କାହାର କେତେ ବଳ, ଆଜି ଜଣା ପଡିବ 

ଖୋର୍ଦ୍ଧା : ଖୋର୍ଦ୍ଧା ବିଧାୟକଙ୍କୁ ବେଗୁନିଆ ଦାୟିତ୍ୱ ମିଳିବା ପରେ ବେଗୁନିଆ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଅପରାଜିତାଙ୍କ ନୂଆ ରଣନୀତି ବିଜେଡି ଶିବିରରେ ଯେତିକି ଚର୍ଚ୍ଚା ସୃଷ୍ଟି କରୁନାହିଁ ତାଠାରୁ ଅଧିକ ଚର୍ଚ୍ଚା ବିଜେପି ଶିବିରରେ ହେଉଛି  । ସମ୍ପ୍ରତି ବେଗୁନିଆ ବୋଲଗଡ ବିଜେପିର ପକୃତ ନେତା କିଏ, କାହା ନେତୃତ୍ୱରେ ଦଳ ଆଗାମୀ ପଞ୍ଚାୟତ ନିର୍ବାଚନ ଲଢ଼ିବ, କାହା କାନ୍ଧରେ ଭାର ଦେଇ ବିଜେପି ଆଗକୁ ବଢିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପଣା ସଂକ୍ରାନ୍ତି ସମୟରୁ ହଠାତ ବେଗୁନିଆ ବୋଲଗଡ ରାଜନୀତିରେ ପୁଣି ବେଗୁନିଆର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ପ୍ରବେଶ ହୋଇଛି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଭଳି ଏକ ଗୁରୁତ୍ୱପୂର୍ଣ ଓ ସମ୍ବେଦନଶୀଳ ଅଞ୍ଚଳ ଅପେକ୍ଷା ଗଣେଶ ଏବେ ବେଗୁନିଆ ବୋଲଗଡ଼ ଉପରେ ନଜର ପକାଇଛନ୍ତି । ସେପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଭଳି ରଣନୀତି କରି ଗଣେଷଙ୍କୁ ବେଗୁନିଆ ବୋଲଗଡ଼ ପଠେଇଛନ୍ତି  । ଅପରାଜିତାଙ୍କ ଧାରଣା ଅନୁଯାଇ ଗଣେଷଙ୍କ ଭଳି ଟାଣୁଆ ନେତା ବେଗୁନିଆ ବୋଲଗଡ଼ ରାଜନୀତିରେ ପ୍ରବେଶ କଲେ ଦଳ ମଜଭୁତ ହୋଇପାରିବ । ବିଗତ ଦୁଇଟି ନିର୍ବାଚନରେ ଅପରାଜିତା ବେଗୁନିଆ ବୋଲଗଡ଼ରୁ ଭଲ ଭୋଟ ଭିଡିଥିଲେ ବି ୨୦୧୯ର ବିଜେପି ପ୍ରାର୍ଥୀ ରିଷଭ ନନ୍ଦ ଓ ୨୦୨୪ର ବିଜେପି ପ୍ରାର୍ଥୀ ପ୍ରକାଶ ବିଜୁଳୀ ସେତେଟା ପ୍ରଭାବ ବିସ୍ତାର କରିପାରି ନାହାନ୍ତି ।
 ୨୦୧୯ରେ ବିଜେପି ତୃତୀୟ ସ୍ଥାନକୁ ଫେଡ଼ି ହୋଇ ଯାଇଥିବା ବେଳେ ୨୦୨୪ରେ ଦୁତୀୟ ସ୍ଥାନରେ ରହିଥିଲା, କିନ୍ତୁ ପ୍ରଦୀପ ସାହୁଙ୍କ ଠାରୁ ପ୍ରାୟ ଚାଳିଶ ହଜାରରୁ ଉର୍ଦ୍ଧ ଭୋଟରେ ପଛରେ ରହିଥିଲେ ଯାହା ଦଳ ପାଇଁ ଛୋଟିଆ କଥା ନୁଁହ । ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଗଣେଶଙ୍କର ପ୍ରଭାବ ବଢିବାରୁ ପ୍ରକାଶଙ୍କର ପତିଆରା ଖୁର୍ଣ୍ଣ ହୋଇଯାଇଛି  । 
ଆଗାମୀ ଦିନରେ ତାଙ୍କୁ ପୁଣିଥରେ ଦଳ ଭରଷାକୁ ନେବକି ନାହିଁ ସେନେଇ ଦୋଦୋପାଞ୍ଚରେ ଅଛନ୍ତି ସେ  । ଗତ ଛ ସାତ ବର୍ଷର ସଂଗଠନର ମୂଲ୍ୟ ଶୂନ୍ୟ ହୋଇଯିବ ବୋଲି ପ୍ରକାଶ ଓ ତାଙ୍କ ସମର୍ଥକ ମାନେ ଅନୁମାନ କରିଥିଲେ ମଧ୍ୟ ଅପରାଜିତାଙ୍କୁ ଚ୍ୟାଲେଞ୍ଜ ଦେବାକୁ ସାହସ ଜୁଟାଇ ପାରୁ ନାହାନ୍ତି  । ଅନ୍ୟ ଏକ ଚର୍ଚ୍ଚା ଅନୁଯାଇ ଗଣେଶ ବର୍ତ୍ତମାନ ବିଜେଡିର ନେତାଙ୍କୁ ଆଣି ସେମାନଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ଯାଉଛନ୍ତି । ଯାହା ଫଳରେ ପୁରୁଣା ବିଜେପି ସଂଗଠକମାନେ ମଧ୍ୟ ମନେ ମନେ ରକ୍ତ ଚାଉଳ ଚୋବାଇବାରେ ଲାଗିଲେଣି । ସମସ୍ତଙ୍କ ନଜର ରହିଛି ଆସନ୍ତାକାଲି ବେଗୁନିଆ ମିନି ଷ୍ଟାଡିଅମରେ ହେବାକୁଥିବା ମିଶ୍ରଣ ପର୍ବ ଉପରେ ।