ସୃଜନଶୀଳତାର ବିକାଶ ସହ ବିଶ୍ୱ ପରିବର୍ତ୍ତନର ବାହକ ହୁଅନ୍ତୁ ଛାତ୍ର ସମାଜ: ଉଚ୍ଚଶିକ୍ଷା ମନ୍ତ୍ରୀ

କେନ୍ଦୁଝର: ସୃଜନଶୀଳତାର ବିକାଶ ସହ ବିଶ୍ୱ ପରିବର୍ତ୍ତନର ବାହକ ହୁଅନ୍ତୁ ଛାତ୍ରସମାଜ,ଏହା ସହିତ ନିଜ ଭିତରେ ଥିବା ଭିନ୍ନତା ତୁମ ପାଇଁ ସ୍ୱତନ୍ତ୍ରତା ଆଣିଦେଉ ବୋଲି ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ପ୍ରକାଶ କରିଛନ୍ତି । ସୃଜନାତ୍ମକ ବିକାଶ ସହ ଆଚରଣ ଓ ଉଚ୍ଚାରଣରେ ନିଜକୁ ସଂସ୍କାରିତ ନାଗରିକ ଭାବେ ତିଆରି କରିବାକୁ ଆହ୍ୱାନ ଦେଇଛନ୍ତି । ବିଶ୍ୱବିଦ୍ୟାଳୟକୁ ଡିଗ୍ରୀ ପ୍ରଦାନର ଏକ ମେସିନ ନଭାବି ଏହାକୁ ଉକôର୍ଷତାର ଏକ ଜ୍ଞାନମନ୍ଦିର ଭାବେ ଗଢି ତୋଳିବାକୁ ସେ ଆହ୍ୱାନ ଦେଇଛନ୍ତି । ଅଭାବ, ଅସୁବିଧା ଓ ପ୍ରତିକୁଳ ପରିସ୍ଥିତି ଆଗକୁ ଯିବାକୁ ପ୍ରେରଣା ଯୋଗାଏ ବୋଲି ସେ କହିବା ସହିତ ସମସ୍ତ ପ୍ରସ୍ତୁତି ପାଇଁ କେବଳ ଅଧ୍ୟାପକମାନଙ୍କର ଯେ ନିଷ୍ଠା ଆବଶ୍ୟକ ତାହା ନୁହେଁ ତାହା ଛାତ୍ରଛାତ୍ରୀ ଓ ଗୁରୁଙ୍କର ମିଳିତ ଉଦ୍ୟମ ବୋଲି ସେ ପ୍ରକାଶ କରିଥିଲେ । ଅଧିକରୁ ଅଧିକ ସଂଖ୍ୟାରେ ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସୁନାମଧନ୍ୟ କର୍ମନିଯୁକ୍ତି ସଂସ୍ଥାରେ ଯୋଗ ଦିଅନ୍ତୁ ବୋଲି ସେ ପ୍ରକାଶ କରିଥିଲେ । 
ମଙ୍ଗଳବାର ପୂର୍ବାହ୍ନରେ ଧରଣୀଧର ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସ୍ଥାପନା ଦିବସ ବିଶ୍ୱବିଦ୍ୟାଳୟର ଉତ୍ତର ପରିସର ବା ନର୍ଥ କ୍ୟାମ୍ପସଠାରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୁଖ୍ୟଅତିଥି ଭାବେ ଓଡିଶାର ଉଚ୍ଚÿ ଶିକ୍ଷା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୁରଜ ସୁର୍ଯ୍ୟବଂଶୀ ଯୋଗ ଦେଇ ଏହି ବିଶ୍ୱବିଦ୍ୟାଳର ଏକ ଗୌରବମୟ ଇତିହାସ ରହିଛି ବୋଲି ପ୍ରକାଶ କରିଥିଲେ । ଧରଣୀଧର ବିଶ୍ୱବିଦ୍ୟାଳୟର କୁଳପତି ତଥା ସ୍ୱତନ୍ତ୍ର ଅଧିକାରୀ ପ୍ରଫେସର ଡଃ ପ୍ରତାପ କୁମାର ମହାନ୍ତି ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟର ଦୁଇଗୋଟି କ୍ୟାମ୍ପସ ରହିଥିବାବେଳେ ପୁରୁଣାସହର ସୁଲେଇଖମାର କ୍ୟାମ୍ପସକୁ ଧରଣୀଧର ବିଶ୍ୱବିଦ୍ୟାଳୟ ସାଉଥ କ୍ୟାମ୍ପସ ବା ଦକ୍ଷିଣ ପରିସର ଓ ମୂଳ କଲେଜ କ୍ୟାମ୍ପସକୁ ନର୍ଥ କ୍ୟାମ୍ପସ ବା ଉତ୍ତର ପରିସର ଭାବେ ନାମିତ କରାଯାଇଛି ବୋଲି ପ୍ରକାଶ କରିଥିଲେ ।
ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ପ୍ରଭୁ ପ୍ରସାଦ ଦାସ ସ୍ୱାଗତ ଭାଷଣ ଓ କୁଳସଚିବ ଦୁଃଖବନ୍ଧୁ ନାୟକ ଧନ୍ୟବାଦ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଆଇଏମଏମଟି, ସିଏସଆଇଆରର ନିଦେ୍ର୍ଦଶକ ଡଃ ରାମାନୁଜ ନାରାୟଣ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଆଇପିଏସ ତଥା ଓଡିଶା ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପୁରାତନ ଛାତ୍ର ତଥା ପୂର୍ବତନ ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ, ଡିଏଫଓ ଏଚଡି ଧନରାଜ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ବରିଷ୍ଠ ନାଗରିକ, ଶିକ୍ଷାବିତ, ଛାତ୍ରଛାତ୍ରୀମାନେ ଯୋଗଦେଇ ଥିବାବେଳେ  ସମାରୋହକୁ ଓଡିଶା ବିଭାଗର ମୁଖ୍ୟ ଡ଼ଃ ସୁଧା ଦାଶ ସଂଚାଳନ କରିଥିଲେ । ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ସଙ୍ଗୀତ ଗାନ କରାଯିବା ସହ ବିଶ୍ୱବିଦ୍ୟାଳୟର ପ୍ରଗତିକୁ ନେଇ ଏକ ପୁସ୍ତିକା ଓ ସହକାରୀ ପ୍ରଫେସର ସୁମନ୍ତ୍ର ନାୟକଙ୍କ ରଚିତ ଗଳ୍ପ ସଂକଳନ ନିରବ ଆଳାପ ଉନ୍ମୋଚନ କରାଯାଇଥିଲା ।