ବୋଲଗଡ଼ରେ  ଜେଏମ୍ଏଫ୍ସି ସ୍ଥାପନ ଦାବି


ଖୋର୍ଦ୍ଧାରୁ ସ୍ୱତନ୍ତ୍ର ପ୍ରତିନିଧି : ବୋଲଗଡ଼ ଗୋବର୍ଦ୍ଧନପୁର ଗାଁକୁ ଆଇନ ମନ୍ତ୍ରୀଙ୍କ ଗସ୍ତ ସମୟରେ ବୋଲଗଡ଼ ଓକିଲ ସଙ୍ଘ ଆଇନମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସଙ୍ଘ ସମ୍ପାଦିକା ଆଇନଜୀବୀ ଗୌରୀ ଦେବୀଙ୍କ ସମେତ ଅନ୍ୟ ଆଇନଜୀବୀମାନେ ଆଇନ ମନ୍ତ୍ରୀଙ୍କୁ ଭେଟି ବୋଲଗଡ଼ରେ ଏକ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ଦାବି କରିଥିଲେ । ଏହାସହ ସରକାରଙ୍କ ନିଦେ୍ର୍ଦଶନାମାକୁ ତ୍ୱରାନ୍ୱିତ କରିବା ପାଇଁ ଦାବି କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବୋଲଗଡ଼ରେ ଜେଏମଏଫସି କୋର୍ଟ ପାଇଁ ନିର୍ଦ୍ଧାରିତ ସ୍ଥାନ ଜିଲ୍ଲା ଜଜଙ୍କ ନାମରେ ରାଜସ୍ୱ ବିଭାଗ ପଟ୍ଟା ପ୍ରଦାନ କରିଥିବା ବେଳେ ତକôାଳୀନ ଓଡିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଏହି ସ୍ଥାନକୁ ନପସନ୍ଦ କରିଥିଲେ । ତେଣୁ ଆଜି ଆଇନ ମନ୍ତ୍ରୀଙ୍କୁ ଭେଟି ବୋଲଗଡ଼ ପଶୁ ଚିକିସôା କାର୍ଯ୍ୟାଳୟ ସଂଲଗ୍ନ ସ୍ଥାନରେ ଜେଏମଏଫସି କୋର୍ଟ ସ୍ଥାପନ କରିବାକୁ ପତ୍ର ଜରିଆରେ ଦାବି କରିଛନ୍ତି ।