ବିମାନ ବନ୍ଦରରୁ ଦାମୀ ସିଗାରେଟ୍ ଜବତ
ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ବିଦେଶୀ ସିଗାରେଟ ଜବତ । ବୁବାଇରୁ ଭୁବନେଶ୍ୱର ଆଣୁଥିବା ସମୟରେ ଧରିଲା ଡ଼ିଆରଆଇ ଟିମ୍ । ଜବତ ସିଗାରେଟର ଦାମ ୧୦ ଲକ୍ଷ ଟଙ୍କା ଦେବ ବୋଲି ସୂଚନା ମିଳିଛି । ଏହାସହ ୫ ଜଣଙ୍କୁ ଜବତ ରଖିଛି ଡିଆରଆଇ ।
ଗୁଇନ୍ଦା ସୁତ୍ରରୁ ଖବର ପାଇ କଷ୍ଟମ ବିଭାଗ ଓ ଡିଆର୍ଆଇର ମିଳିତ ସହଯୋଗରେ ଦୁବାଇରୁ ଭୁବନେଶ୍ୱର ଆସୁଥବା ୮ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିଦେଶୀ ସିଗାରେଟ୍ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି । ଅଟକ ଥିବା ୫ ଜଣ ବ୍ୟକ୍ତି ଯୁପି ରାମପୁରର ବୋଲି ସୂଚନା ମିଳିଛି । କଳା ବଜାରୀ ଜରିଆରେ ବିକ୍ରି ପାଇଁ ଏହି ସବୁ ସିଗାରେଟ ଚାଲାଣ ହେଉଥିବା ଜଣାପଡିଛି । ପ୍ରଥମେ ସିଗାରେଟ୍ ଭୁବନେଶ୍ୱରକୁ ଆଣି ପରେ କୋଲକାତାକୁ ବାଏ ରୋଡ୍ ଯାଇ ସେଠାରେ କଳାବଜାରୀରେ ବିକ୍ରି କରିବାକୁ ପ୍ଲାନ ରଖିଥିଲେ ବୋଲି ସୂଚନା ମିଳିଛି ।
Samir Kumar Rout