ଏସଡିଜେଏମ୍ କୋର୍ଟରେ ହାଜର ହେଲେ ରାଜା ଚକ୍ର

ଏସଡିଜେଏମ୍ କୋର୍ଟରେ ହାଜର ହେଲେ ରାଜା ଚକ୍ର

କେନ୍ଦୁଝର ଏସଡିଜେଏମ୍ କୋର୍ଟରେ ହାଜର ହେଲେ ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଅର୍ଥ ଅନିୟମିତତା ନେଇ ଏପ୍ରିଲ-୨୦୨୫ରେ ଲୋଡିଂ ଏଜେନ୍ସିର ସଦସ୍ୟ ସୁଶାନ୍ତ ବାରିକ ସଦର ଥାନାରେ ଏକ ଅଭିଯୋଗ କରିଥିଲେ । ଏହାକୁ ନେଇ ସଦର ଥାନା ପକ୍ଷରୁ ୧୮୪/୨୫ କେଶ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା । ପରେ ଏହି ମାମଲାଟିକୁ ସିଆଇଡି - ସିବିକୁ ହସ୍ତାନ୍ତର ହୋଇଥିଲା । ସେପଟେ ଇଓଡବ୍ଲୁ ପଞ୍ଝାରେ ଫସିଥିଲେ ରାଜା ଚକ୍ର । ଆଜି ତାଙ୍କୁ ସ୍ୱତନ୍ତ୍ର ସୁରକ୍ଷା ବଳୟ ଭିତରେ କେନ୍ଦୁଝର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅର୍ଥ ହେରଫେର୍‌ ମାମଲାରେ ବାଲେଶ୍ବର ଜେଲ୍‌ରେ ଅଛନ୍ତି ରାଜା ଚକ୍ର ।