ଅବ୍ୟବସ୍ଥା ଘେରରେ ବୋଲେନପଡ଼ା : ପାନୀୟ ଜଳ ଓ ବିଦୁ୍ୟତ ଯୋଗାଇବାକୁ ଦାବି

କୋକସରା:  କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁନାମାଲ ବୋଲେନପଡ଼ା ଠାରେ ଦୀର୍ଘଦିନ ହେବ ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ପଡ଼ାରେ ଆଠରୁ ଦଶ ପରିବାର ବସବାସ କରୁଥିବା ଥିବାବେଳେ ଏଠାରେ  ବସବାସ କରିବା ପାଇଁ ଆହୁରି ଅନେକ ଲୋକେ ଘର ନିର୍ମାଣ କରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବିଗତ ଦୁଇ ବର୍ଷ ତଳେ ବ୍ଲକ ପ୍ରଶାସନ ପକ୍ଷରୁ ପଡ଼ାରେ ଏକ ନଳକୂପ ଖନନ ହୋଇଥିଲା । ନଳକୂପ ଟି ପ୍ରାୟ ଦେଢ଼ଶହ ଫୁଟ ଖଣ୍ଡେ ଖୋଲା ହେଇଥିଲା ପରେ ପଥର ପଡ଼ିବାରୁ ଖନନ କାର୍ଯ୍ୟ ବନ୍ଦ କରିଦିଆଯାଇଥିଲା । ପଡ଼ାରେ ଏବେ ପର୍ଯ୍ୟନ୍ତ ଆଉ ଅନ୍ୟତ୍ର କୌଣସି ନଳକୂପ ଖନନ କରାଯାଇ ନାହିଁ । ଯାହା ଫଳରେ ପଡ଼ାରେ ପାନୀୟ ଜଳର ଉକôଟ ସମସ୍ୟା ଦେଖା ଦେଇଛି । ସ୍ଥାନୀୟ ଲୋକେ ପ୍ରଶାସନ ଆଗରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହେଉଛି । ଲୋକେ ବାଧ୍ୟ ହୋଇ ପିଇବା ପାଣି ପାଣି ସୁନାମାଲ ଗ୍ରାମକୁ ଯାଇଥାଆନ୍ତି । ଯାହାକି ବୋଲେନପଡ଼ା ଠାରୁ ଅନେକ ଦୂର ପଡ଼ିଥାଏ । ସେହିପରି ପଡ଼ାରେ ବିଦୁ୍ୟତ୍ ସଂଯୋଗ ମଧ୍ୟ ନଥିବାରୁ ଲୋକେ ଅନ୍ଧକାର ଭିତରେ ରାତି କାଟୁଥିବା ସହ ସରିସୃପ ମାନଙ୍କର ଭୟ ରହୁଥିବା ଅଭିଯୋଗ କରିଛନ୍ତି । ପ୍ରଶାସନ ଏ ଦିଗରେ  ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ କ୍ଷେତ୍ର ଲହଜଲ, ଡମ୍ବରୁଧର ଲହଜଲ, ଦୟା ଲହଜଲ, ରସିକ ପୋଡ଼, ପ୍ରତିମା ହଂସ, ଶ୍ରୀକର ହଂସ, ଧନୁ ପୋଡ଼, ଗଙ୍ଗାବାଲି ଲହଜଲ, ତରୁଣ ଲହଜଲ, ତିଲ ହଂସ ସମେତ ଗ୍ରାମବାସୀ ଦାବି କରିଛନ୍ତି ।