ବୁଥସ୍ତରୀୟ ଅଧିକାରୀଙ୍କୁ ତାଲିମ
ରାୟଗଡ଼ : ଜିଲ୍ଲାପାଳ ରାୟଗଡ଼ ଆଶୁତୋଷ କୁଲକର୍ଣ୍ଣିଙ୍କ ନିଦେ୍ର୍ଦଶକ୍ରମେ ରାୟଗଡ଼ ଜିଲ୍ଲା ତିନୋଟି ବିଧାନସଭା ମଣ୍ଡଳୀର ବୁଥସ୍ତରୀୟ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଉଛି । ନିର୍ବାଚକ ପଞ୍ଜିକରଣ ଅଧିକାରୀ ଭାବେ ଉପଜିଲ୍ଲାପାଳ ରାୟଗଡ ରମେଶ କୁମାର ଜେନା ଓ ଉପଜିଲ୍ଲାପାଳ ଗୁଣୁପୁର ଅଭିଷେକ ଦୁଧାଲ ତଥା ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ନବିନ ଚନ୍ଦ୍ର ନାଏକ ଏହି ତାଲିମ ନିମନ୍ତେ ବ୍ଲକସ୍ତରରେ ଆୟୋଜନ କରିଛନ୍ତି । ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ସହିତ ଯେପରି କୌଣସି ଯୋଗ୍ୟ ଭୋଟର ତାଲିକାରୁ ବାଦ ପଡିବେ ନାହିଁ , ସେଥିପାଇଁ ଭାରତୀୟ ନିର୍ବାଚନ ଆୟୋଗ ପର୍ଯ୍ୟାୟକ୍ରମେ ସଘନ ସଂଶୋଧନ ପ୍ରକ୍ରିୟାର ଆରମ୍ଭ କରିଛନ୍ତି । ରାୟଗଡ ବ୍ଲକରେ ୧୧୪ ଜଣ ବୁଥ ଅଧିକାରୀଙ୍କ ତାଲିମ ଅନୁଷ୍ଠିତ ହୋଇଥିଲା । ବିଡିଓ ସୁଜିତ କୁମାର ମିଶ୍ର, ଏବିଡିଓ କାଳୁଚରଣ ନାୟକ, ସହକାରୀ ଜିଲ୍ଳାପାଳ କୈଳାସଚନ୍ଦ୍ର ସ୍ୱାଇଁ, ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ଜିପିଡିଓ ସ୍ମୃତିରେଖା ନାୟକ, ଜାତୀୟସ୍ତରୀୟ ତାଲିମଦାତା ତଥା ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ତାଲିମ ପ୍ରଦାନ କରିଥିଲେ । ରାୟଗଡ ପୌର ପରିଷଦରେ ଆୟୋଜିତ ତାଲିମରେ ନିର୍ବାହୀ ଅଧିକାରୀ କୁଲଦୀପ କୁମାର, ସହକାରୀ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ସ୍ୱାଇଁ, କାଶିପୁର ବ୍ଳକରେ ଉପଜିଲ୍ଲାପାଳ ରମେଶ କୁମାର ଜେନା, ବିଡିଓ ବିଜୟ କୁମାର ସଏ, ଏବିଡିଓ ପଦ୍ମିନୀ କହଁର ଓ ଜିପିଡିଓ ଜ୍ୟୋତିର୍ମୟ ଦାଶ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ ।