ଥାନାକୁ ଦୌଡି ଦୌଡ଼ି ନ୍ୟାୟ ପାଉ ନାହାନ୍ତି ବାପା ମା’ : ଝିଅକୁ ଫେରାଇ ଆଣିବାକୁ ଆକୁଳ ନିବେଦନ
ବନ୍ତ : ବନ୍ତ ଥାନା ଅନ୍ତର୍ଗତ ଛୟାଳସିଂହ ପଞ୍ଚାୟତ ମହୁଲଗଢ଼ିଆ ଗ୍ରାମର ଅମରେଶ ମହାନ୍ତିଙ୍କ ନାବାଳିକା ଝିଅ ଜସ୍ମିରାଣୀ (୧୭) ଆଜକୁ ପ୍ରାୟ ୧୮ ଦିନ ହେବ ଝିଅ ନିଖୋଜ ଥିବା ନେଇ ବନ୍ତ ଥାନାରେ ଅଭିଯୋଗ କରିଥିଲେ ବାପା । ଅଭିଯୋଗକୁ ଭିତ୍ତି କରି ବନ୍ତ ପୋଲିସ କେସ ନଂ ୮୧/୨୦୨୫ ରୁଜୁକରି, ପିତା ଅମରେଶଙ୍କ ଅଭିଯୋଗ ଅନୁଯାଇ ୬୩୦୧୬୭୨୫୪୦ ଏହି ନମ୍ବରରେ ମୋ ଝିଅ ଜସ୍ମିରାଣୀଙ୍କୁ ବାରମ୍ବାର ଫୋନ କଲ ଆସୁଥିଲା ବୋଲି ମଧ୍ୟ ଅଭିଯୋଗରେ ଦର୍ଶାଇ ଥିଲେ ।
ଏହି ନମ୍ବରଟି ସୁଶାନ୍ତ ପରମାଣିକର ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ବାଲେଶ୍ୱର ଜିଲ୍ଲା ଭୁଗୁରାଇ ଥାନା ଦେଉଳା ଗ୍ରାମରେ ପହଞ୍ଚô ସୁଶାନ୍ତ ପରମାଣିକ ନାମକ ଯୁବକ ଝିଅକୁ ନେଇ ଯାଇଥିବା ନେଇ ଖୋଜା ଖୋଜି ଆରମ୍ଭ କରିଥିଲା । ପୁଅର ପିତା ଲକ୍ଷ୍ମୀକାନ୍ତ ପରମାଣିକକୁ ବନ୍ତ ପୋଲିସ ତାଙ୍କ ଗ୍ରାମରୁ ବନ୍ତ ଥାନାକୁ ନେଇ ଆସିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ପୋଲିସ ପୁଅର ବାପାକୁ ଥାନାରେ ପଚାର ଉଚୁରା କରିବା ସହିତ ଅଧିକ ତଥ୍ୟ ଜାଣିବା ପାଇଁ ଝିଅର ବାପାକୁ ଏବଂ ପୁଅ ବାପାକୁ ସାଙ୍ଗରେ ଧରି ଭୁଗୁରାଇ ଥାନାରେ ପହଞ୍ଚôଥିଲା । ଭୁଗୁରାଥାନାର ଥାନା ଅଧିକାରୀ ଓ ବନ୍ତ ଥାନା ଅଧିକାରିଣୀ ଥାନା ମଧ୍ୟରେ ବସି ଆଲୋଚନା କରି ପୁଅର ବାପକୁ ଛାଡ଼ି ଦେଇଥିବା ନେଇ ଝିଅର ବାପା ଅଭିଯୋଗ ଆଣିଛନ୍ତି । ଆଜିକୁ ଦୀର୍ଘ ଦିନ ବିତି ଯାଈଥିଲେ ମଧ୍ୟ ନାବାଳିକା ତଥା ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ନାବାଳିକା ଛାତ୍ରୀଙ୍କ କୌଣସି ଟେର ପାଉନାହିଁ ବନ୍ତ ପୋଲିସ । ଏପାକ୍ଷେ ନାବାଳିକାର ବାପା ମା’ ବନ୍ତ ଥାନା ଓ ଭଦ୍ରକ ଜିଲ୍ଲା ଆରକ୍ଷୀଙ୍କ ଦ୍ୱାରସ୍ତ ହୋଇ ନ୍ୟାୟ ନମିଳିବାରୁ ଅସହାୟତା ମଣୁଛନ୍ତି । ଯଦି ନାବାଳିକା ଝିଅକୁ ଖୋଜି ପରିବାରକୁ ହସ୍ତାନ୍ତର ଓ ଅପହରଣ କାରୀଙ୍କ ବିରୋଧରେ ଆୟୀନ ଅନୁଯାଇ କାର୍ଯ୍ୟନୁଷ୍ଠାନ ନ ନିଆ ଯାଏ, ଆଗାମୀ ଦିନରେ ଜିଲ୍ଲା ଆରକ୍ଷୀ ଅଧକ୍ଷକଙ୍କ କାର୍ଯ୍ୟାଳୟ ସାମ୍ନାରେ ଅନିର୍ଦ୍ଧିଷ୍ଟ କାଳ ଯାଏ ଧାରଣା ଦେବାକୁ ପରିବାର ପକ୍ଷରୁ ଚେତାବନୀ ଦେଇଛନ୍ତି ।