ମଣ୍ଡପରେ ଶୋଭାପାଉଛନ୍ତି କାର୍ତ୍ତିକେଶ୍ୱର

ପୁରୀ : ଶ୍ରୀକ୍ଷେତ୍ରରେ ଚାଲିଛି ପାର୍ବଣ ଋତୁ । ଦୁର୍ଗାପୂଜା ପରେ ଗଜଲକ୍ଷ୍ମୀ ପୂଜା, କାଳୀପୂଜା । ଏବେ ଚାଲିଛି କାର୍ତ୍ତିକେଶ୍ୱର ପୂଜା । ଦୁର୍ଗା ପୂଜା ଅବସରରେ ଦୀର୍ଘକାୟ ଗୋସାଣିମାନ ବିଭିନ୍ନ ପୂଜାମଣ୍ଡପରେ ପୂଜା ପାଇଥିବା ବେଳେ, କେତେକ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମା’ ଗଜଲକ୍ଷ୍ମୀଙ୍କ ଗଜଲକ୍ଷ୍ମୀ ପୂଜା ଅବସରରେ ପୂଜାର୍ଚ୍ଚନା କରିଥିଲେ । ସେହିଭଳି କାଳୀପୂଜା ଅବସରରେ ବିଭିନ୍ନ ମଣ୍ଡପରେ ଶୋଭାପାଇଥିଲା ମା’କାଳୀଙ୍କ ମୃଣ୍ମୟ ମୂର୍ତ୍ତି । ଏବେ ସେବାୟତ ପରିବାର ଓ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ଚାଲିଛି କାର୍ତ୍ତିିର୍କେୟଙ୍କ ପୂଜା ।  କାର୍ତ୍ତିିର୍କେଶ୍ୱର ଅସୁରକୁ ବଧ କରୁଥିବା ଠାଣିର ମୂର୍ତ୍ତିିର୍କୁ ସଜାଯାଇଛି ଜରି ଜମ୍ବୁରାରେ । ଉଜ୍ଜ୍ୱଳ ଆଲୋକରେ ଉଦ୍ଭାଷିତ ହେଉଛନ୍ତି ମୃଣ୍ମୟ ମୂର୍ତ୍ତି । ଦୋଳମଣ୍ଡପ ସାହିର ସଦାଶିବ ସିଂହାରୀ ତାଙ୍କ ଘର ସମ୍ମୁଖରେ ପ୍ରସ୍ତୁତ କରିଛନ୍ତି ବିରାଟକାୟ କାର୍ତ୍ତିିର୍କେଶ୍ୱରଙ୍କ ମୃଣ୍ମୟ ମୂର୍ତ୍ତିିର୍ । ଲିଙ୍ଗରାଜ ମହାପାତ୍ର ମଧ୍ୟ ତାଙ୍କ ଘର ସମ୍ମୁଖରେ କାର୍ତ୍ତିକେଶ୍ୱରଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ହରଚଣ୍ଡୀ ସାହିର କୋଠାରୀ ମେକାପ, ଗୁରୁ ଇଷ୍ଟେଟ ପକ୍ଷରୁ ଗୋଡ଼ବାଡ଼ ସାହିରେ, ରାମଚନ୍ଦ୍ର ପ୍ରତିହାରୀଙ୍କ ପକ୍ଷରୁ ମଣିକର୍ଣ୍ଣିକା ସାହୀରେ ପୂଜା ପାଉଛନ୍ତି କାର୍ତ୍ତିିର୍କେଶ୍ୱର । କାର୍ତ୍ତିକ ଶୁକ୍ଳ ଦଶମୀ ତିଥିରୁ ଆରମ୍ଭ ହୋଇଛି ପୂଜା । କାର୍ତ୍ତିକ ପୂର୍ଣ୍ଣମୀ ପରେ ମୂର୍ତ୍ତିିର୍ ବିସର୍ଜିତ ହେବେ ।