ବିଭିନ୍ନ ସ୍ଥାନରେ ଶିଶୁ ଦିବସ ପାଳିତ
କାକଟପୁର: ପୁରୀଜିଲ୍ଲା କାକଟପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜାହାନ ପବ୍ଲିକ ସ୍କୁଲରେ ଅନୁଷ୍ଠାନର ନିଦେ୍ର୍ଦଶିକା ସୁମିତ୍ରା ଘୋଷଙ୍କ ପୌରହିତ୍ୟରେ ଶିଶୁ ଦିବସ ଓ ପଣ୍ଡିତ ଜବାହାରଲାଲ ନେହୁରୁଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଶିକ୍ଷାନୁଷ୍ଠାନ ପ୍ରିନ୍ସପାଲ ମମତା ମହାପାତ୍ର ଯୋଗଦେଇ ପଣ୍ଡିତ ନେହୁରୁ ୧୯୪୭ ମସିହାରେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିବେବେଳେ, ଗଣତନ୍ତ୍ର, ଏକତା ତାଙ୍କର ପ୍ରମୁଖ ସ୍ତମ୍ଭ ରହିଥିଲା ଏବଂ ସେ ଭାରତରେ ମୁକ୍ତ, ଗଣତାନ୍ତ୍ରିକ ଓ ବିବିଧତାପୂର୍ଣ୍ଣ ବ୍ୟବସ୍ଥାର ପ୍ରତିଷ୍ଠାକରି ପ୍ରତ୍ୟେକଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ସେ ସର୍ବାଧିକ ଗୁରୁତ୍ୱ ଦେଉଥିଲେ । ୧୯୬୪ ମସିହାରେ ନେହେରୁଙ୍କ ମୃତୁ୍ୟ ପରେ ତାଙ୍କର ଜନ୍ମଦିବସକୁ ଶିଶୁଦିବସ ରୂପେ ପାଳନ କରାଯାଏ ବୋଲି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଧୁସ୍ମିତା ପଢ଼ିଆରୀ, ଆଶିଷ ସାହୁ, ପ୍ରେମ ଶଙ୍କର ପୂଜାରୀ, ବିଷ୍ନୁପ୍ରିୟା ବେହେରା, ସସ୍ମିତା ସାମଲ, ଲୋପାମୁଦ୍ରା ମଲ୍ଲ, ମାନସୀ ଦାଶଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।
ଜଟଣୀ: ଆଧୁନିକ ଭାରତର ନିର୍ମାତା, ଭାରତ ରନô, ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଜନ୍ମ ଜୟନ୍ତୀ ଏବଂ ଶିଶୁଦିବସ ଅବସରରେ ଶିଶୁଙ୍କ ପାଇଁ ଜଟଣୀ ସହରର ପ୍ରଥମ ଏବଂ ସର୍ବପୁରାତନ ଆଶା ପ୍ଲେ ସ୍କୁଲରେ ଶିଶୁଦିବସ ପାଳିତ ହୋଇଯାଇଛି । ସ୍କୁଲ ସଂସ୍ଥାପକ ପ୍ରଦୀପ୍ତ କୁମାର ଶତପଥୀଙ୍କ ସଂଯୋଜନାରେ ଅଧ୍ୟକ୍ଷା ବିଜୟିନି ଦାଶ, ଶିକ୍ଷୟିତ୍ରୀ ଇଲା ସାମନ୍ତରା, ଜୟଲକ୍ଷ୍ମୀ କାନୁନଗୋ, ଦୀପ୍ତିମୟୀ ମଙ୍ଗରାଜ, ପୂଜା ସାମନ୍ତରା, ଅଂଶୁମାନ ଶତପଥୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ କୋମଳମତି ଶିଶୁ ପୌରାଣିକ ଚରିତ୍ର, ପାରମ୍ପରିକ ପରିଧାନ ଏବଂ ଫ୍ୟାନସୀ ଡ୍ରେସ୍ ପରିଧାନ କରିବା ସହ ରାମ୍ଫ ସୋ ମାଧ୍ୟମରେ ମଡେଲିଂ ଅଭିନୟ ଉପସ୍ଥାପନ କରିଥିଲେ କ୍ଷ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଉପସ୍ଥିତ ରହି ଉସôାହିତ କରିଥିଲେ ।
କେନ୍ଦୁଝର: କାକଟପୁର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜାହାନ ପବ୍ଲିକ ସ୍କୁଲରେ ଅନୁଷ୍ଠାନ ନିଦେ୍ର୍ଦଶିକା ସୁମିତ୍ରା ଘୋଷଙ୍କ ପୌରହିତ୍ୟରେ ଶିଶୁ ଦିବସ ଓ ପଣ୍ଡିତ ଜବାହାରଲାଲ ନେହୁରୁଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ମମତା ମହାପାତ୍ର ଯୋଗଦେଇ ପଣ୍ଡିତ ନେହୁରୁ ୧୯୪୭ ମସିହାରେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିବେବେଳେ ଗଣତନ୍ତ୍ର, ଏକତା ତାଙ୍କର ପ୍ରମୁଖ ସ୍ତମ୍ଭ ରହିଥିଲା ଏବଂ ସେ ଭାରତରେ ମୁକ୍ତ, ଗଣତାନ୍ତ୍ରିକ ଓ ବିବିଧତାପୂର୍ଣ୍ଣ ବ୍ୟବସ୍ଥାର ପ୍ରତିଷ୍ଠାକରି ପ୍ରତ୍ୟେକଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ସେ ସର୍ବାଧିକ ଗୁରୁତ୍ୱ ଦେଉଥିଲେ । ୧୯୬୪ ମସିହାରେ ନେହେରୁଙ୍କ ମୃତୁ୍ୟ ପରେ ତାଙ୍କର ଜନ୍ମଦିବସକୁ ଶିଶୁଦିବସ ରୂପେ ପାଳନ କରାଯାଏ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ କ୍ଷ ଅନ୍ୟ ମାନଙ୍କ ମଧ୍ୟରେ ମଧୁସ୍ମିତା ପଢ଼ିଆରୀ, ଆଶିଷ ସାହୁ, ପ୍ରେମ ଶଙ୍କର ପୂଜାରୀ, ବିଷ୍ନୁପ୍ରିୟା ବେହେରା, ସସ୍ମିତା ସାମଲ, ଲୋପାମୁଦ୍ରା ମଲ୍ଲ, ମାନସୀ ଦାଶଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗଦେଇଥିଲେ ।