ବେଦିକାର ସମାବର୍ତ୍ତନ ଓ ଆଇମାର ମ୍ୟାନେଜିଂ ଇଣ୍ଡିଆ ଆୱାର୍ଡ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ ବେଦିକାର ସମାବର୍ତ୍ତନ ସମାରୋହ ଓ ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ (ଇଓଗଇ)ର ୧୫ତମ ମ୍ୟାନେଜିଂ ଇଣ୍ଡିଆ ଆୱାର୍ଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଛାତ୍ରୀ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କୁ ଆତ୍ମବିଶ୍ୱାସର ସହ ନେତୃତ୍ୱ ନେବା ଏବଂ ଏକ ଉନ୍ନତ ସମାଜ ଗଠନରେ ସାହାଯ୍ୟ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ବେଦିକାର ସମସ୍ତ ସ୍ନାତକଧାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ମହିଳା ନେତୃତ୍ୱାଧୀନ ବିକାଶ ଦିଗରେ ଭାରତରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିଛି । ସ୍ୱାମୀ ବିବେକାନନ୍ଦ ଜୀ କହିଥିଲେ, ‘ମହିଳାମାନେ ହିଁ ନିଜ ଭାଗ୍ୟ ନିର୍ଦ୍ଧାରଣ କରିବେ । ପୁରୁଷମାନଙ୍କ ଠାରୁ ବହୁତ ଗୁଣରେ ସେମାନେ ସବୁ କାମ କରିପାରିବେ ।’ କେବଳ ଚାକିରି ଖୋଜିବା ନୁହେଁ, ବରଂ ଚାକିରିଦାତା ହେବା ପାଇଁ ସେ ଆହ୍ୱାନ କରିଥିଲେ ।
ସେହିପରି ‘ଆଇମା’ର ୧୫ତମ ମ୍ୟାନେଜିଂ ଇଣ୍ଡିଆ ଆୱାର୍ଡ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ଏହି ସମୟକୁ ସଠିକ୍ ସମୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିହିତ କରିଛନ୍ତି । ଚଳିତ ବଜେଟରେ ଅନେକ ପଦକ୍ଷେପ ନିଆଯାଇଥିବା ବେଳେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କରଛାଡ଼ ହୋଇଛି । ଏହାଦ୍ୱାରା ମଧ୍ୟବିତ୍ତ ବର୍ଗର ଲୋକମାନେ ଉପକୃତ ହେବା ସହ ଏହାର ପ୍ରଭାବ ସର୍କୁଲାର୍ ଅର୍ଥନୀତିରେ ପଡ଼ିବ । ଦେଶର ଆବଶ୍ୟକତା ଅନୁସାରେ ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଓ ନବସୃଜନକୁ ଗତି ଦେବା ଦିଗରେ ସହଯୋଗୀ ହେବା ପାଇଁ ସେ ଆଇମାକୁ ଆହ୍ୱାନ କରିଛନ୍ତି ।