ନୂତନ ମହିଳା କମିସନ ଅଧ୍ୟକ୍ଷାଙ୍କୁ ସ୍ୱାଗତ
ଆନନ୍ଦପୁର : ନୂତନ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତି କେନ୍ଦୁଝର ଗସ୍ତ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରୁଥିବା ସମୟରେ ହାଟଡିହିରେ ତାଙ୍କୁ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି । ମହିଳା କମିସନ ଅଧକ୍ଷା ମହାନ୍ତି ଆନନ୍ଦପୁର ମଧ୍ୟରେ ପ୍ରବେଶ କରି ଭଦ୍ରକ ଯାଉଥିବା ସମୟରେ ହାଟଡିହି ଛକ ନିକଟରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟା ଟିକି କିସ୍କୁ, ମିନତୀ ଧଳ ମହାପାତ୍ର, ତୃପ୍ତିମୟୀ ଜେନା, ଦିପ୍ତିମୟୀ ଖୁଣ୍ଟିଆ, ସଞ୍ଜୁଲତା ମଲ୍ଲିକ, ବବିତା ଶତପଥୀ, ପ୍ରଣୟିନୀ ବ୍ରହ୍ମଙ୍କ ସମେତ ଶତାଧିକ ମହିଳା ତାଙ୍କୁ ସ୍ୱାଗତ କରିଥିଲେ । ଏନ୍ଏଆର୍ଆଇ ରିପୋର୍ଟରୁ ଭୁବନେଶ୍ୱରରେ ମହିଳା ସୁରକ୍ଷିତ ଏବଂ ଆଉ କିଛି ଦିନ ମଧ୍ୟରେ ଆହୁରି ଅନେକ ସହର ମହିଳା ସୁରକ୍ଷାରେ ସାମିଲ ହେବା ନେଇ କୁହାଯାଇଛି । ଅଧ୍ୟକ୍ଷା ମହାନ୍ତି ଉପସ୍ଥିତ ମହିଳାମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ବେଳେ ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ଜ୍ଞାନରଞ୍ଜନ ସମାନ୍ତସିଂହାର, ହରମୋହନ ଶାସନୀ, ଯୁଧିଷ୍ଠିର ମଲ୍ଲିକ, ଶୁଶାନ୍ତ ଜେନା, ଟୁକୁନା ମହାନ୍ତି, ଦୀପକ ଜେନା, ବିଜୟ ଜେନା, ସୁନିଲ ମହାନ୍ତି, ଦଶରଥ ଜେନା, ଶଶିକାନ୍ତ ରାଉତଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।