ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ
ାା ପ୍ରଭାନୁ୍ୟଜ ।ା କପ୍ତିପଦା: ବାତ୍ୟା ଦାନା ଯୋଗୁଁ କପ୍ତିପଦା ବ୍ଲକ୍ର ବିଭିନ୍ନ ଅଞ୍ଚଳ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ବ୍ଲକ୍ରେ ୧୫୦୩ ହେକ୍ଟର ଜମି ଏଥିରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ୨୨ ହେକ୍ଟର ଜମିରେ ପନିପରିବା ନଷ୍ଟ ହୋଇଥିବାର ସହକାରୀ କୃଷି ଅଧିକାରୀ ଅଙ୍କିତା ରୂପ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ, ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର, ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇ, ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ୍, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ନରେନ୍ଦ୍ର ଖମାରୀ, କପ୍ତିପଦା ବିଡ଼ିଓ ସିଦେ୍ଧଶ୍ୱର ନାୟକ, ତହସିଲଦାର ନନ୍ଦିତା କୁଜୁର, ସହକାରୀ ଯନ୍ତ୍ରୀ ସଦାଶିବ ବେହେରା, ଉଦଳା ଏନ୍ଏସି ଚେୟାରମ୍ୟାନ୍ ପ୍ରମିଳା ପଣ୍ଡା ପ୍ରମୁଖ କପ୍ତିପଦା ବ୍ଲକ୍ର ଜଡ଼ିଦା ପଞ୍ଚାୟତର ତାଳପୋଖରୀ ଜାମପଦା ଗ୍ରାମର ଜଣେ ଗୃହଶୂନ୍ୟ ହୋଇଥିବା ହିତାଧିକାରୀଙ୍କ ଘର ବୁଲି ଦେଖିଥିଲେ । ସେହିଭଳି କାଳ ଓ ସୁନେଇ ବନ୍ଧରେ ଜଳସ୍ତର ବୃଦ୍ଧି ଯୋଗୁଁ ୨୫ ତାରିଖ ଠାରୁ ରାତି୍ର ପର୍ଯ୍ୟନ୍ତ ୨ଟି ଲେଖାଏଁ ଗେଟ୍ ଏବଂ ଆଜି ଅଦ୍ୟାବଧି ଗୋଟିଏ ଲେଖାଏଁ ଗେଟ୍ରେ ଜଳ ନିଷ୍କାସନ ଚାଲୁ ରହିଛି । ବ୍ଲକ୍ରେ ଜାମୁଡ଼ିହା, ଜଡ଼ିଦା, କପ୍ତିପଦା, ଶରତ, ମାଙ୍କଡ଼ପଡ଼ା ଆଦି ୫ଟି ସେଭ୍ ସେଣ୍ଟର ଖୋଲାଯାଇ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ୧୨୬ ପରିବାରଙ୍କୁ ସେଠାରେ ଥଇଥାନ କରାଯାଇଛି । ତହସିଲ ପକ୍ଷରୁ ସନ୍ଧ୍ୟା ସୁଦ୍ଧା ରାଜସ୍ୱ ନିରୀକ୍ଷକମାନଙ୍କ ଦ୍ୱାରା ୧୨୬ଟି କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବାର ଆକଳନ କରାଯାଇଥିଲା । ବର୍ତ୍ତମାନ ମୁଖ୍ୟ ରାସ୍ତା ଏବଂ ଘର ଉପରେ ପଡ଼ିଥିବା ୭୬ଟି ଗଛ କଟାଯାଇଥିବା ବେଳେ ୪୨ଟି ସ୍ଥାନରେ ଘର ଉପରେ ପଡ଼ିଥିବା ଗଛଗୁଡ଼ିକୁ କଟାଯାଇଛି । ଆହୁରି ୧୨ଟି ଘର ଉପରେ ଗଛ ପଡ଼ିରହିଥିବାର ଜାଣିବାକୁ ମିଳିଛି । ଶରତ ସମେତ ୯ଗୋଟି ପଞ୍ଚାୟତରେ ବହୁ ଗଛ ଗଡ଼ିପଡ଼ିଥିବାରୁ ସନ୍ଧ୍ୟା ସୁଦ୍ଧା ବିଦୁ୍ୟତ୍ ସଂଯୋଗ ହୋଇପାରିନାହିଁ । କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ ଶରତ ଅଞ୍ଚଳରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହିତ ଡ଼ାକ୍ତରଖାନାରେ ପହଞ୍ଚô ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ।