ବିଶ୍ୱବିଦ୍ୟାଳୟରେ ଆୟୁର୍ବେଦିକ ଔଷଧ ପ୍ରସ୍ତୁତି
ସମ୍ବଲପୁର : ଔଷଧୀୟ ବୃକ୍ଷର ଗନ୍ତାଘର ସାଜିଥିବା ଗନ୍ଧମାର୍ଦ୍ଦନ ପର୍ବତରୁ ସଂଗୃହୀତ ଜଡ଼ିବୁଟିକୁ ନେଇ ଗବେଷଣା କରାଯାଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଖାଦ୍ୟ ବୈଷୟିକ ବିଜ୍ଞାନ ଓ ପୁଷ୍ଟିସାଧନ ବିଭାଗର ହୃଦ୍ରୋଗ, ମଧୁମେହ ଓ ଗଣ୍ଠିବାତ ଆଦିର ରୋଗର ଉପଶମ ପାଇଁ ଆୟୁର୍ବେଦିକ ଔଷଧୀୟ ଚା' (ଗ୍ରୀନ-ଟି) ପ୍ରସ୍ତୁତ କରାଯାଇଛି । ଏଥିରେ ଉକ୍ରୃଷ୍ଟ ଚା'ପତ୍ର ସହ ଏହା ମିଶ୍ରଣ ହୋଇଛି । ଚା' ପସ୍ତୁତ ହେବା ପରେ ଏସବୁର ଔଷଧୀୟ ଗୁଣ ଓ ରୋଗ ଉପଶମ କ୍ଷମତା ବଳବତ୍ତର ଥିବା ପରୀକ୍ଷାରୁ ଜଣାପଡିଛି । ଆଗାମୀ ଦିନରେ ଆଉ ୨୭ଟି ଚା' ପତି ପ୍ରସ୍ତୁତ ପାଇଁ ପ୍ରକିୟା ଜାରି ରହିଛି । ଏହାଦ୍ୱାରା ବିଶ୍ୱବିଦ୍ୟାଳୟ ସୁନାମ ଅର୍ଜନ ସହିତ ଛାତ୍ରଛାତ୍ରୀମାନେ ନିଯୁକ୍ତିର ସୁଯୋଗ ପାଇପାରିବେ । ବିଭାଗକୁୁ ଉକ୍ରୃଷ୍ଟ ଔଷଧୀୟ ଚା' ପ୍ରସ୍ତୁତ କରିବାରେ ୫ ବର୍ଷ ସମୟ ଲାଗିଥିଲା ଏଥିରେ ୨୦ରୁ ଉଦ୍ଧ୍ୱର୍ ଗବେଷକ ସାମିଲ ଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିଭିନ୍ନ ଗବେଷଣା ପାଇଁ ସୁନାମ ଅର୍ଜନ କରିଛି । ବିଶ୍ୱବିଦ୍ୟାଳୟର ଖାଦ୍ୟ ବୈଷୟିକ ବିଜ୍ଞାନ ଓ ପୁଷ୍ଟିସାଧନ ବିଭାଗର ଉକ୍ରର୍ଷ କେନ୍ଦ୍ର ଏବଂ ଅର୍ଚ୍ଚିଡ଼ ହର୍ବାଲର ମିଳିତ ଉଦ୍ୟମରେ ୩ ପ୍ରକାରର ଔଷଧୀୟ ଚା' (ଗ୍ରୀନ୍ -ଟି) ପ୍ରସ୍ତୁତ କରାଯାଇଛି । ଯାହାକୁ ନେଇ ବିଶ୍ୱବିଦ୍ୟାଳୟ ସଂପ୍ରତି ଚର୍ଚ୍ଚାରେ ରହିଛି । ହୃଦ୍ରୋଗର ପ୍ରତିରୋଧ ଓ ବ୍ୟବସ୍ଥାପନର କ୍ଷମତା ପାଇଁ ପ୍ରସ୍ତୁତ ଗ୍ରୀନ୍ -ଟି'ରେ ଅର୍ଜୁନ ବକ, ପିପ୍ପଳି, ପୁନର୍ଣ୍ଣବା, ଅଶ୍ୱଗନ୍ଧା, ଗୋଳମରିଚ, ଡାଲଚିନି ଓ ଅନ୍ୟାନ୍ୟ ଚେରମୂଳି ନେଇ ପ୍ରସ୍ତୁତ ହେଲ୍ଦି ହାର୍ଟ-ଟି ତିଆରି ହୋଇଛି । ମଧୁମେହ ରୋଗୀ ପାଇଁ ଭିଟାମିନ - 'ସି'ରେ ଭରପୁର ଥିବା ଗ୍ଲୁକୋକେୟାର ଟି'ରେ ଗ୍ରୀନ୍ ଟି' ସହ ଗୁଡୁଚି, ଅଶ୍ୱଗନ୍ଧା, ପନୀର ଫୁଲ, ସତାବରି, ଜାମୁ ମି, ଗୁଡ଼ମାରି, ମେଥି, କଲରା, ବିଜୟସର ସେନା ପତ୍ର ଆଦି ରହିଛି । ସେହିପରି ଗଣ୍ଠିବାତ ରୋଗ ପାଇଁ ପ୍ରସ୍ତୁତ 'ଆଥ୍ରିକେୟାର ଟି'ରେ ଗ୍ରୀନ୍ ଟି ସହ ସୁଗନ୍ଧୀ ରସନା, ଅଶ୍ୱଗନ୍ଧା, ପିପ୍ପଳି, ଗୋଲମରିଚ, ଲବଙ୍ଗ, ଶୁଣ୍ଠି, ଦାରୁହଳଦୀ ସହ ଅନ୍ୟ ଜଡ଼ିବୁଟିର ମିଶ୍ରଣ ରହିଛି ବୋଲି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଷ୍ଟାର୍ଟଅପ୍ ଫୋରମ୍ ନିଦେ୍ର୍ଦଶକ ପ୍ର. ପ୍ରଦୀପ ନାୟକ କହିଛନ୍ତି । ୩୦ଟି ଟି'ବ୍ୟାଗ୍ ଥିବା ପ୍ୟାକେଟ କରାଯାଇଛି । ଏହାର ଉପକାରିତାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଡାକ୍ତରମାନେ ରୋଗ ଅନୁସାରେ ରୋଗୀଙ୍କୁ ଏହି ଚା' ବ୍ୟବହାର କରିବାକୁ ପରାମର୍ଶ ଦେଉଛ"ି । ସମସ୍ତ ସରକାରୀ ଅନୁମତି ମିଳିବା ପରେ 'ହଲ୍ଦି ହାର୍ଟ -ଟି', 'ଗ୍ଲୁକୋକେୟାର-ଟି' ଓ 'ଆର୍ଥିକେୟାର ଟି' ବଜାରକୁ ପ୍ରବେଶ କରିଛି । ଏଥିସହ ଆମାଜନ ଓ ଫ୍ଲିପ୍କାର୍ଟରେ ବିତରଣ ପାଇଁ ଉଭୟ କମ୍ପାନୀ ସହ ସମସ୍ତ ଔପଚାରିକତା ଚୂଡ଼ାନ୍ତ ହୋଇଥିବା ସେଣ୍ଟର ଅଫ୍ ଏକ୍କିଲେନ୍ସ ନେଚୁରାଲ ପ୍ରଡକ୍ଟ ଆଣ୍ଡ ଥେରାପୁ୍ୟଟିକ୍ର ସଂଯୋଜକ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଷ୍ଟାର୍ଟଅପ୍ ଫୋରମ୍ ନିଦେ୍ର୍ଦଶକ ପ୍ର. ନାୟକ ସୂଚନା ଦେଇଛନ୍ତିା