ବିସ୍ଥାପିତ ଶିଶୁ ଓ ମହିଳାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ  

 କେନ୍ଦ୍ରାପଡା : ସାତଭାୟା (ବଗପାଟିଆ) ଥଇଥାନ ଓ ପୁନବସତି ମଞ୍ଚ ପକ୍ଷରୁ ୧୪ଦିନ ହେଲା ନ୍ୟାୟ ପାଇଁ ବସିଥିବା ୪୦ ଦଳିତ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରି ତାଙ୍କ ମାମଲା ସମାଧାନ କରିବାକୁ ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ ଦୀର୍ଘ ୧୦ ବର୍ଷ ହେଲା ସେମାନଙ୍କୁ ଥଇଥାନ କରିବା ନିମନ୍ତେ ଜାଗା ଚିହ୍ନଟ କରିଥିବା ବେଳେ ପଟା(ପାର୍ଚ୍ଚା) ପ୍ରଦାନ କରୁ ନହାଁନ୍ତି । ଯାହା ଫଳରେ ଏହି ପରିବାର ସ୍ଥାନୀୟ ତହସିଲଦାର ଠାରୁ ଆରମ୍ଭ କରି ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଛନ୍ତି । ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଦେ୍ର୍ଦଶ ପ୍ରଦାନ କରି ଏମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ବିସ୍ଥାପିତ ମହିଳା ଓ ଶିଶୁ ନିବେଦନ କରିଛନ୍ତି । ଏହି ପରିବାର ଦୀର୍ଘଦିନ ହେଲା ଧାରଣା ଓ ଅନଶନରେ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ଖାଇବା, ପାନୀୟ ଜଳ ପ୍ରଭୃତି ପାଇଁ ଅସୁବିଧାର ସମ୍ମୁୁଖୀନ ହେଉଛନ୍ତି । ତେଣୁ ତୁରନ୍ତ ସେମାନଙ୍କ ମାମଲାର ସମାଧାନ କରିବା ପାଇଁ ଦଳିତ ସଂରକ୍ଷିତ ସମାଜ ସଭାନେତ୍ରୀ ସସ୍ମିତା ମଲିଙ୍କ ସହ ଅନ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।