ବ୍ୟବସାୟୀ ଶଶୀ ରଥଙ୍କ ବିୟୋଗ
ବାଲୁଗାଁ : ବାଣପୁର ଅଞ୍ଚଳର ବିଶିଷ୍ଠ ପ୍ଲାଇ ଓ କାଚ ବ୍ୟବସାୟୀ ଶଶୀ ରଥଙ୍କ ବିୟୋଗରେ ବାଣପୁର ଓ ବାଲୁଗାଁରେ ଶୋକର ଛାୟା ଖେଳିଯାଇଛି । ଗତ କିଛି ବର୍ଷ ତଳେ ନିଜ ଶାଳକ ଏହି ବ୍ୟବସାୟ ବୁଝାବୁଝି କରୁଥିବାବେଳେ ତାଙ୍କର ହଠାତ୍ ହୃଦରୋଗରେ ଅକାଳ ମୃତୁ୍ୟ ହୋଇଥିଲା । ତାଙ୍କ ବିୟୋଗ ପରେ ସ୍ୱର୍ଗତ ରଥ ସେହି ବ୍ୟବସାୟ ଦାୟିତ୍ୱ ନେଇଥିଲେ । ହଠାତ୍ କୌଣସି କାରଣରୁ ଦେହ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା । ଅନ୍ତିମ ସଂସ୍କାର ସମୟରେ ତାଙ୍କ ପୁଅ, ଝିଅ, ସହଧର୍ମିଣୀ ଓ ଜ୍ୱାଇଁ ଉପସ୍ଥିତ ଥିଲେ ।