ଏନ୍ଏଚ୍ରେ ବେଆଇନ ପାର୍କିଂ ହେଲେ କାର୍ଯ୍ୟାନୁଷ୍ଠାନ
କେନ୍ଦୁଝର : ଜାତୀୟ ରାଜପଥରେ ବେଆଇନ ପାର୍କିଂ ଯୋଗୁଁ ଦୁର୍ଘଟଣା ହେବା ସହ ଲୋକଙ୍କ ଗମନାଗମନରେ ବାଧା ସୃଷ୍ଟି କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ତଥା ଆଞ୍ଚଳିକ ପରିବହନ ପ୍ରାଧିକରଣର ଅଧ୍ୟକ୍ଷ ବିଶାଲ ସିଂହ ଜାତୀୟ ରାଜପଥରେ ବେଆଇନ ପାର୍କିଂ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବେଆଇନ ପାର୍କିଂ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠି ନମ୍ବର ୫୫୨୯ ତା ୦୩/୧୦/୨୦୨୫ ରେ ଉଲ୍ଲେଖ ରହିଛି । ଜାତୀୟ ରାଜପଥ ୨୦ର ରାମଚନ୍ଦ୍ରପୁର-ରିମୁଳି-ଚମ୍ପୁଆ,ଜାତୀୟ ରାଜପଥ ୪୯ର ତୁରୁମୁଙ୍ଗା ଠାରୁ ବିଞ୍ଜବାହାଳ, ଜାତୀୟ ରାଜପଥ ୫୨୦ର ରିମୁଳି ଠାରୁ ରୁଗୁଡି, ଜାତୀୟ ରାଜପଥ ୨୨୦ର ଢେଙ୍କିକୋଟ-ପାଟଣା-ସାହାରପଡା, ନରଣପୁର-ଡୁବୁରୀ, ଜାତୀୟ ରାଜପଥ-୭୨୦ର ନରଣପୁର ଠାରୁ ବ୍ରାହ୍ମଣୀପାଳ, ପୂର୍ତ୍ତ ବିଭାଗ ଏକ୍ସପ୍ରେସ ୱେ(୨) ରଣାଶାଳଘାଟିଠାରୁ ଯୋଡା-ବାମେବାରୀ-ପଳାଶପଙ୍ଗା ରାସ୍ତାରେ ଏହି କଟକଣା ୧ ମାସ ପାଇଁ ଜାରି କରାଯାଇଛି ।