ଅର୍ଜୁନ ପୁରସ୍କାରପ୍ରାପ୍ତ କ୍ରୀଡାବିତ ବିଜୟ ଶତପଥୀଙ୍କ ବିୟୋଗରେ ସୂରଜଙ୍କ ଶୋକ
ଭୁବନେଶ୍ୱର : ବିଶିଷ୍ଟ କ୍ରୀଡ଼ାବିତ ତଥା ଭାରୋତ୍ତୋଳକ ବିଜୟ ଶତପଥୀଙ୍କ ବିୟୋଗରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୋକ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, "ଅର୍ଜୁନ ପୁରସ୍କାରପ୍ରାପ୍ତ ଭାରୋତ୍ତୋଳକ ବିଜୟ ଶତପଥୀଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ଠାରୁ ଆରମ୍ଭ କରି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାମାନଙ୍କରେ ଭାରୋତ୍ତଳନରେ ପଦକ ଜିତି ବିଜୟ ଶତପଥୀ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିଲେ । ବିଜୟ ଶତପଥୀଙ୍କ ବିୟୋଗ ରାଜ୍ୟ କ୍ରୀଡା ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜ୍ଞାପନ କରୁଛି ।