ବଡି ବିଲଡିଂ ପ୍ରତିଯୋଗିତା : ଭାଗ ନେଲେ ୧୨୦ପ୍ରତିଯୋଗୀ

ବ୍ୟାସନଗର: ଏଠାକାର ସଂସ୍କୃତି ଭବନରେ ଲାଇଫଲୁମ କ୍ଲାସିକ ଜିମ ସେଂଟର, ଓଡିଶା ବଡି ବିଲଡିଂ ଏବଂ ଫିଟନେସ ଆସୋସିଏସନର ମିଳିତ ସହଯୋଗରେ ବଡି ବିଲଡିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଲାଇଫ ଲୁମ କ୍ଲାସିକର ଯୁବ ପତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଡ଼ଭୋକେଟ ଦୀପକ କୁମାର ବାରିକ ସଭାପତିତ୍ୱ କରିଥିବା ବେଳେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡ. କୁଶଚନ୍ଦ୍ର ପ୍ରଧାନ, ଅଗ୍ନିଶମ କେନ୍ଦ୍ରର ଅଧିକାରୀ ତାପସ କୁମାର ମନ୍ତ୍ରୀ, ଅନ୍ତର୍ଜାତୀୟ କ୍ରୀଡ଼ାବିତ ବଜ୍ରବାହୁ ସୀମାନ୍ତ କେଶରୀ ସାମଲ ଓ ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ୧୨୦ରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଭାଗନେଇ ଶରୀର ଗଠନର ପ୍ରଦର୍ଶନ କରିଥିଲେ । ଓଡିଶା ବଡିବିଲଡିଂ ଆସୋସିଏସନର କର୍ମକର୍ତ୍ତା ଏସ୍କେମନୁ, ମୁଜାହିଦ ମିର୍ଜା, ଏସକେୟାସିନ, ଅନିଲ କୁମାର ପାଣି, ଏସକେମୁସ୍ତାକ, ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହୋଯାଗ କରିଥିଲେ । ଲାଇଫ ଲୁମର ଚିନ୍ମୟ ଓଝା, ପ୍ରଦୀପ ମଲିକ, ସୌମ୍ୟରଂଜନ ଆଇଚ, ଦୀନେଶ ମଲ୍ଲିକ, ଅକ୍ଷୟ ମଲ୍ଲିକ, ଆଶୀର୍ବାଦ ବାରିକ,ଶିବାନନ୍ଦ ମହାଳିକ, ଶୁଭମ ଜେନା, ଏସକେ ଅବଦୁଲ, ଅମ୍ଲାନ ସାହୁ, ଗୁଣ ସ୍ୱାଇଁ, ସୋନୁ ଓଝା, ପପୁ ବାରିକ, ରୋନୀ ମଲ୍ଲିକ, ଜ୍ୟୋତି ମଲ୍ଲିକ, ଭାଗ୍ୟଲଷ୍ମୀ ରାଉତ, ସ୍ୱର୍ଣ୍ଣଲଷ୍ମୀ ବଳ, ବରନ୍ୟା ସାହୁ, ଶଙ୍କର ରାଓ, ସତ୍ୟଜିତ ପରିଡା, ଅମରେନ୍ଦ୍ର ବେହେରା, ଦେବେନ୍ଦ୍ର ରାଉତ, ମାନସ ମହାପାତ୍ର ପ୍ରଭୃତି ସହଯୋଗ କରିଥିଲେ ।