ଟ୍ରେନରେ କଟି ଯୁବତୀ ମୃତ


ାା ପ୍ରଭାନୁ୍ୟଜ୍ ।ା ସାରସକଣା : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସଂକୁଚା ନିକଟରେ ଟ୍ରେନ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତୁ୍ୟ ଘଟିଛିି । ସୂଚନା ଅନୁସାରେ ବାରିପଦା ପଟୁ ଡିଏମୟୁ ଟ୍ରେନଟି ବାଙ୍ଗିରିପୋଷି ଅଭିମୁଖେ ଯାଉଥିବା ବେଳେ ଟ୍ରେନଟି ଶଙ୍କୁଚା ଗ୍ରାମର ଅଶୋକ ସିଂଙ୍କ ଝିଅ ଗଙ୍ଗା ସିଂଙ୍କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିଲା । ଖବର ପାଇ ଝାରପୋଖରୀଆ ଥାନାର ଟିମ ସଦଳବଳେ ପହଞ୍ଚିଥିଲେ । ଏହି ଘଟଣାର ତଦନ୍ତ କରୁଛି ରେଳ ବିଭାଗ ପୁଲିସ  । ମୃତ ଗଙ୍ଗା ସିଂ ଟ୍ରେନରେ ସମ୍ପର୍କୀୟଙ୍କ ଘରୁ ଫେରୁଥିବା ବେଳେ ସେ କବାଟ ନିକଟରେ ଠିଆହୋଇ ଘରପଟେ ଦେଖୁଥିବା ବେଳେ ଖସି ଯାଇଥିବା ଅନୁମାନ କରାଯାଉଛି ।