ବିଷାକ୍ତ ଜିପସମ ଗୁଣ୍ଡରେ ପ୍ରଭାବିତ ବନ୍ଦରାଞ୍ଚଳ
ପାରାଦୀପ : କୁଜଙ୍ଗ ତହସିଲ ଅନ୍ତଃର୍ଗତ ଉଦୟବଟ ମୌଜାରେ ପ୍ରବାହିତ ହେଉଥିବା ସାହେରପେଣ୍ଠ ମତ୍ସ୍ୟଡିଆ ଅଂଶବିଶେଷ ନୟନଜୋରୀକୁ କିଛି ମାଫିଆ ଶ୍ରେଣୀୟ ବ୍ୟକ୍ତି ବିଷାକ୍ତ ଜିପସମ ଗୁଣ୍ଡ ଦ୍ୱାରା ପୋତି ଚାଲିଛନ୍ତି । ଜିପସମ ଏଭଳି ଗୋଟିଏ ବିଷାକ୍ତ ପଦାର୍ଥ ଯାହାକି ଅଞ୍ଚଳର ଭୂତଳ ଜଳ ସଂସ୍ପର୍ଶରେ ଆସି ସମ୍ପୂର୍ଣ୍ଣଭାବେ ଅଞ୍ଚଳବାସୀଙ୍କୁ ରୋଗାକ୍ରାନ୍ତ କରିଚାଲିଛି । ଏତଦବ୍ୟତୀତ ନଦୀ-ଯୋର ପୋତି ହେବା ଦ୍ୱାରା ଅଞ୍ଚଳର ଉଦବୁଦ ଜଳ ନିଷ୍କାସିତ ହୋଇନପାରି ବର୍ଷାଦିନେ ଜଳବନ୍ଦୀରେ ଅବସ୍ଥା ସୃଷ୍ଟି କରୁଅଛି । ସେହିପରି ଜାତୀୟ ରାଜପଥ ନିର୍ମାଣ ପାଇଁ ଏହି ବିଷାକ୍ତ ଗୁଣ୍ଡ ବ୍ୟବହାର ହେବା ଯୋଗୁଁ ପରିବେଶ ପ୍ରଦୂଷିତ ହେବା ସହ ରାସ୍ତାଘାଟରେ ଯିବା ଆସିବା କଷ୍ଟକର ହୋଇପଡିଛି । ଏଭଳି ସମ୍ବେଦନଶୀଳ ଘଟଣାକୁ ସ୍ଥାନୀୟ ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ଦୃଷ୍ଟି ଦେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମାଜସେବୀ ତଥା ନାରାୟଣ ବୀରବର ସାମନ୍ତ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସୁଶାନ୍ତ ଶେଖର ସ୍ୱାଇଁଙ୍କ ସମେତ ଉଦୟବଟ ଗ୍ରାମବାସୀ ଦାବି କରିଛନ୍ତି ।