ବିଶେଶ୍ୱର ଦେବଙ୍କ ଜମିର ଜବରଦଖଲ ଉଚ୍ଛେଦ

 ନୀଳଗିରି: ନୀଳଗିରି ଉପଖଣ୍ଡ ଔପଦା ବ୍ଲକ୍ ଅନ୍ତର୍ଗତ କାଣ୍ଡଗରଡି ଗ୍ରାମ ପଞ୍ଚାୟତ ସ୍ଥିତ ଦେବଗିରି ପାହାଡକୁ ଲାଗି ରହିଥିବା ବିଶେଶ୍ୱର ମହାଦେବ ଜମି ପ୍ରଶାସନର ହସ୍ତକ୍ଷେପ ପରେ ଜବରଦଖଲ ମୁକ୍ତ ହୋଇଥିବା ଜଣାପଡିଛି । 
ପ୍ରକାଶ ଯେ, ବିଶେଶ୍ୱର ମହାଦେବ ଉନ୍ନତିକରଣ ପାଇଁ ପଞ୍ଚାୟତର ସରପଞ୍ଚ ରାଜେନ୍ଦ୍ର ରାଉତଙ୍କ ଦ୍ୱାରା ବିଗତ ଦୁଇ ବର୍ଷ ପୂର୍ବେ କିଛି ସଦସ୍ୟଙ୍କୁ ନେଇ ଏକ ଟ୍ରଷ୍ଟ ବୋର୍ଡ ଗଢାଯାଇଥିଲା । ଏବଂ ମହାଦେବଙ୍କ ଅଞ୍ଚଳ ଉନ୍ନତିକରଣ, ଆଲୋକ ବ୍ୟବସ୍ଥା ଓ କଲ୍ୟାଣ ମଣ୍ଡପ ପାଇଁ ଟ୍ରଷ୍ଟ ବୋର୍ଡ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଧାୟକ ସନ୍ତୋଷ ଖଟୁଆଙ୍କୁ ଜଣେଇଥିଲେ । ସାଂସଦ ଓ ବିଧାୟକଙ୍କ ଦ୍ୱାରା ପର୍ଯ୍ୟଟନମନ୍ତ୍ରୀ  ପ୍ରଭାତୀ ପରିଡ଼ାଙ୍କୁ ଏକ ପତ୍ର ଦେଇଥିଲେ । ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ପୀଠର ଉନ୍ନତିକରଣ ପାଇଁ ୮୫,୦୦,୦୦୦ ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଛି । ହେଲେ ପୀଠର ଉନ୍ନତିରଣରେ ବାଧା ସୃଷ୍ଟି ହୋଇଥିଲା ଜବରଦଖଲ । ପୀଠ ଚାରିପାଖ ମହାଦେବଙ୍କ ଜମିକୁ କିଛି ଚାଷୀ ଜବର ଦଖଲ କରିଥିଲେ ।  ଏ ନେଇ ତାଙ୍କୁ ଜଣେଇବା ପରେ ସେମାନେ ପାଟି ତୁଣ୍ଡ କରିଥିଲେ । ପରେ ଟ୍ରଷ୍ଟ ବୋର୍ଡ ଲିଖିତ ଆକାରରେ ସନ୍ତରାଗଡିଆ ସ୍ଥିତ ଆର୍ଆଇ ଓ ନୀଳଗିରି ତହସିଲଦାର୍ଙ୍କୁ ଅଭିଯୋଗ କରିଥିଲେ । ଯାହାଫଳରେ ତହସିଲଦାର୍ ସୋନମ୍ ଦାସ, ଆର୍ଆଇ ମନୋଜ କୁମାର ବେହେରା, ନୀଳଗିରି ଥାନା ଅଧିକାରୀ, ଇଶ୍ୱରପୁର ଫାଣ୍ଡି ଅଧିକାରୀ ବିକାଶ ଭୋଇ, ବାହାନଗା ଜୋନର ଇଲେକ୍ଟ୍ରି ବିଭାଗଙ୍କ ଉପସ୍ଥିତରେ ସରକାରୀ ଅମିନଙ୍କ ଦ୍ୱାରା ମନ୍ଦିର ପାଖ, ରାସ୍ତା, ରାସ୍ତା ପାଖ ଜମି ଇତ୍ୟାଦି ମାପ କରି ବହୁ ଜବରଦଖଲ ଜାଗା ବାହାର କରାଗଲା । ଏଥିରେ ଜମି ମାଲିକମାନେ ଝଗଡ଼ା କଲେ ମଧ୍ୟ ଶାନ୍ତି ଶୃଙ୍ଖଳାରେ ମାପ ହୋଇଯାଇଥିଲା । ସିକିଡିଆ ଓ ମୁକୁନ୍ଦପୁରର ଗ୍ରାମବାସୀ,  ଟ୍ରଷ୍ଟ ବୋର୍ଡର ସଦସ୍ୟ ସରପଞ୍ଚ ରାଜେନ୍ଦ୍ର ରାଉତ୍, ନରେନ୍ଦ୍ର ନାୟକ, ସମାଜସେବୀ ଟୁନୁ ପଟ୍ଟନାୟକ, ଦେବେନ୍ଦ୍ର ନାୟକ, ରବୀନ୍ଦ୍ର ପାତ୍ର, ନରେନ୍ଦ୍ର ବେହେରା, ମୁକ୍ତି ରଞ୍ଜନ ସାମଲ, ଭଗବାନ୍ ବେହେରା, ରମାକାନ୍ତ ସ ଇତ୍ୟାଦି ଉପସ୍ଥିତ ରହି ସହଯୋଗ କରିଥିଲେ ।