ପିପିଲି କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଥମ ପର୍ୟ୍ୟାୟ କ୍ଷତିପୂରଣ ରାଶି ମିଳିଲା

ପୁରୀ ଜିଲ୍ଲାରେ ଲଘୁଚାପ ବର୍ଷା ଯୋଗୁଁ କ୍ଷତି ସହିଥିବା ଚାଷୀଙ୍କୁ ମିଳିଲା ପ୍ରଥମ ପର୍ୟ୍ୟାୟ କ୍ଷତିପୂରଣ । ଚାଷୀଙ୍କ ଆକାଉଣ୍ଟକୁ ଆସିଛି ପ୍ରଥମ ପର୍ୟ୍ୟାୟ ବୀମା ଟଙ୍କା । ପୁରୀ ଜିଲ୍ଲାରେ ଏକ ଲକ୍ଷ ୨୩ ହଜାର ଚାଷୀଙ୍କର ରହିଛି ଫସଲ ବୀମା । ସେଥିରୁ ୫୬ ହଜାର ଚାଷୀ କ୍ଷତିପୂରଣ ନେଇ ଅନଲାଇନରେ ଆବେଦନ କରିଥିଲେ । ଆଉ ପ୍ରଥମ ପର୍ୟ୍ୟାୟରେ, ୧୬ ହଜାର ୯୫ ଚାଷୀଙ୍କୁ ୨୫ ପ୍ରତିଶତ ହିସାବରେ କ୍ଷତିପୂରଣ ମିଳିଚି। ଚାଷୀଙ୍କୁ ବୀମା କ୍ଷତିପୂରଣ ମିଳିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ଦାସ ।