୩ ଝାରଖଣ୍ଡୀ ଲୁଟେରା ଗିରଫ; ୧୭ ମୋବାଇଲ ଜବତ
ଭୁବନେଶ୍ୱର, ୭ା୧୨ : ଲୁଟ୍ ଓ ଚୋରି କରିବାକୁ ଯୋଜନା କରୁଥିବା ବେଳେ ଭୁବନେଶ୍ୱରରୁ ÿ ୩ ଝାରଖଣ୍ଡୀ ଲୁଟେରା ଗିରଫ । ଭୁବନେଶ୍ୱର ଲିଙ୍ଗରାଜ ଥାନା ପୁଲିସ ଏହି ୩ ଜଣଙ୍କୁ ଗିରଫ କରିଛି । ଭୁବନେଶ୍ୱରରେ ଏମାନେ ପକେଟ ମାର କରିବା ସହ ମୋବାଇଲ ଲୁଟି ନେଇଯାଉଥିଲେ । ଏଭଳି ଏକ ଗ୍ୟାଙ୍ଗକୁ ଗିରଫ କରିବା ପରେ ଏମାନଙ୍କଠାରୁ ୧୭ଟି ଚୋରି ମୋବାଇଲ ଜବତ କରିଛି ପୁଲିସ । ଏମାନେ ରାଜଧାନୀରୁ ମୋବାଇଲ ଚୋରି କରିବା ପରେ ଝାଡଖଣ୍ଡ ଦେଇ ବାଂଲାଦେଶକୁ ମୋବାଇଲ ପଠାଇ ଦେଉଥିଲେ । ଏମାନଙ୍କ ନାମରେ ଭୁବନେଶ୍ୱର ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ଗିରଫ ୩ ଲୁଟେରା ହେଲେ, ଝାରଖଣ୍ଡ ରାଜ୍ୟର ବିକାଶ ଶର୍ମା, ରାମ ପ୍ରସାଦ ସୋନୀ ଓ ପ୍ରଦୀପ କୁମାର । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ପୁଲିସ ଡାଳେ ଡାଳେ ଗଲେ, ଚୋର ପତ୍ରେ ପତ୍ରେ ଯାଉଥିବା କଥା ରହିଛି । କିନ୍ତୁ ଏବେ ତାହା କମିଶନ୍ରେଟ୍ ପୁଲିସ କ୍ଷେତ୍ରରେ ପ୍ରମାଣିତ ହୋଇଛି । କାରଣ ରାଜଧାନୀରୁ ପ୍ରତିିଦିନ ୨୦ରୁ ଉଦ୍ଧ୍ୱର୍ ମୋବାଇଲ୍ ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହେଉଛି । ପୁଲିସ ମାମଲା ରୁଜୁ କରୁନଥିବା ବେଳେ ମିସିଂ ରିପୋର୍ଟ କରି ଅଭିଯୋଗକାରୀକୁ କାଗଜ ଟିଏ ଧରାଇ ଦେଉଛି । ପରେ ପୁଲିସ ଚୋରି ହୋଇଥିବା ମୋବାଇଲ୍ର ଆଇଏମ୍ଇଆଇ ନମ୍ବରକୁ ଟ୍ରାକ୍ କରିଥାଏ । ଚୋର ମୋବାଇଲ୍ ଚୋରି କରି ୨ ରୁ ୬ ମାସ ରଖିବା ପରେ ଚୋରି ମୋବାଇଲ୍ରେ ନୂଆ ସିମ୍ ପକାଇ ଚାଲୁ କରିଥାଏ । ଏହାପରେ ପୁଲିସ ଉକ୍ତ ଆଇଏମ୍ଇଆଇ ନମ୍ବର ଟ୍ରାକ୍ କରିବା ପରେ ମୋବାଇଲ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିଷୟରେ ଜଣାପଡ଼ିଥାଏ । ଆଉ ପୁଲିସ ଚୋରକୁ ଧରିବା ସହ ମୋବାଇଲ୍ ଜବତ କରିଥାଏ । କିନ୍ତୁ ଏବେ ପୁଲିସର ଏଭଳି ତଦନ୍ତ ତରିକା ବାହାର ରାଜ୍ୟର ଓ ଲୋକାଲ ଚୋରମାନେ ଜାଣି ପାରିଛନ୍ତି । ତେଣୁ ସେମାନେ ଏକ ଅଭିନବ ଉପାୟ ଆପଣାଇଛନ୍ତି । ସହରର ବିଭିନ୍ନ ମେଳା ଏବଂ ଭିଡ଼ରୁ ମୋବାଇଲ୍ ଚୋରି କରୁଛନ୍ତି । ଏହି ଚୋରି ମୋବାଇକୁ ଅନ୍ ନକରି ଡିସ୍ପ୍ଲେ ଠାରୁ ଆରମ୍ଭ କରି ଅନ୍ୟାନ ପାର୍ଟସ୍କୁ ଖୋଲି ବିକ୍ରି କରି ଦେଉଛନ୍ତି । ଏଥିରୁ ମଧ୍ୟ ସେମାନଙ୍କୁ ଗୋଟେ ମୋବାଇଲରୁ ୭ରୁ ୧୦ ହଜାର ଟଙ୍କା ମିଳିଯାଇଥାଏ । ଚୋରି ମୋବାଇଲ୍ ପାର୍ଟସ୍ ନେବା ପାଇଁ ସହରରେ ଥିବା କିଛି ମୋବାଇଲ୍ ଦୋକାନ ସହ ଅଭିଯୁକ୍ତଙ୍କ ସେଟିଂ ରହିଛି । ସେମାନେ ଫୋନ୍ ଚୋରି କରି ଆଣିବା ପରେ ରିପ୍ୟାରିଂ ଦୋକାନୀଙ୍କୁ ଦେଇ ନଗଦ ଟଙ୍କା ନେଇ ଚାଲିଯାଇଥାନ୍ତି ।