ବିଶ୍ୱ ଦକ୍ଷତା କେନ୍ଦ୍ରରୁ ୧୦୮୮ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ
ଭୁବନେଶ୍ୱର : ଆଜି ଓଡିଶାର ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଦିବସ । ବିଶ୍ୱ ଦକ୍ଷତା କେନ୍ଦ୍ରରୁ ୧୦୮୮ ଜଣ ଛାତ୍ରଛାତ୍ରୀ ପାଠ୍ୟକ୍ରମ ଶେଷ କରି ଉତ୍ତୀର୍ଣ୍ଣ ହେବା ନିଶ୍ଚିତ ଭାବରେ ଆମର ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବେ ବୋଲି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି ।
ଆଜି ୧୦୮୮ ଜଣ ଷଷ୍ଠ ବ୍ୟାଚ୍ର ଛାତ୍ରଛାତ୍ରୀ ଦୃଢ ସଂକଳ୍ପ ଓ ଆତ୍ମବିଶ୍ୱାସର ସହ ଏକ ଉଜ୍ଜ୍ୱଳ ଭବିଷ୍ୟତ ନେଇ ଏଠାରୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଏବେ ପାଦ ରଖିବା ସହ ଏଠାରୁ ଶିକ୍ଷାଲାଭ କରିଥିବା ଦକ୍ଷତା ବିକାଶମୂଳକ ଶିକ୍ଷାକୁ ନିଜ ପାରଦର୍ଶିତାରେ ପରିଣତ କରି ନିଜର ଉପସ୍ଥିତି ଜାହିର କରିବେ ଏବଂ ଭବିଷ୍ୟତ ପିଢି ପାଇଁ ମାର୍ଗଦର୍ଶକ ସାବ୍ୟସ୍ତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି । ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଫେଷ୍ଟୋ ସହଭାଗିତାରେ ସ୍ମାର୍ଟ ମାନୁଫ୍ୟାକଚରିଂ ଓ ସମିନେଡ୍ର ସହଭାଗିତାରେ ଇଣ୍ଡଷ୍ଟି୍ରଆଲ ଅଟୋମେସନ୍ କେନ୍ଦ୍ର ପରି ଦୁଇଟି ଉକôର୍ଷ କେନ୍ଦ୍ରକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଜି ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଭୂପିନ୍ଦର ସିଂ ପୁନିଆ, ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା ଓ କର୍ପୋରେଟ୍ ଜଗତର ବରିଷ୍ଠ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।