ବିଶ୍ଵ ସିକଲସେଲ୍ ଆନେମିଆ ନିରାକରଣ ସଚେତନତା ଅଭିଯାନ

 ବିଶ୍ଵ ରକ୍ତ ଶିକୁଳି ଦିବସ ବା ସିକଲସେଲ ଆନେମିଆ ନିରାକରଣ ଅବସରରେ ଓଡ଼ିଶା ଖଣି ନିଗମ ପକ୍ଷରୁ ଖଣି ପାର୍ଶ୍ଵବର୍ତ୍ତୀ ଗ୍ରାମୀଣ ଅଞ୍ଚଳରେ ସଚେତନତା ଅଭିଯାନ ଆରମ୍ଭ । ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ଓଏମସିର କାର୍ଯ୍ୟକ୍ଷମ ଖଣି ଅଞ୍ଚଳରେ ସିକଲସେଲ ସଚେତନତା ବ୍ୟାପକ କରିବା ଲକ୍ଷ୍ୟରେ ଓଏମସିର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଯାନ “ଆରୋଗ୍ୟବାହିନୀ” ମାଧ୍ୟମରେ ଏହି ଶିବିରର ଆୟୋଜନ ହୋଇଯାଇଛି ।ଓଏମସିର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ 'ଆରୋଗ୍ୟବାହିନୀ' - କୋରାପୁଟ, କେନ୍ଦୁଝର, ଯାଜପୁର ଏବଂ ବଡ଼ବିଲ ଖଣି ଅଞ୍ଚଳ ସ୍ଥିତ ଜିଲିଙ୍ଗ ଦୈତାରୀ, ଲକ୍ଷ୍ମୀପୁର, କାଳିଆପାଣି, ଶୁଆକାଟି ଏବଂ ସେରେଣ୍ଡା ଠାରେ ଏହି ସଚେତନତା ଶିବିର ଆୟୋଜନ କରିଥିଲା । ଏହି ସିକଲସେଲ୍ ବା ରକ୍ତ ଶିକୁଳି ରୋଗ ନିରାକରଣ ବିଷୟରେ ଜନ ସାଧାରଣଙ୍କୁ ସଚେତନ କରିବା ସହିତ ରକ୍ତଶିକୁଳି ଓ ରକ୍ତହୀନତାର କାରଣ ଓ ନିରାକରଣ ତଥା ରୋଗ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ  ସର୍ବସାଧାରଣରେ ସଚେତନତା ସୃଷ୍ଟି କରିଥିଲା । ସୂଚନା ମୁତାବକ ଓଏମସିର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଯାନ “ଆରୋଗ୍ୟବାହିନୀ" ବର୍ତ୍ତମାନ, ଖଣି ଅଞ୍ଚଳ ଆଖପାଖରେ ଥିବା ୮୫ଟି ଚିହ୍ନଟ ଗ୍ରାମରେ ୬ଟି Mobile Health Unit ସକ୍ରିୟ ଭାବରେ କାର୍ଯ୍ୟ କରୁଅଛି । ଆରୋଗ୍ୟବାହିନୀ ଚିକିତ୍ସା ସେବା ପ୍ରଦାନ ବ୍ୟତୀତ, ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଗମ ଏବଂ ସୁବିଧାଜନକ କରିଛି । ଏହି ପ୍ରୟାସ ମାଧ୍ୟମରେ ଦୁର୍ଗମ ଗ୍ରାମୀଣ ଅଞ୍ଚଳର ଲୋକଙ୍କୁ ସିଧାସଳଖ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହିତ ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି ।ଏହାସହ ଗ୍ରାମବାସୀଙ୍କୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ, ପ୍ରାଥମିକ ସ୍ୱାସ୍ଥ୍ୟସେବା, ମାଗଣା ଚିକିତ୍ସା ସୁବିଧା, ଔଷଧ ଯୋଗାଣ, ପ୍ରତିରୋଧକ ସ୍କ୍ରିନିଂ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଶେଷ ସହାୟତା ପ୍ରଦାନ କରାଯାଉଅଛି । ଏହାଦ୍ବାରା ୧.୫୦ ଲକ୍ଷରୁ ଅଧିକ ଲୋକ ସକାରାତ୍ମକ ଭାବରେ ଉପକୃତ ହେଉଛନ୍ତି ।