ବିଳମ୍ବରେ ଚାଲୁଛି ସ୍ପେଶାଲ ଟ୍ରେନ୍,ହନ୍ତସନ୍ତ ଯାତ୍ରୀ
ବେତନଟୀ: ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ଦାବି ପରେ ବାରିପଦାରୁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ ସପ୍ତାହରେ ମାତ୍ର ଦୁଇଦିନ ପାଇଁ (୦୮୦୧୧ ଓ ୦୮୦୧୨) ଚଳାଚଳ କରୁଛି । ହେଲେ ଏହାର ସମୟ ସାରଣୀ ଗୋଟିଏ ପ୍ରକାରର ଥିବାବେଳେ ଟ୍ରେନଟି କୌଣସି ନିର୍ଦ୍ଦିଷ୍ଟ ସମୟ ସାରଣୀ ରହୁ ନ ଥିବା ପାସେଞ୍ଜର ଫୋରମ ପକ୍ଷରୁ ଅଭିଯୋଗ ହୋଇଛି । ଏହାସହିତ ଏହି ଟ୍ରେନରେ ସାଧାରଣ ଟିକେଟ ନ ଥିବା ଏବଂ କେବଳ ରିର୍ଜଭେସନ ଟିକେଟ ବାଧ୍ୟତାମୂଳକ ଥିବାବେଳେ ଯାତ୍ରୀଟି ଅଧିକ ଉଡା ଦେଇ ବିଳମ୍ବରେ ପହଞ୍ଚôବା ଏବଂ ବିଳମ୍ବରେ ଫେରିବା ଦୈନନ୍ଦିନ ଅଭ୍ୟାସ ହୋଇଯାଇଛି । ଫଳରେ ଟ୍ରେନ୍ରେ ଯାତ୍ରା ସମୟରେ ଦୁଇ ଘଣ୍ଟାରୁ ଅଧିକ ବିଳମ୍ବ ହେଉଥିବା ଯୋଗୁଁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ଟ୍ରେନଟିର ଅବଧି ବାରିପଦାରୁ ଭଦ୍ରକ ପର୍ଯ୍ୟନ୍ତ ଦକ୍ଷିଣ ପୂର୍ବ ରେଳ ଡିଭିଜନ ଅଧିନସ୍ଥ ହୋଇଥିବାବେଳେ ଭଦ୍ରକରୁ ପୁରୀ ବା ଭୁବନେଶ୍ୱର ପୂର୍ବତଟ ରେଳପଥ ଅଧିନସ୍ଥ ହୋଇଥିବା ହେତୁ ପୁରୀ ବା ଭୁବନେଶ୍ୱରରୁ ପ୍ରତିଦିନ ଛାଡିବାର ସମୟ ସାରଣୀ ନିଧାର୍ଯ୍ୟ ନଥିବା ଏବଂ ରାସ୍ତାରେ ବିଭିନ୍ନ ଷ୍ଟେସନ ବା ଷ୍ଟେସନ ବାହାରେ ଅଟକି ରହୁଥିବା ଯୋଗୁଁ ଏହା ପଛରେ ଆସୁଥିବା ଟ୍ରେନ ଗୁଡିକ ବାଲେଶ୍ୱର ଷ୍ଟେସନ ମଧ୍ୟରେ ଆଗ ଅତିକ୍ରମ କରି ଚଳାଚଳ କରିଥାଏ । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ସାଂସଦମାନେ ରେଳ ଯାତ୍ରୀଙ୍କ ସମସ୍ୟା ସହିତ ଅବଗତ ନ ରହିବା କାରଣ ଏହି ବିଳମ୍ବିତ ଟ୍ରେନ ଚଳାଚଳ ପାଇଁ ରେଳ ଯାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ସେହିପରି ବାଙ୍ଗିରିପୋଷି-ପୁରୀ ଦୈନିକ ସୁପରଫାଷ୍ଟ ଟ୍ରେନଟି ବାଙ୍ଗିରିପୋଷି ପଟୁ ପୁରୀ ଯିବାବେଳେ କଟକ ପହଞ୍ଚôବା ପର୍ଯ୍ୟନ୍ତ ନିଧାର୍ଯ୍ୟ ସମୟରେ ପହଞ୍ଚୁଥିବା ବେଳେ ପୁରୀରୁ ବାଙ୍ଗିରିପୋଷି ଡାଉନ ଟ୍ରେନଟି ଦୈନିକ ଏକ ଘଣ୍ଟାରୁ ଅଧିକ ବିଳମ୍ବରେ ଚଳାଚଳ କରି ଆସୁଥିବା ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ଏହି ରୁଟରେ ଦୈନିକ ଖଣ୍ଡିଏ ମାତ୍ର ସୁପରଫାଷ୍ଟ ବାଙ୍ଗିରିପୋଷିରୁ ପୁରୀ ଟ୍ରେନ ଭାୟା ରୁପ୍ସା ଜଙ୍କସନ ଦେଇ ଚଳାଚଳ କରିବା ଏବଂ ସପ୍ତାହରେ ଦୁଇ ଦିନ ପାଇଁ ଭଞ୍ଜପୁର ବାରିପଦାରୁ ପୁରୀ ରାତିରେ ଚଳାଚଳ କରିବା ଏବଂ ସପ୍ତାହରେ ଦୁଇ ଦିନ ଏହି ଭଞ୍ଜପୁର ବାରିପଦାରୁ ଶାଲିମାର ସପ୍ତାହରେ ତିନି ଦିନ ଚଳାଚଳ କରିଥାଏ । ଏହି ରୁଟରେ ପ୍ରବଳ ଯାତ୍ରୀ ଭିଡ ହେବା ସତ୍ତ୍ୱେ ବାଙ୍ଗିରିପୋଷି ବା ବାରିପଦାରୁ ବାଙ୍ଗାଲୋର ବାରିପଦାରୁ ନୂଆଦିଲ୍ଲୀ ବାରିପଦାରୁ ହାଇଦ୍ରାବାଦ ମୁମ୍ବାଇ ଦୂରଗାମୀ ଟ୍ରେନ ଚଳାଚଳ ପାଇଁ ଦାବି ହୋଇ ଆସୁଥିଲେ ବି ଦୈତ ଡିଭିଜନ ଅଧିନରେ ରେଳ ରୁଟଟି ରହି ଆସିଥିବାରୁ ସାଂସଦମାନଙ୍କ ସହିତ ରେଳମନ୍ତ୍ରୀଙ୍କ ଅବହେଳା କାରଣରୁ ରେଳ ସେବାରୁ ଉତ୍ତର ଓଡିଶାର ଏହି ପ୍ରମୁଖ ରେଳ ରୁଟଟି ଅଣଦେଖା ହୋଇ ରହିଆସିଛି ।