ଅବହେଳାରୁ ଯୁବକ ମୃତ  : ହସ୍ପିଟାଲରେ ଉତ୍ତେଜନା, ରାସ୍ତାରୋକ

 ନୀଳଗିରି :  ଅବହେଳାରୁ ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୀଳଗିରି ହସ୍ପିଟାଲରେ । ସୂଚନା ଅନୁଯାୟୀ ରେମୁଣା ଭୀମପୁରା ଅଞ୍ଚଳର ନରେନ୍ଦ୍ର ବିଶ୍ୱାଳଙ୍କ ପୁଅ ନିହାରରଞ୍ଜନ ବିଶ୍ୱାଳ ଟିଭିଏସ ଫାଇନାନ୍ସ କମ୍ପାନୀରେ ଜଣେ କର୍ମଚାରୀ ଭାବରେ କାମକରିବା ସହିତ ଏକ ଭଡ଼ାଘରେ ରହୁଥିଲେ । ବୁଧବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେହି ରୁମରେ ରହୁଥିବା ତାଙ୍କର ଜଣେ ସାଙ୍ଗକୁ ହସ୍ପିଟାଲ୍ ନେବା ପାଇଁ କହିଥିଲେ । ସଙ୍ଗେସଙ୍ଗେ ତାଙ୍କୁ ନୀଳଗିରି ଉପଖଣ୍ଡ ହସ୍ପିଟାଲ୍ ଅଣାଯାଇ ଚିକିସôା କରାଯିବା ସହିତ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଛାତିରେ ଅଧିକ ଯନ୍ତ୍ରଣା ହେଉଥିବାରୁ ପରିବାର ଲୋକ ତାଙ୍କୁ ବାଲେଶ୍ୱର ମୁଖ୍ୟଚିକିସôାଳୟକୁ ରେଫର କରିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଡାକ୍ତର ଆସିଲେ ରେଫର କରାଯିବ ବୋଲି ହସ୍ପିଟାଲ୍ କର୍ମଚାରୀ କହିଥିଲେ । ତେବେ ଆଜି ସକାଳ ପ୍ରାୟ ନଅଟା ସମୟରେ ଯୁବକ ଜଣକର ମୃତୁ୍ୟହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯୁବକଙ୍କ ପରିବାର ଏବଂ ସାଙ୍ଗସାଥୀ ଚିକିସôା ଅବହେଳାରୁ ନିହାର ରଞ୍ଜନଙ୍କ ମୃତୁ୍ୟ ହୋଇଥିବା ନେଇ ନୀଳଗିରି ମିତ୍ରପୁର ରାସ୍ତା ହସ୍ପିଟାଲ୍ ଛକଠାରେ ରାସ୍ତାରୋକ କରିଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଘଟଣାରେ ସଂପୃକ୍ତ କର୍ମଚାରୀ ଏବଂ ଡାକ୍ତରଙ୍କ ଅବହେଳା ପାଇଁ ଯୁବକଙ୍କ ଜୀବନ ଯାଇଥିବାରୁ ସେମାନଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଡି ବସିଥିଲେ । ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚô ପରିସ୍ଥିତିକୁ ଆୟତ୍ତକୁ ନେଇଥିଲେ । ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ବେଳେ ଏନେଇ ନୀଳଗିରି ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇ ଶବବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି  ।