର ଓ ପୁରୁଖା ଦଳୀୟ ନେତା ଓ କର୍ମୀ ଏକତ୍ରିତ ହୋଇ ଦଳୀୟ ପତାକା ଧରି ଜାତୀୟ ରାଜପଥ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ, ବ୍ୟାଙ୍କ ସହିତ ବିଚାର ବିଭାଗ ଅଦାଲତ ପର୍ଯ୍ୟନ୍ତ ବନ୍ଦ ରହିଥିବାର ଦେଖାଯାଇଥିଲା । ଏଥି ସହିତ କଂଗ୍ରେସ ନେତ୍ରୀ ମାଧବୀ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଗରିଆ, ଯୁଗଳ ଛକ, ବୈଶିଙ୍ଗା ବଜାର, ଗଡ଼ଦେଉଳିଆ, କଳମା ଛକ ଆଦିିରେ ଦୋକାନ ଓ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିଥିଲା । ବୈଶିଙ୍ଗା ବଜାରରେ ବ୍ୟାଙ୍କ, ପୋଷ୍ଟ ଅଫିସ, ଲ୍ୟାମ୍ପସ, ରାଜସ୍ୱ କାର୍ଯ୍ୟାଳୟ ଓ ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟ ଏବଂ ସମସ୍ତ ସ୍କୁଲ ବନ୍ଦ ରହିଥିଲା । ଏହି ବନ୍ଦର ପ୍ରଭାବରେ ଜାତୀୟ ରାଜପଥରେ ରାଜ୍ୟ ତଥା ରାଜ୍ୟ ବାହାରର ଶହ ଶହ ବିଭିନ୍ନ ଯାନବାହାନ ଛିଡା ହୋଇ ରହିଥିଲା । 
ଗୋପ: ଲୋକଙ୍କ ସରକାର ବା ମୋହନ ସରକାର ଙ୍କ ବିରୁଦ୍ଧରେ ଏକାଧିକ ବିରୋଧି ଦଳ ଏବେ ଏକାଠି ହେଲେଣି । କେତେବେଳେ ଦରଦାମ ବୃଦ୍ଧିକୁ ନେଇ ଘେରୁଛନ୍ତି ତ, କେତେବେଳେ ରଥଯାତ୍ରାରେ ହୋଇଥିବା ଅଘଟଣକୁ ନେଇ । ଏବେ କିନ୍ତୁ ପ୍ରସଙ୍ଗ ସଂପୂର୍ଣ୍ଣ ଭିନ୍ନ । ବାଲେଶ୍ୱର ଏଫ୍ଏମ୍ ଅଟୋନୋମସ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଆତ୍ମାହୁତିକୁ ନେଇ ପଲ୍ଲୀଠୁ ଦିଲ୍ଲୀ ସବୁଠି ଚର୍ଚ୍ଚା ଯୋର ଧରିଛି । ସେଥିପାଇଁ କଂଗ୍ରେସ ସହିତ ଅନ୍ୟାନ୍ୟ ୭ ଟି ରାଜନୈତିକ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ୧୨ ଘଣ୍ଟିଆ ବନ୍ଦ ସମଗ୍ର ଓଡିଶାରେ ପରିଲକ୍ଷିତ ହୋଇଥିଲା । ତାର ପ୍ରଭାବ ଗୋପ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି । ଓଡିଶା ବନ୍ଦ ଯୋଗୁଁ ଗୋପର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ବନ୍ଦ କରିଥିଲେ ବିରୋଧି ଦଳର କର୍ମୀ । ଗୋପ ବଜାର ମୁଖ୍ୟ ଚାରିଛକରେ ଆନେ୍ଦାଳନକାରୀ ସଂପୂର୍ଣ୍ଣ ରୂପେ ଅବରୋଧ କରିଥିଲେ । ଯାହାଫଳରେ ଶତାଧିକ ପର୍ଯ୍ୟଟକଙ୍କ ଗାଡି ମଟର ରାସ୍ତା କଡରେ ଅଟକ ରଖିଥିଲା । ସ୍କୁଲ, କଲେଜକୁ ମଧ୍ୟ ବନ୍ଦ କରାଯାଇଥିଲା । ବ୍ଲକର ଯୁବନେତା ଜିତେନ୍ଦ୍ର ସାହୁ ଅନ୍ୟାନ୍ୟ ବରିଷ୍ଟ କର୍ମୀ ପରବର୍ତ୍ତୀ ସମୟରେ ସାମିଲ ହୋଇଥିଲେ । ଲଷ୍ମୀଧର ପ୍ରଧାନ, ଭଗବାନ ପାତ୍ର, ସମରେନ୍ଦ୍ର ସିଂ, ନୀଳକଣ୍ଠ ପାତ୍ର ପ୍ରଭୁତି ଶତାଧିକ କର୍ମୀ ଉପସ୍ଥିତଥିଲେ ।
ହିନେ୍ଦାଳ: ରାଜ୍ୟ କଂଗ୍ରେସ ଦଳ ପକ୍ଷରୁ ଡାକରା ଦିଆଯାଇଥିବା ବାର ଘଣ୍ଟିଆ ଓଡିଶା ବନ୍ଦ ହିନେ୍ଦାଳରେ ସଫଳ ହୋଇଛି । ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟରେ ଛାତ୍ରୀ ଘଟଣାକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଥିଲା । ସ୍ଥାନୀୟ ଅଞ୍ଚଳର ଜନସାଧାରଣ ସ୍ୱତଃ ପ୍ରବୃତ୍ତ ଭାବେ ଏହି ବନ୍ଦକୁ ସମର୍ଥନ କରିଥିବାବେଳେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ସ୍କୁଲ, କଲେଜ, ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ରାସୋଳ ଠାରେ ପୂର୍ବତନ ବିଧାୟକ ମହେଶ୍ୱର ନାଏକଙ୍କ ନେତୃତ୍ୱରେ ପଠାଣି ନାୟକ, ଚନ୍ଦନ ନାଏକ ଓ ଶତାଧିକ କର୍ମୀ ସାମିଲ ହୋଇ ଥିବାବେଳେ ସାତ ମାଇଲ ଠାରେ ରତିକାନ୍ତ ଗଡ଼ନାୟକ ଓ ଗୋବର୍ଦ୍ଧନ ନାଏକ ଏବଂ ହିନେ୍ଦାଳରେ ତ୍ରିନାଥ ବେହେରା, ବେଡା ପାଳ  ପ୍ରମୁଖ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନରେ ସାମିଲ ହୋଇଥିଲେ ।