ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ
କେନ୍ଦୁଝର : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ସଦର ମହକୁମା ଚିକିସôାଳୟର ପ୍ରଶିକ୍ଷଣ ଗୃହରେ ଜିଲ୍ଲାସ୍ତରୀୟ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ସଭା ଜିଲ୍ଲା ମୁଖ୍ୟ ଚିକିସôା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡାକ୍ତର ବସନ୍ତ କୁମାର ପାତ୍ର ସ୍ୱାଗତ ଭାଷଣ ଦେବା ସହିତ ମ୍ୟାଲେରିଆର ନିରାକରଣ ପାଇଁ ଜିଲ୍ଲା ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯଥା- ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଂଟନ, କୀଟନାଶକ ଛିଞ୍ଚନ, ଅପହଂଚ ଗ୍ରାମରେ ଦମନ ମାଧ୍ୟମରେ ସମସ୍ତ ହିତାଧିକାରୀଙ୍କ ରକ୍ତ ପରୀକ୍ଷା ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି ମ୍ୟାଲେରିଆ ନିରାକରଣର ବିଭିନ୍ନ ପଦ୍ଧତି ଯଥା- ସଅଳ ରକ୍ତ ପରୀକ୍ଷା ଓ ସଂପୂର୍ଣ୍ଣ ଚିକିସôା,ସମନ୍ୱିତ ଭେକ୍ଟର ନିରାକରଣ ଓ ଅନ୍ୟାନ୍ୟ ମ୍ୟାଲେରିଆ ନିରାକରଣ ଉପାୟ ବିଷୟରେ ବକ୍ତବ୍ୟ ରଖିଥିଲେ । ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପରାମର୍ଶଦାତା ବଳଦେବ ନନ୍ଦ ନିଜ ବକ୍ତବ୍ୟରେ ଜିଲ୍ଲାର ମ୍ୟାଲେରିଆ ପରିସ୍ଥିତି ଉପରେ ଆଲୋକପାତ କରିବା ସହିତ ମ୍ୟାଲେରିଆ ଶୂନ୍ୟ ସଂକ୍ରମଣ ଉପରେ ଆଲୋଚନା କରିଥିଲେ । ଏହି ସଭାରେ ଜିଲ୍ଲାର ବିଭିନ୍ନ ବିଭାଗର ଯଥା- ମହିଳା ଓ ଶିଶୁ ବିକାଶ, ସମାଜ କଲ୍ୟାଣ,ଶିକ୍ଷା ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ଆଶା,ମହିଳା ସ୍ୱାସ୍ଥ୍ୟକର୍ମୀ,ଏଏନ୍ଏମ୍ର ଛାତ୍ରୀ, ଏନଜିଓ ଏବଂ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ଏବଂ ପରିଚାଳକ ଅଂଶଗ୍ରହଣ କରିଥିଲେ । ଜିଲ୍ଲାରୁ ମ୍ୟାଲେରିଆ ଯେପରି ଛାଡି ପଳାଇବ ସେ ସଂପର୍କରେ ସମସ୍ତେ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବଳଦେବ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।
ଚମ୍ପୁଆ
ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଚମ୍ପୁଆ ବିଡିଓ ସ୍ମୃତି ରଞ୍ଜନ ସାହୁ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଣ୍ଡା ମେଡିକାଲ ଅଫିସର ଓମ୍ ପ୍ରକାଶ ବାରିକ, ଚମ୍ପୁଆ ସିଡିପିଓ, ଗ୍ରାମ ପଞ୍ଚାୟତ ଅଧିକାରୀ ମୋନାଲିସା ନାଏକ, ମଙ୍ଗଳ ସଂପ୍ରସାରଣ ଅଧିକାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ସେକ୍ଟର ସୁପରଭାଇଜର ମାନେ ଉପସ୍ଥିତ ଥିଲେ । ବିଡିଓ ଶ୍ରୀ ସାହୁ ମେଲେରିଆ ରୋଗର ନିରାକରଣ ଓ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଭଣ୍ଡା ମେଡିକାଲ ଅଫିସର ମେଲେରିଆ ରୋଗର ଦୂରୀକରଣ ପାଇଁ ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପଗୁଡିକ ଉପରେ ଆଲୋକପାତ କରିଥିଲେ । ଏଦିଗରେ ଅନୁସନ୍ଧାନକୁ ଅଧିକ ସଶକ୍ତ କରିବା ସହ ଗ୍ରାମାଞ୍ଚଳର ଶେଷ ଭାଗରେ ରହୁଥିବା ଲୋକମାନେ ଯେପରି ଅନ୍ଧବିଶ୍ୱାସର ବଶବର୍ତ୍ତୀ ନ ହୁଅନ୍ତି, ସେଥିପ୍ରତି ଜାଗରୁପତା ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ମେଲେରିଆ ରୋଗର ଭୟାଭୟତା ସମ୍ପର୍କରେ ସେମାନଙ୍କୁ ବୁଝାଇବାକୁ ବିଭାଗୀୟ କର୍ମଚାରୀ, ବେସରକାରୀ ସେବା ସଂଗଠନ ଓ ଏନଜିଓ ସଂସ୍ଥା ମାନଙ୍କୁ ନିବେଦନ କରିଥିଲେ ।