ଖୋଲୁନି ସୁଭଦ୍ରା ୱେବସାଇଟ


ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା: ସୁଭଦ୍ରା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା । କିନ୍ତୁ ସୁଭଦ୍ରା ଯୋଜନା ଅନଲାଇନ ମାଧ୍ୟମରେ ଆବେଦନ କରିବା ପ୍ରକ୍ରିୟା ଆରମ୍ଭ ହେବାର ଦିନରୁ ହିଁ ବିଭିନ୍ନ ବିବାଦ ଘେରରେ ଛନ୍ଦି ହୋଇ ରହିଛି । କେତେ ବେଳେ ସୁଭଦ୍ରା ଫର୍ମ ବିକ୍ରୟ ଓ ପୂରଣକୁ ନେଇ କି ହେଉ କି, ଆଧାରରେ ମୋବାଇଲ ନମ୍ବରର ସଂଯୋଗକୁ ନେଇକି ହେଉ କି ଅଥବା ଜନସେବା କେନ୍ଦ୍ରର ମାଲିକମାନଙ୍କ ଦ୍ୱାରା ପଞ୍ଜୀକରଣ ସମୟରେ ମାଗଣା ବଦଳରେ ଟଙ୍କା ନେବାକୁ ନେଇକି ହେଉ ଆଦି କିଛି ନା କିଛି ସମସ୍ୟାରେ ହିତାଧିକାରୀ ମାନେ ରୁନ୍ଧି ହୋଇଗଲେଣି । କିନ୍ତୁ ଏହି ଯୋଜନା ପଞ୍ଜୀକରଣ କ୍ଷେତ୍ରରେ ଏବେ ଅନ୍ୟ ଏକ ପ୍ରମୁଖ ସମସ୍ୟା ମୁଣ୍ଡ ଟେକିଥିବା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳର କିଛି ଜନସେବା କେନ୍ଦ୍ରର ମାଲିକ ଅଭିଯୋଗ କରିଛନ୍ତି । ସମସ୍ୟାଟି ହେଲା ସୁଭଦ୍ରା ଯୋଜନା ଆବେଦନ ପାଇଁ ସରକାରଙ୍କ ଦ୍ୱାରା ଉପଲବ୍ଧ ହୋଇଥିବା ୱେବସାଇଟଟି ବିଲକୁଲ ଖୋଲୁନି । କାଁଭାଁ କେତେ ବେଳେ କେମିତି ଖୋଲୁଛି । ବିଶେଷ କରି ରାତି ୧୦ଟା ପରେ ବେଳେ ବେଳେ ସାଇଟ ଖୋଲୁଛି । ଯେଉଁଥି ପାଇଁ ହିତାଧିକାରୀ ଘଣ୍ଟା ଘଣ୍ଟା ଧରି ଜନସେବା କେନ୍ଦ୍ରରେ ଧାଡ଼ି ବାନ୍ଧି ରହି ହନ୍ତସନ୍ତ ହେଉଛନ୍ତି । ଏମିତିକି ମହିଳା ମାନେ ନିଜ ଛୋଟଛୋଟଛୁଆଙ୍କୁ ଧରି ରାତି ୧୧ ଟା ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କରି ରହୁଥିବା ଦେଖିବାକୁ ମିଳିଛି । ଯାହାଦ୍ୱାରା ବାହାରେ ରାତିରେ ମହିଳା ମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ମହିଳା ମାନଙ୍କ ସୁରକ୍ଷା ଦୃଷ୍ଟିରୁ ସବୁ ଜନସେବା କେନ୍ଦ୍ର ଗୁଡିକ ରାତି ୧୦ ଟା ପରେ ବନ୍ଦ କରିବା ପାଇଁ କିଛି ବ୍ରହ୍ମବରଦା ଅଞ୍ଚଳର କିଛି ବୁଦ୍ଧିଜୀବୀ ପ୍ରଶାସନ ନିକଟରେ ଦାବି କରିଛନ୍ତି । ୱେବସାଇଟ ଖୋଲୁନଥିବା ନେଇ ଜଣେ ଜନସେବା କେନ୍ଦ୍ରର ମାଲିକ କୁହନ୍ତି ଗତ ୪ ଦିନ ଭିତରେ ସେ ମାତ୍ର ୧୨ଜଣ ମହିଳାଙ୍କ ସୁଭଦ୍ରା ଯୋଜନା ପଞ୍ଜୀକରଣ କରିଛନ୍ତି । ତା ଛଡା ସୁଭଦ୍ରା ଯୋଜନା ଆବେଦନ ପାଇଁ ସରକାରଙ୍କ ଦ୍ୱାରା ଉପଲବ୍ଧ ହୋଇଥିବା ୱେବସାଇଟଟି ହ୍ୟାକ ହୋଇଥିବା ନେଇ ମଧ୍ୟ କିଛି କଥା ଏବେ ଚର୍ଚ୍ଚା ହେଉଛି ।