ବୀରପୁରୁଷଙ୍କ ପ୍ରତିମୂର୍ତ୍ତିି ସଫେଇ
ଆସିକା : ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିଦେ୍ର୍ଦଶକ୍ରମେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ପକ୍ଷରୁ ବୀରପୁରଷମାନଙ୍କ ପ୍ରତିମୂର୍ତ୍ତିି ସଫେଇ କରିଥିଲେ । ଆସିକା ବିଜ୍ଞାନ କଲେଜର ୨୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ସମେତ କଲେଜର ଅଧ୍ୟକ୍ଷ ଡା. ଜୀବନାନନ୍ଦ ତ୍ରିପାଠୀ, ଏନସିସିର ମେଜର ଡ଼. ଶଙ୍କର ପ୍ରସାଦ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆସିକା ବିଜୁ ପଟ୍ଟନାୟକ ଛକରେ ଥିବା ଓଡିଶାର ବରପୁତ୍ର ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ମୂର୍ତ୍ତିକୁ ସଫେଇ କରିଥିଲେ । ସେଠାରୁ ଆସି ସହର ମଧ୍ୟରେ ଥିବା ମହାତ୍ମାଗାନ୍ଧୀ ରୋଡ଼ରେ ଅବସ୍ଥିତ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସଫେଇ କରିଥିଲେ ଏନ୍ସିସିର ଛାତ୍ରଛାତ୍ରୀମାନେ । ଶେଷରେ ପ୍ରତିମୂର୍ତ୍ତି ଆଗରେ ମହାପୁରୁଷଙ୍କ ସ୍ମୃତିଚାରଣ କରାଯାଇଥିଲା ।