ବୈତରଣୀ ବଞ୍ଚାଅ ଯାତ୍ରା ଆରମ୍ଭ, ସାମିଲ ହେଲେ ଜଳ ପୁରୁଷ
କେନ୍ଦୁଝର : ବୈତରଣୀ ନଦୀର ସୁରକ୍ଷା ପାଇଁ ଆଜି ଜଳ ପୁରୁଷ ଡ ରାଜେନ୍ଦ୍ର ସିଂ କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ବୈତରଣୀ, ସୁନା ଓ କାରୋ ବଞ୍ଚାଅ ଯାତ୍ରାରେ ସାମିଲ ହୋଇଛନ୍ତି । ବୈତରଣୀ ନଦୀର ଉତ୍ପତି ସ୍ଥଳ ଗୋନାସିକାରୁ ଏହି ଯାତ୍ରା ଆରମ୍ଭ ହୋଇ କାନପୁର ଡ୍ୟାମ୍ରେ ଶେଷ ହେବ । ଏହି ଅବସରରେ ବିଭିନ୍ନ ଲୋକଙ୍କ ସହିତ ଆଲୋଚନା କରି ବୈତରଣୀ ନଦୀର ସୁରକ୍ଷା ପାଇଁ କାମ କରିବାକୁ ସକଳ୍ପ ନେଇଥିଲେ ଏବଂ ସଂଗଠିତ ଭାବେ ମିଶି କାମ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ସମାଜକୁ ପାଣି ବିଷୟରେ ସଚେତନ କରିବା ଓ ନଦୀ,ଜଙ୍ଗଲ,ଜମି ମଧ୍ୟରେ ଥିବା ସମ୍ପର୍କକୁ ବୁଝିବା ଏବଂ ସେ ସବୁର ସୁରକ୍ଷା କରିବା ଏହି ଯାତ୍ରାର ଲକ୍ଷ୍ୟ ବୋଲି ଡ ସିଂ କହିଛନ୍ତି । ଆଜିକାଲି ଏହି ସବୁ ଜମି,ଜଳ,ଜଙ୍ଗଲ କୁ ଉଦ୍ୟୋଗପତିମାନେ କବଜା କରୁଛନ୍ତି । ଏଣୁ ଲୋକେ ସଂଗଠିତ ହୋଇ ପ୍ରତିବାଦ କରି ଏହାକୁ ରୋକିବାକୁ ହେବ ବୋଲି କହିଥିଲେ ।
ନଦୀ ହେଉଛି ଲୋକଙ୍କର, ଏଣୁ ସେ ସବୁର ସୁରକ୍ଷା କରିବା ଉଚିତ୍ । ପାଣି ଉପରେ ଲୋକଙ୍କର ହକ୍ ରହିଛି । କମ୍ପାନୀମାନଙ୍କର ପାଣି ଉପରେ କୌଣସି ହକ୍ ନାହିଁ । ସ୍ଲରି ପାଇପ ଲାଇନରେ କମ୍ପାନୀମାନେ ଲୁହାଗୁଣ୍ଡ ପରିବହନ ପାଇଁ ପାଣି ବ୍ୟବହାର କରିବା ଆଦିବାସୀ,ଜଙ୍ଗଲ,ନଦୀ ଓ ପ୍ରକୃତି ପ୍ରତି ଅନ୍ୟାୟ କରୁଛନ୍ତି । ଏହି ଯାତ୍ରାରେ ମହାନଦୀ ବଞ୍ଚାଅ ଆନେ୍ଦାଳନରେ ପଦ୍ମଶ୍ରୀ ଦୈତାରୀ ନାଏକ, ମହାନଦୀ ବଞ୍ଚÿାଓ ଅଭିଯାନର ଆବାହକ ସୁଦର୍ଶନ ଦାସ, ସୁନା, କାରୋ, ବୈତରଣୀ ବଞ୍ଚାଓ ଅଭିଯାନର କନଭେନର ଅଶୋକ ଠକ୍କରଙ୍କ ସମେତ ପ୍ରତାପ ପାଢୀ, ଗଣେଶ୍ୱର ପାତ୍ର, ଦିଲୁ ସ୍ୱାମୀ, ଛବିରାଣୀ ନାୟକ ବହୁ ଲୋକ ସାମିଲ ହୋଇ ବୈତରଣୀର ସୁରକ୍ଷା ପାଇଁ ଶପଥ ନେଇଛନ୍ତି । ପରେ ପରେ ବାଂଶପାଳ ବ୍ଲକ ଯାତ୍ରା ପଞ୍ଚାୟତର ଯାତ୍ରା ଏବଂ ଅଡାଳ ଗ୍ରାମରେ ବୈତରଣୀ ନଦୀର ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଚିରସ୍ରୋତା ବୈତରଣୀ ନଦର ଜଳ ଦିନକୁ ଦିନ ହ୍ରାସ ପାଉଥିବାରୁ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେଉଥିବା ଗ୍ରାମବାସୀମାନେ କହିଥିଲେ । ବୈତରଣୀ ବର୍ତ୍ତମାନ ମରିବାକୁ ଯାଉଛି, ଏହା କେନ୍ଦୁଝର ସମେତ ମୟୁରଭଞ୍ଜ, ଯାଜପୁର ଏବଂ ଭଦ୍ରକର ଜୀବନରେଖା ଅଟେ । ବୈତରଣୀ ଗଙ୍ଗା ବୋଲି କୁହାଯାଏ । ୪ଟି ଜିଲ୍ଲାର ବୈତରଣୀ ଜୀବନରେଖା ବୋଲି କୁହାଯାଏ । ଏହି ଜୀବନରେଖା ମୁର୍ମୁଷୁ ଅବସ୍ଥାକୁ ଯାଉଛି । କମ୍ପାନୀମାନେ ଲକ୍ଷ ଲକ୍ଷ କୁ୍ୟସେକ ଜଳ ବୃବହାର କରୁଛନ୍ତି ଲୁହାପଥର ଗୁଣ୍ଡ ପରିବହନ ପାଇଁ । ଏହି ନଦୀ ବଞ୍ଚôଲେ ମଣିଷ ଓ ପ୍ରକୃତି ବଞ୍ଚôବ । କମ୍ପାନୀମାନେ ଏହାକୁ ଶୋଷୁଛନ୍ତି । ଫଳରେ ମଣିଷ ଓ ବନ୍ୟପ୍ରାଣୀ ପାଣି ପିଇବା ପାଇଁ ପାଉନଥିବାରୁ ଚାଷ କାର୍ଯ୍ୟ ପ୍ରଭାବିତ ହେଉଛି । ଏହି ଯାତ୍ରାକ୍ରମରେ ଆସନ୍ତାକାଲି ବସନ୍ତପୁର ସ୍ଥିତ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ କାରଖାନାର ଇନ୍ଟେକ ୱେଲ ଓ ସ୍ଲରି ପାଇପ ଲାଇନ ବୁଲି ଦେଖିବେ । ଏହି କମ୍ପାନୀ ବୈତରଣୀ ନଦୀରୁ ବେଧଡକ ପାଣି ନେଉଥିବାରୁ ତଳମୁଣ୍ଡରେ ଜଳ ସମସ୍ୟା ଦେଖାଦେଉଛି । ମାର୍ଚ୍ଚ ମାସରୁ ଜୁନ ମାସ ପର୍ଯ୍ୟନ୍ତ ବୈତରଣୀ ନଦୀରୁ ପାଣି ନେବା ପାଇଁ ଜଳ ସମ୍ପଦ ବିଭାଗର କଡା ନିୟମ ଥିଲେ ହେଁ କମ୍ପାନୀମାନେ ଦୈନିକ ଲକ୍ଷ ଲକ୍ଷ କୁ୍ୟସେକ ବୈତରଣୀ ନଦୀ ଜଳ ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଛି । ଚାଷୀଙ୍କୁ ପାଣି ଦେବା ପାଇଁ ବୈତରଣୀ ନଦୀ ଉପରେ କାନପୁର ଡ୍ୟାମ ନିର୍ମାଣ ହୋଇଥିଲେ ହେଁ ବହୁ କମ୍ପାନୀ ଏଠାରୁ ପାଣି ନେବା ପାଇଁ ଯୋଜନା କରିଛନ୍ତି । ସେହି ଦୃଷ୍ଟିରୁ ବୈତରଣୀ ଏବଂ ଅନ୍ୟାନ୍ୟ ନଦୀକୁ ବଞ୍ଚାଇବାକୁ ପଡିବ ବୋଲି ସୁଦର୍ଶନ ଦାସ କହିଛନ୍ତି । ନଦୀ ନ ବଞ୍ଚôଲେ ଏହା ଉପରେ ନିର୍ଭର କରୁଥିବା ପ୍ରକୃତି, ମଣିଷ, ଜୀବଜଗତ ମରିବ ବୋଲି ସେ କହିଛନ୍ତି । ସେହି ଦୃଷ୍ଟିରୁ ବୈତରଣୀ ବଞ୍ଚାଅ ଯାତ୍ର ଆରମ୍ଭ ହୋଇଛି ଏବଂ ଏହି ଯାତ୍ରାରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇ ବୈତରଣୀ ବଞ୍ଚାଇବାକୁ ସେ ଅନୁରୋଧ କରିଛନ୍ତି ।