ବ୍ଲକ ଆଗରେ ବିଜେଡ଼ିର ଗର୍ଜନ ସମାବେଶ 

କୋରେଇ:  ବୁଧବାର କୋରେଇ ବ୍ଲକ ବିଡ଼ିଓଙ୍କ ମନମାନିକୁ ବିରୋଧ କରି ବିଜେଡି ପକ୍ଷରୁ ବ୍ଲକ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ଗର୍ଜନ ସମାବେଶ ଅନୁଷ୍ଠିତ ହୋଇଛି । ଯେଉଁଥିରେ ହାଜରରୁ ଉର୍ଦ୍ଧ୍ୱ କର୍ମୀ ଯୋଗଦେଇଥିଲେ । ପ୍ରଥମେ କର୍ମୀ ମାନେବଟିରା ଖେଳ ପଡିଆରୁ ଏକ ରାଲିରେ ହାତରେ ବିଡ଼ିଓଙ୍କ ବିରୋଧରେ ଲେଖା ଥିବା ଫ୍ଲାକକାର୍ଡ ଧରି ବିଭିନ୍ନ ନାରା ଦେଇ ବ୍ଲକ ସମ୍ମୁଖରେ ସମବେତ ହୋଇଥିଲେ । କୋରେଇ ବ୍ଲକ ବିଜେଡି ସଭାପତି ଭକ୍ତ ବତ୍ସଳ ସ୍ୱାଇଁଙ୍କ ସଭାପତିତ୍ୱରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଏଥିରେ କୋରେଇ ବ୍ଲକ ଅଧକ୍ଷା ଜୟନ୍ତୀ ଦଳାଇ, ସରପଂଚ ସଂଘ ସଭାପତି ସନ୍ତୋଷ କୁମାର ସ୍ୱାଇଁ, ଜିଲା ପରିଷଦ ସଭ୍ୟ ଉମାକାନ୍ତ ମାଝି ଓ ସସ୍ମିତା ତରାଇ, ପ୍ରତାପ ମହାନ୍ତି, ତାରକେଶ୍ୱର ମହାନ୍ତି, ରାକେଶ ମହାନ୍ତି, ସରପଂଚ ରବୀନ୍ଦ୍ର ବେହେରା, ରାଜେନ୍ଦ୍ର କୁମାର ରାଉତରାୟ, ମଧୁସ୍ମିତା ବାରିକ, ଗୌରୀ ଶଙ୍କର ମହାପାତ୍ର, ସୁନିତା ଆଇଚ, ଜାନକୀ ଲତା ମଲ୍ଲିକ, ଶ୍ୟାମ ସୁନ୍ଦର ମାଝିଓ ଜୟନ୍ତ ନାୟକ, ପ୍ରମୋଦ ନାୟକ, ସମିତିସଭ୍ୟ ମାନସ ମହାନ୍ତି, ପୂର୍ବତନ ଜିଲାପାରିଷଦ ସଭ୍ୟା ମାତାଜୀ ଆଏଚ, ସୁରେଖା ସେଠୀ, ଗାଲେଖ ମାଝି, ସୌଭାଗ୍ୟ ମହାନ୍ତି, ନିରଞ୍ଜନ ବାରିକ ଓ ଅଥୟ ମହାନ୍ତି, ଶେଖ ମଜବୁର ରହେମନ, ଉପେନ୍ଦ୍ର କର ଓ ଅଜମଦ ଖାଁ ପ୍ରମୁଖ ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟ, ବିଡ଼ିଓ ଜଣେ ସରକାରୀ ଅଧିକାରୀ ହୋଇଥିଲେ ମଧ୍ୟ ନିରପେକ୍ଷ ନହୋଇ ଶାସକଦଳ ଇଶାରାରେ କାର୍ଯ୍ୟ କରିବା, ମୋଟା ଅଙ୍କର ପିସି ଆଦାୟ ଓ ନୂତନ କ୍ଷମତା ଆସିବା ପରେ କୋରେଇ ବିକାଶ ଠପ ହୋଇଛି କହି କଟୁ ସମାଲୋଚନା କରିଥିଲେ । ଯଦି ଏଥିରେ ପରିବର୍ତନ ନଆସେ ତାହାଲେ ଅଗାମି ଦିନରେ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଆନେ୍ଦାଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଥିଲେ । ବିଡିଓ ଅବନୀକାନ୍ତ ସାହୁ ଧାରଣା ସ୍ଥଳକୁ ଆସି ଆସନ୍ତା ୧୫ଦିନ ମଧ୍ୟରେ ପଡି ରହିଥିବା ସମସ୍ତ ବିଲ୍ କରାଯିବ ଓ ଲୋକଙ୍କ ପାଇଁ ଯେପରି କିଛି ସମସ୍ୟା ନହୁଏ ସେଥିପ୍ରତି ସେ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଆଲୋଚନା ବେଳେ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ ।