ବିଭିନ୍ନ ସ୍ଥାନରେ କାଳୀପୂଜା ପାଳିତ
ାା ପ୍ରଭାନୁ୍ୟଜ୍ ।ା ବିଞ୍ଝାରପୁର,: ବିଞ୍ଝାରପୁର ବ୍ଲକ ବିଭିନ୍ନ ସ୍ଥାନରେ ମା’କାଳୀଙ୍କ ପୂଜାର୍ଚ୍ଚନା ମହା ଆଡ଼ମ୍ବରରେ ପାଳିତ ହେଉଛି । ବ୍ଲକ ଛକ, ମାଇଁଦା, ସିଂହପୁର ଓ ଉତ୍ତଙ୍ଗରା ଠାରେ କାଳୀପୂଜା ବେଶ ଧୁମଧାମରେ ପାଳିତ ହେଉଛି । ସବୁଠି ଆଲୋକ ମାଳାରେ ମା’ଙ୍କ ପୂଜା ମଣ୍ଡପ ଝଲସୁଥିବା ବେଳେ ଯାତ୍ରା, ପାଲା, ପ୍ରବୋଚନ ସମେତ ବିଭିନ୍ନ ସଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସିଂହପୁରରେ ଦିନିକ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଥିବା ବେଳେ ମାଇଁଦା, ବ୍ଲକ ଛକ ଓ ଉତ୍ତଙ୍ଗରାରେ ମଧ୍ୟ ନାହିଁନଥିବା ଭିଡ଼ ଦେଖିବାକୁ ମିଳୁଛି ।