ମନ୍ତ୍ରୀଙ୍କ ବିକାଶମୂଳକ ଯୋଜନାର ସମୀକ୍ଷା

 ସମ୍ବଲପୁର : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ଯୋଜନା ଓ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସର୍ବଶିକ୍ଷା ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଂସଦ ତଥା କେନ୍ଦ୍ରଶିକ୍ଷା ମନ୍ତ୍ରୀପ୍ରତିନିଧି, କୁଚିଣ୍ଡା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ପ୍ରତିନିଧି ଦୁଷ୍ମନ୍ତ ନାୟକ, ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି, ସମ୍ବଲପୁର ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ବେଦ ଭୂଷଣଙ୍କ ସମେତ ସମସ୍ତ ବିଭାଗୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସମ୍ବଲପୁର ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ଯୋଜନା ଓ ବିଷୟରେ ଆଲୋଚନା କରିଥିଲେ । ବୈଠକରେ ସ୍ୱାସ୍ଥ୍ୟ, ପାନୀୟଜଳ, ଶିକ୍ଷା, ମହିଳା ଓ ଶିଶୁ ସୁରକ୍ଷା, ଏମ୍ଏସ୍ଏମ୍ଇ, ଶକ୍ତି, ବନ୍ୟଜନ୍ତୁ ଓ ପରିବେଶ, ଗ୍ରାମୀଣ ବିକାଶ, ଉଦ୍ୟୋଗ ଓ ମାଇନିଂ, ବୈଜ୍ଞାନିକ ଉନ୍ନତି ଓ ଅନ୍ୟାନ୍ୟ ବିଭାଗର ପ୍ରାୟ ୩୦ରୁ ଅଧିକ ଯୋଜନା ବିଷୟରେ ଅଧିକାରୀମାନେ ଅବଗତ କରାଇଥିଲେ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମସ୍ତ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନିତ୍ୱ କରିବା ସହ ଯଥାଶୀଘ୍ର ନିଷ୍ପତ୍ତି ନେଇ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବା ଆବଶ୍ୟକ ବୋଲି କହିଥିଲେ । ଯେଉଁଠି ଜମି ଓ ବନଭୂମି ସମ୍ପର୍କିତ କାର୍ଯ୍ୟ ଚାଲିଛି, ସେଠାରେ କ୍ଷେତ୍ର ପରିଦର୍ଶନ କରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଥିଲେ ।